Odisha News: ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନୀତି ସଫଳ
Advertisement

Odisha News: ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନୀତି ସଫଳ

Odisha News: ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଆରମ୍ଭ ହେଲାଣି ପ୍ରଚଣ୍ଡ ରୌଦ୍ରତାପ l ଏଭଳି ପରିସ୍ଥିତିରେ ପ୍ରତିବର୍ଷ ଜଙ୍ଗଲରେ ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥାଏ l ତେଣୁ ବର୍ତ୍ତମାନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରିଛି ଗଜପତି ଜିଲ୍ଲା ମୋହନା ବନ ବିଭାଗ l 

Odisha News: ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନୀତି ସଫଳ

Odisha News: ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଆରମ୍ଭ ହେଲାଣି ପ୍ରଚଣ୍ଡ ରୌଦ୍ରତାପ l ଏଭଳି ପରିସ୍ଥିତିରେ ପ୍ରତିବର୍ଷ ଜଙ୍ଗଲରେ ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥାଏ l ତେଣୁ ବର୍ତ୍ତମାନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରିଛି ଗଜପତି ଜିଲ୍ଲା ମୋହନା ବନ ବିଭାଗ l ସୋମବାର ଏଥି ପାଇଁ ମୋହନା ବନ ବିଭାଗ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି l

 ଜଙ୍ଗଲରେ ନିଆଁ ନଲଗେଇବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ବ୍ୟାପକ ସଚେତନତା କରାଯିବା ସହ ନିଆଁ ଲାଗିଥିଲେ ବନ ବିଭାଗ କୁ ଜଣାଇବାକୁ ଅନୁରୋଧ କରିଛନ୍ତି l ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ସରଞ୍ଜାମ ମହଜୁଦ ରଖାଯାଇଛି l ସେହିଭଳି ସମସ୍ତ ଗାଁର ବନ ସୁରକ୍ଷା ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ ଜନ ସାଧାରଣ ଓ ଛାତ୍ର ଛାତ୍ରୀମାନଙ୍କୁ ନେଇ ଜନ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ବନ୍lଞ୍ଚଳ ଅଧିକାରୀ କହିଛନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ବନପାଳ ଦେବାଶିଷ ଶତପଥୀ ଓ ବନରଖି ବର୍ଷାରାଣୀ ପଟ୍ଟନାୟକ ଉପସ୍ଥିତ ଥିଲେ l