Odisha News: ଝରଣା ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ଶିବିର, ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା
Advertisement
Article Detail0/zeeodisha/odisha2070055

Odisha News: ଝରଣା ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ଶିବିର, ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା

Odisha News: ଯୁଗ୍ମ ଶ୍ରମ ଆୟୁକ୍ତ , କାର୍ଯ୍ୟାଳୟ , ଭୁବନେଶ୍ଵର ଦ୍ଵାରା ପରିଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ଝରଣା ସାହିର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । 

Odisha News: ଝରଣା ସାହିରେ ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ଶିବିର, ୮୯ ଜଣ ହିତାଧିକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା

Odisha News: ଯୁଗ୍ମ ଶ୍ରମ ଆୟୁକ୍ତ , କାର୍ଯ୍ୟାଳୟ , ଭୁବନେଶ୍ଵର ଦ୍ଵାରା ପରିଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ଵର ମହାନଗର ନିଗମ ଅନ୍ତର୍ଗତ ଝରଣା ସାହିର ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଝରଣା ସାହି ଠାରେ ଆୟୋଜିତ ଏହି ଶିବିରରେ ବିଜ୍ଞାନ ଓ କାରିଗରୀ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ସ୍ୱାତୀ ସ୍ନିଗ୍ଧା ମିଶ୍ର ଏବଂ ସ୍ଥାନୀୟ କର୍ପୋରେଟର ହିତାଧିକାରୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଅଧ୍ଵନରେ ସହାୟତା ରାଶି ପ୍ରଦାନ କରିଥିଲେ ।

ଏହି ଅବସସରରେ ୨୨ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ୪୪ ଲକ୍ଷ ଟଙ୍କା , ୨୨ ଜଣଙ୍କୁ ଅତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ଏକ ଲକ୍ଷ ୧୦ ହଜାର ଟଙ୍କା , ୩୦ ଜଣଙ୍କୁ ବିବାହକାଳୀନ ସହାୟତା ଭାବରେ ୧୫ ଲକ୍ଷ ଟଙ୍କା , ୧୦ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୬୦ ହଜାର ଟଙ୍କା , ୫ ଜଣଙ୍କୁ ପ୍ରସବକାଳୀନ ସହାୟତା ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୮୯ ଜଣ ହିତାଧ୍ୟାକାରୀଙ୍କୁ ୬୧ ଲକ୍ଷ ୨୦ ହଜାର ଟଙ୍କା ବିଭିନ୍ନ ସହାୟତା ବାବଦରେ ପ୍ରଦାନ କରାଯାଇଛି । ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ୨୭୭ ଜଣ ପଞ୍ଜିକୃତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା ବୋଲି ଖୋର୍ଦ୍ଧା ଜିଲ୍ଲା ଶ୍ରମ ବିଭାଗ ଜଣାଇଛନ୍ତି ।