Odisha News: ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ
Advertisement
Article Detail0/zeeodisha/odisha2258628

Odisha News: ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ

Odisha News: ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ, ମହିଳାସଂଘ ସଦସ୍ୟା ଏବଂ ଗାନ୍ଧୀ ଫେଲୋଙ୍କ ମିଳିତ ସହଯୋଗରେ ଘରେ ଘରେ ସର୍ଭେ କରି ୬ -୧୮ ବର୍ଷ ବୟସ ଶିଶୁଙ୍କର ଡ୍ରପ ଆଉଟ ଡାଟା ଆଣି ତାଲିକା ପ୍ରସ୍ତୁତ କରାଯିବ । ସର୍ଭେ ସମୟରେ ସରକାରୀ ବିଦ୍ୟାଳୟରେ ପଢୁଥିଲେ ଛାତ୍ରମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ଗୁଡିକ ତଥା ପ୍ରାକ ଛାତ୍ର ବୃତ୍ତି, ମାଧ୍ୟାହ୍ନ ଭୋଜନ, ଉନିଫୋର୍ମ, ସ୍ମାର୍ଟକ୍ଳାସ ଶିକ୍ଷାଦାନ, ମାଗଣା ପାଠ୍ୟ ପୁସ୍ତକ, ପାଠାଗାର ବ୍ୟବସ୍ଥା, ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଆଦିର ବିବରଣୀ ବିସ୍ତୃତ ଭାବେ ପରିବାରରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପ୍ରଦାନ କରାଯିବା ସହ ସ୍କୁଲରେ ପୁନଃ ଉପସ୍ଥାନ ବଢାଇବାପାଇଁ ପ୍ରୋତ୍ସାହିତ କରାଯାଉଛି।

Odisha News: ଜିଲ୍ଲାର ୨ଟି ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟ

Odisha News: ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ରା.ଉଦୟଗିରି ଓ ଗୁମ୍ମା ବ୍ଲକକୁ ଡ୍ରପ ଆଉଟ ମୁକ୍ତ କରିବା ଲକ୍ଷ୍ୟନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ଲକ୍ଷ୍ୟନେଇ ପିରମଲ ଫାଉଣ୍ଡାସନ ପକ୍ଷ୍ୟରୁ ସମସ୍ତ ଅଙ୍ଗନବାଡି କର୍ମୀ,CRCC, ସୁପରଭାଇଜର ,ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଆଲୋଚନା ଚକ୍ର ଆୟୋଜନ କରାଯାଇଛି। ଏଥିରେ OSEPA ପୋର୍ଟାଲର ତଥ୍ୟକୁ ଭିତ୍ତି କରି ଡ୍ରପ ଆଉଟର କାରଣ, ଗ୍ରାମ ମାନଙ୍କରେ ପରିବାରର ସ୍ଥିତି ଓ ଏହାକୁ ରୋକିବା ପାଇଁ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋକପାତ କରାଯାଉଛି।

ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀ, ମହିଳାସଂଘ ସଦସ୍ୟା ଏବଂ ଗାନ୍ଧୀ ଫେଲୋଙ୍କ ମିଳିତ ସହଯୋଗରେ ଘରେ ଘରେ ସର୍ଭେ କରି ୬ -୧୮ ବର୍ଷ ବୟସ ଶିଶୁଙ୍କର ଡ୍ରପ ଆଉଟ ଡାଟା ଆଣି ତାଲିକା ପ୍ରସ୍ତୁତ କରାଯିବ । ସର୍ଭେ ସମୟରେ ସରକାରୀ ବିଦ୍ୟାଳୟରେ ପଢୁଥିଲେ ଛାତ୍ର ମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ଗୁଡିକ ତଥା ପ୍ରାକ ଛାତ୍ର ବୃତ୍ତି, ମାଧ୍ୟାହ୍ନ ଭୋଜନ, ଉନିଫୋର୍ମ, ସ୍ମାର୍ଟକ୍ଳାସ ଶିକ୍ଷାଦାନ, ମାଗଣା ପାଠ୍ୟ ପୁସ୍ତକ, ପାଠାଗାର ବ୍ୟବସ୍ଥା, ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଆଦିର ବିବରଣୀ ବିସ୍ତୃତ ଭାବେ ପରିବାରରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପ୍ରଦାନ କରାଯିବା ସହ ସ୍କୁଲରେ ପୁନଃ ଉପସ୍ଥାନ ବଢାଇବାପାଇଁ ପ୍ରୋତ୍ସାହିତ କରାଯାଉଛି। ଆଗାମୀ ଦିନରେ ଏଥି ସମ୍ବନ୍ଧୀୟ ଅନେକ ଜନସଚେତନତା ଅଭିଯାନ ଯଥା ରାଲି, ଚିତ୍ରାଙ୍କନ, ଛାତ୍ର ଅନୁକୂଳ ପରିବେଶ ପାଇଁ ଅଭିଯାନ ଆୟୋଜନ ହେବ ଏବଂ ବ୍ଲକ ସ୍ତରରେ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ଶିକ୍ଷାଧିକାରୀ ଏଗୁଡାକର ନେତୃତ୍ବ ନେବେ। ଏହି ଆକାଂକ୍ଷୀ ବ୍ଲକର ପ୍ରତ୍ଯେକ ପିଲା କିପରି ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରିବେ ଏବଂ ସେମାଙ୍କ ଉତ୍ତରୋତ୍ତର ଉନ୍ନତି ହେବ ସେଥିପାଇଁ ପ୍ରଶାସନ ସମସ୍ତ ସହଯୋଗ କରୁଛନ୍ତି ବୋଲି ପିରାମଲ ଫାଉଣ୍ଡେସନର ଦେବବ୍ରତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଆର.ଉଦୟଗିରି ବ୍ଲକର ସମସ୍ତ ସ୍କୁଲ ଗ୍ରାମମାନଙ୍କରେ ସୂଚନା ପ୍ରାପ୍ତ ତଥ୍ୟର ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ସମୀକ୍ଷା କରିବା ପରେ ଚୂଡ଼ାନ୍ତ ତାଲିକାମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଚେଷ୍ଠା କରାଯିବ ବୋଲି ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲାରୀମେନ୍ ଖର୍ସେଲ ଓ ଶିଶୁ ବିକାଶ ଯୋଜନା ଅଧିକାରୀ ଲଳିତା ପୂଜାରୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମର ସର୍ଭେ, ଆଲୋଚନା ଚକ୍ର, ପରିଚାଳନା ଆଦି ଅଭିଯାନରେ ଅଙ୍ଗନୱାଡ଼ି ସୁପରଭାଇଜର ଆଲେମି ରାଇକା ସମେତ ପିରାମଲ ଫାଉଣ୍ଡେସନର ଶ୍ରେୟାଶୀରାଣୀ, ଶୁଭ ସଂଯୋଗ ସାହୁ, ଆଲୋକ ଦ୍ବିବେଦୀ, ଅନିଲ ସରେମ, ଅନନ୍ତ ସୁଜ୍ଞା ଓ ଶୁଭମ କୁମାର ସହଯୋଗ କରିଥିଲେ ।