Advertisement
Photo Details/zeeodisha/odisha2600376
photoDetails0hindi

Sahadeba Nayak: ପୋଲିସ ମିତ୍ର ସହଦେବଙ୍କ ମୃତ୍ୟୁ ପରେ ଭାଇରାଲ ହେଉଛି ଏହି ସବୁ ଫଟୋ, ଝୁରି ହେଉଛନ୍ତି ବନ୍ଧୁ ପରିଜନ

Sahadeb nayak Death: ଭୁବନେଶ୍ୱର: ରାଜଧାନୀ ରସୁଲଗଡରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟାକାଣ୍ଡ ମାମଲାରେ ଗୁରୁବାର ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଦମ୍ପତି ହୋଇଥିବା ବେଳେ ସେମାନଙ୍କ ନାମ ରାକେଶ ନାୟକ ଓ ଲକି ନାୟକ । ଗତକାଲି ଘଟଣା ପରେ ୩ ଜଣକୁ ଗିରଫ କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାଙ୍କ ପତ୍ନୀ ଲିପିକା ନାୟକ ଓ ସହଯୋଗୀ ରକି ନାୟକ ଥିଲେ। ତେବେ ଆଜିର ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଡିସିପିଙ୍କ ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ହତ୍ୟା ଥିଲା।

1/10

ସଫେଇ  କର୍ମଚାରୀ  ସଂଘ  ସଭାପତି  ସହଦେବ ନାୟକଙ୍କୁ କିଛି ଦିନ ତଳେ ଦୁର୍ବୃତ୍ତମାନେ ବ୍ୟସ୍ତବହୁଳ ରସୁଲଗଡ଼ ଓଭରବ୍ରିଜ ଉପରେ ହତ୍ୟା କରିଥିଲେ। 

Also Read: Viral Video: ଜଙ୍ଗଲିଆ ଅଞ୍ଚଳରୁ ଭାଇରାଲ ହେଲା ଏହି ଛାତ୍ରୀଙ୍କର ୩୬ ସେକେଣ୍ଡର ଭିଡିଓ

Also Read: Viral Video: ପାର୍କରୁ ଭାଇରାଲ ହେଲା କଲେଜ ଛାତ୍ରୀଙ୍କର ଭିଡିଓ

2/10

ଦିନ ଦ୍ୱିପ୍ରହରରେ ଏପରି ହତ୍ୟାକାଣ୍ଡକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା। 

3/10

ସେପଟେ ସହଦେବଙ୍କ ହତ୍ୟା ପରେ ରାଜନୀତି ମଧ୍ୟ ବେଶ ଜୋର ଧରିଥିଲା। ସହଦେବଙ୍କ ପରିବାରକୁ କ୍ଷତିପୂରଣ ସହିତ ପରିବାରର ସଦସ୍ୟଙ୍କୁ ଚାକିରି ଦେବାକୁ ବିରୋଧି ଦଳ ଦାବି କରିଥିଲେ। 

4/10

ସେପଟେ ହତ୍ୟାକାଣ୍ଡ ଘଟିଥିବା ଦିନ ହିଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା। ମୋଟ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ 

5/10

ଗିରଫଦାରୀକୁ ମିଶାଇ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଡିସିପିଙ୍କ ଅନୁସାରେ ପୂର୍ବ ଶତ୍ରୁତାକୁ ନେଇ ଯୋଜନାବଦ୍ଧ ହତ୍ୟା ଥିଲା

6/10

ସେପଟେ ବିରୋଧି କରିଥିବା ଦାବି ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ ସରକାର।

7/10

ସ୍ୱର୍ଗତ ସହଦେବ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯାଇଥିଲା। 

8/10

ସେହିପରି ଏହା ସହିତ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି । 

9/10

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ଏହା ସ୍ଥିର କରାଯାଇଛି । 

10/10

ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ରହିଛି।