Modi Visit Odisha: ହିତାଧିକାରୀଙ୍କ ଘରକୁ ଗଲେ, କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2434638

Modi Visit Odisha: ହିତାଧିକାରୀଙ୍କ ଘରକୁ ଗଲେ, କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନା ଶୁଭାରମ୍ଭ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଡ଼କଣରେ ଜଣେ ହିତାଧିକାରୀଙ୍କ ଘରକୁ ଗସ୍ତ କରିଥିଲେ। ଗାଡ଼କଣର ଶବର ସାହିରେ ଥିବା ଭୁବନେଶ୍ୱରରେ ପହଞ୍ଚିବା ପର

Modi Visit Odisha: ହିତାଧିକାରୀଙ୍କ ଘରକୁ ଗଲେ, କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ

Modi Visit Odisha: ଭୁବନେଶ୍ୱର: ଆଜି ସୁଭଦ୍ରା ଯୋଜନା ଶୁଭାରମ୍ଭ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ସାମିଲ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଡ଼କଣରେ ଜଣେ ହିତାଧିକାରୀଙ୍କ ଘରକୁ ଗସ୍ତ କରିଥିଲେ। ଗାଡ଼କଣର ଶବର ସାହିରେ ଥିବା ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲେ ମୋଦୀ। ସେଠାରେ କ୍ଷୀରି ଖାଇ ସ୍ଥାନୀୟ ବାସିନ୍ଦା ଓ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। 

 

ଏହି ସମୟର କିଛି ଫଟୋ ମଧ୍ୟ ମୋଦୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏକ୍ସ ଆକାଉଣ୍ଟରେ ମୋଦି ଓଡିଆ ଭାଷାରେ ଲେଖିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ୱାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ।

 

ସେହିପରି ମୋଦି ଓଡିଶା ଗସ୍ତର ଅନୁଭୂତିକୁ ମଧ୍ୟ ସେୟାର କରିଛନ୍ତି। ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ବୋଲି ଉଲ୍ଲେଖ କରିଥିଲେ।