World Skill Center: ଓଡ଼ିଶା ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆରମ୍ଭ, ଜଲଦି କରନ୍ତୁ Admission..
Advertisement
Article Detail0/zeeodisha/odisha1918599

World Skill Center: ଓଡ଼ିଶା ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆରମ୍ଭ, ଜଲଦି କରନ୍ତୁ Admission..

World Skill Center: ରାଜ୍ୟରେ ଯୁବପିଢ଼ୀଙ୍କ ପାଇଁ ଚାକିରି ସୁଯୋଗ ଆଣି ଦେଇଛି ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍‍ ନାମଲେଖା(Spot Admission) ଆରମ୍ଭ ହୋଇଛି। ଗତ କାଲି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ୩୧ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ରାଜ୍ୟର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇ ପାରିବେ।

World Skill Center: ଓଡ଼ିଶା ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆରମ୍ଭ, ଜଲଦି କରନ୍ତୁ Admission..

World Skill Center: ରାଜ୍ୟରେ ଯୁବପିଢ଼ୀଙ୍କ ପାଇଁ ଚାକିରି ସୁଯୋଗ ଆଣି ଦେଇଛି ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍‍ ନାମଲେଖା(Spot Admission) ଆରମ୍ଭ ହୋଇଛି। ଗତ କାଲି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ୩୧ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ରାଜ୍ୟର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇ ପାରିବେ। ଏହି ସ୍ପଟ୍‍ ନାମଲେଖା ସ୍କୁଲ ଅଫ୍‍ ଇଞ୍ଜିନିୟରିଂ(School of engineering) ଏବଂ ସ୍କୁଲ ଅଫ୍‍ ସର୍ଭିସେସ୍‍( School of Services)ପାଠ୍ୟକ୍ରମ ଅଧୀନରେ ଥିବା ମୋଟ୍‍ ୭ଟି ବିଷୟରେ ହେବ।୩୧ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପ୍ରକ୍ରିୟା(Admission Process) ସକାଳ ୧୦ ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍(Mechanical and electrical Services), ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍(Air conditioning and refrigerator), ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/ ୩ ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସ୍କୁଲ୍ ଅଫ୍ ସର୍ଭିସେସ୍ ଅଧୀନରେ ହେୟାର ଫ୍ୟାସନ ଆଣ୍ତ ଡିଜାଇନ(Hair Fashion Design) ଏବଂ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା(Beauty wellness and spa)ଭଳି ଦୁଇଟି ଅତ୍ୟାଧୁନିକ ବିଷୟ ରହିଛି। ଯୁକ୍ତ ୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏଥିରେ ନାମ ଲେଖାଇପାରିବେ। ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ(Matric), ଆଇଟିଆଇ(ITI) କିମ୍ବା ଡିପ୍ଲୋମା(Diploma) ଏବଂ ସିଏଲସି ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି। ସ୍ପଟ୍ ନାମଲେଖା ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org କୁ ଭିଜିଟ୍ କରି ପାରିବେ। ଏହା ଛଡ଼ା ୧୮୦୦ ୨୬୬ ୬୦୦୨/ ୦୬୭୪ ୨୫୮୦୦୭୯ ନମ୍ବରରେ କଲ୍ କରିପାରିବେ।

Also read: EKAMRA Project Odisha: ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍