Jagatsinghpur News: ମିଳି ମିଶି ଷ୍ଟିଟ୍ ଲାଇଟ୍ ପଇସା ଖାଇଗଲେ ଠିକାଦାର, ଯନ୍ତ୍ରୀ ଓ ସରପଞ୍ଚ!
Advertisement

Jagatsinghpur News: ମିଳି ମିଶି ଷ୍ଟିଟ୍ ଲାଇଟ୍ ପଇସା ଖାଇଗଲେ ଠିକାଦାର, ଯନ୍ତ୍ରୀ ଓ ସରପଞ୍ଚ!

Jagatsinghpur News: କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତେକ୍ୟ ପଞ୍ଚାୟତକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଛନ୍ତି। ସରକାର ଲୋକଙ୍କ ହିତ ପାଇଁ କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ସେହି ଯୋଜନା ଗୁଡିକରେ ବ୍ୟାପକ ଦୁର୍ନୀତି ହେଉଛି। ଏ-ଭଳି ଏକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ବାଲିଆ ପଞ୍ଚାୟତ ପାନପଲ୍ଲୀ ଗାଁରୁ । ପଞ୍ଚାୟତ ଆଲୋକୀ କରଣରେ ଅନିୟମିତତା(street light corroption) ହୋଇଥିବା ଅଭିଯୋଗ ହୋଇଛି ।

Jagatsinghpur News: ମିଳି ମିଶି ଷ୍ଟିଟ୍ ଲାଇଟ୍ ପଇସା ଖାଇଗଲେ ଠିକାଦାର, ଯନ୍ତ୍ରୀ ଓ ସରପଞ୍ଚ!

Jagatsinghpur News: ସରକାର ଲୋକଙ୍କ ହିତ ପାଇଁ କେତେ କଣ ଯୋଜନା କରୁଛନ୍ତି (Government Schemes)। ଆଉ ସେଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ଗୁଡିକର ତଦାରଖ ପାଇଁ ଏକାଧିକ ଅଧିକାରୀଙ୍କୁ ନିଯୁକ୍ତ ଦେଉଛନ୍ତି । ହେଲେ କେଉଁଠି ଯୋଜନା ମାଧ୍ୟମରେ ହେଉଥିବା କାର୍ଯ୍ୟ ନିମ୍ନମାନର ହେଉଛି ତ ଆଉ କେଉଁଠି ଯୋଜନା ମାଧ୍ୟମରେ ହରିଲୁଟ୍ ହେଉଛି କୋଟି କୋଟି ଟଙ୍କା। ଏ-ଭଳି ଏକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ବାଲିଆ ପଞ୍ଚାୟତ ପାନପଲ୍ଲୀ ଗାଁରୁ । ପଞ୍ଚାୟତ ଆଲୋକୀ କରଣରେ ଅନିୟମିତତା(street light corroption) ହୋଇଥିବା ଅଭିଯୋଗ ହୋଇଛି । ନିମ୍ନ ମାନର ଷ୍ଟ୍ରିଟ ଲାଇଟ୍ (street light) ଲଗାଇ ଠକି ଦେଇଛନ୍ତି ଠିକାଦାର ଓ ସରପଞ୍ଚ। ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନି । କେନ୍ଦ୍ର (central) ଓ ରାଜ୍ୟ ସରକାର (state govt) ପ୍ରତେକ୍ୟ ପଞ୍ଚାୟତକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରୁଛନ୍ତି। ମାତ୍ର ସମସ୍ତ ଅର୍ଥକୁ ଆତ୍ମସାତ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର। ଏ-ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି(street light corroption alligation)। 

Also Read: Angul News: ଗୁପ୍ତଧନ ପାଇଁ ନାବାଳକକୁ ବଳି ! ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

Also Read: Horoscope Today 31 July 2023: ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍! ରହିଛି ଧନ ହାନୀ ପ୍ରାଣପୀଡା ଦୁର୍ଯୋଗ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ଜଗତସିଂହପୁର(Jagatsinghpur) ଜିଲ୍ଲା କୁଜଙ୍ଗ ବ୍ଲକ୍ ବାଲିଆ ପଞ୍ଚାୟତ ପାନପଲ୍ଲୀ ଗାଁ। ଗାଁର ୮ ନମ୍ବର  ଓ ୯ ନମ୍ବର ୱାର୍ଡ଼ରେ ଆଲୋକୀ କରଣ ର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଲୋକମାନଙ୍କୁ ରାତିରେ ଅନ୍ଧାର ରେ ଯାତାୟତ କରୁବାକୁ ପଡୁଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପଞ୍ଚାୟତର ଲୋକମାନେ ଅଭିଯୋଗ କରିଛନ୍ତି। ବାଲିଆ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କାର ଅର୍ଥ ବ୍ୟୟରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି। ହେଲେ ପଞ୍ଚାୟତର ପାନପଲ୍ଲୀ ଗାଁର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ନିମ୍ନ ମାନର ହୋଇଥିବାରୁ ୧୫ ରୁ ୨୦ ଦିନ ମଧ୍ୟରେ ଖରାପ ହୋଇଯିବାରୁ ଅନେକ ପଥଚାରୀ ଓ ଗ୍ରାମର ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।

Also Read: Happy Birthday Kiara Advani: ସିଦ୍ଧାର୍ଥଙ୍କ ଏହି ଗୁଣକୁ ଦେଖି କିଆରା ବିବାହ ପାଇଁ ହୋଇଥିଲେ ରାଜି

Also Read: Cricketers In IAF: ଏହିସବୁ ଭାରତୀୟ କ୍ରିକେଟର ପାଇଥିଲେ IAFରେ ନିଯୁକ୍ତି....

 

ଏନେଇ ଗାଁର ଲୋକ ମାନେ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ଯେତେ ଅଭିଯୋଗ କରିଥଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏନେଇ ବାଲିଆ ପଞ୍ଚାୟତ ମଲ୍ଲିପୁର ଗ୍ରାମର ଜସବନ୍ତ ବେହେରା ନାମକ ଜଣେ ଯୁବକ ସୂଚନା ଅଧିକାର ଆଇନ ବଳରେ ୬.୫.୨୩ ରିଖରେ ଅଧିନିୟମର ଧାରା ୬ (୧) ଅନୁଯାୟୀ ଦରଖାସ୍ତ (କ) ଫର୍ମରେ ଆର୍ଥିକ ୨୦୨୨/୨୦୨୩ ବର୍ଷ କାର୍ଯ୍ୟର ସମସ୍ତ ବିବରଣୀ ମାଗିଥିଲେ ମଧ୍ୟ ୨ମାସ ବିତିଗଲା ପରେବି ଏପଯ୍ୟନ୍ତ କୌଣସି ତଥ୍ୟ ମିଳିନାହିଁ। ଏ-ନେଇ କୁଜଙ୍ଗ ପାନପଲ୍ଲୀ ଗ୍ରାମର ଲୋକ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିମ୍ନ ମାନର ଷ୍ଟ୍ରିଟ୍ ଲଗାଇଥିବା ଠିକାଦାର, ବିଭାଗୀୟ ଯନ୍ତ୍ରୀ ଓ ପଞ୍ଚାୟତର ସରପଞ୍ଚ ଙ୍କ ବିରୋଧରେ ବିଶୋଦଗାର କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ସରକାରୀ ସ୍ତରରେ ଏହି ବିଭାଗୀୟ ଅଧିକାରୀ ଓ ଠିକାଦାର ଓ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।