Odisha Flood: ମନରେ ଛନକା, ଦଳେଇଘାଇ ନିକଟରେ ୧୦ ଫୁଟର ଘାଇ
Advertisement

Odisha Flood: ମନରେ ଛନକା, ଦଳେଇଘାଇ ନିକଟରେ ୧୦ ଫୁଟର ଘାଇ

Odisha Flood:  ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଓ ଦଳେଇ ଘାଇ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ(breach) ହୋଇଛି। ଗତ ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ (Cuttack-Jagatsinghpur) ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଛି । ପଢନ୍ତୁ ରିପୋର୍ଟ...

Odisha Flood: ମନରେ ଛନକା, ଦଳେଇଘାଇ ନିକଟରେ ୧୦ ଫୁଟର ଘାଇ

Odisha Flood: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (Rain) ଜାରି ରହିଛି।  ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଓ ଦଳେଇ ଘାଇ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ(breach) ହୋଇଛି। ଗତ ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ (Cuttack-Jagatsinghpur) ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଛି । ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବା ବେଳେ ତରିକୁନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ପାଣି ପଶିଯାଇଛି। ରାସ୍ତା ଘାଟ, ବିଲ ବାଡ଼ି, ଘର ଦ୍ବାର ସହ  ତରିକୁନ୍ଦ ଫାଣ୍ଡି ପାଣି ଘେରରେ ରହିଛି । ଲୋକେ ପାଣି ଭିତରେ ପଶି ଘରକୁ  ଯିବା ଆସିବା କରୁଛନ୍ତି । ତେବେ, ମୌମୁମୀ ଆରମ୍ଭରୁ ଏଭଳି ବନ୍ୟା ପରିସ୍ଥିତି (Odisha flood) ସୃଷ୍ଟି ହୋଇଥିବା ନେଇ ଲୋକଙ୍କ ମନରେ ଛନକା ପଶିଛି। ତେବେ ବର୍ଷା ଜାରି ରହିଥିବାରୁ ଆଗକୁ ପୁରା ଅଞ୍ଚଳ ଜଳବନ୍ଦୀ ହୋଇଯିବ ବୋଲି ଆଶଙ୍କା କରାଯାଉଛି। 

ଏହାବି ପଢନ୍ତୁ : Cricketers Restaurant:  ଆଲିସାନ୍ ରେସ୍ତୋରାଁର ମାଲିକ ହେଉଛନ୍ତି ଏହି ୧୦ କ୍ରିକେଟର

 

ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ  ରାଜ୍ୟରେ ବର୍ଷା (rainfall) ଜାରି ରହିଛି । ଆଜି କିଛି ସ୍ଥାନରେ ପ୍ରବଳ ଓ ଅତି ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଅତି ପ୍ରବଳ ବର୍ଷା ( heavy to very heavy rainfall) ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ (orange warning) ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ, ଏହି ଜିଲ୍ଲା ଗୁଡିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି  ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି  । ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୯ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ତେବେ,ପାଣିପାଗ ବିଭାଗର ଆକଳନ ପରେ ସତର୍କ କରିଛନ୍ତି ଏସଆରସି (Src)।  ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେଣୁ କ୍ଷେତ୍ର ସରକାରୀ କର୍ମଚାରୀଙ୍କୁ ହେଡକାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଉପୁଜିପାରେ । ରାସ୍ତା ଓ ଡ୍ରେନ ବୁଡି ଯାଇପାରେ । ଡ୍ରେନ୍ ଗୁଡ଼ିକ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଟ୍ରାଫିକ ସମସ୍ୟା ଉପୁଜିପାରେ । ତେଣୁ ତଳିଆ ଅଞ୍ଚଳରେ ପାଣି ଜମିଲେ, ତୁରନ୍ତ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ନଜର ରଖିବାକୁ କୁହାଯାଇଛି । ତେବେ, ଗତ ୨୪ ଘଣ୍ଟାରେ ଭଦ୍ରକ ସହରରେ ସର୍ବାଧିକ ୧୬୫ ମିଲିମିଟର ଓ ଜଗତସିଂହପୁରରେ ୧୩୨.୬ ମିଲିମିଟର ବର୍ଷା ହୋଇଛି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ହେବ । ଫଳରେ ନିଅଣ୍ଟିଆ ସ୍ଥିତିରେ ସୁଧାର ଆସିପାରେ । ବର୍ତ୍ତମାନ ସୁଦ୍ଧା ମୌସୁମୀ ଋତୁରେ ରାଜ୍ୟରେ ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ଓ କଳାହାଣ୍ଡି ଜିଲ୍ଲାରେ ସବୁଠୁ କମ୍‌ ବର୍ଷା ରେକର୍ଡ କରାଯାଇଛି । ସେହିପରି ଦେବଗଡ଼ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ବାକି ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।