Odisha News: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦରଙ୍କ ଏକାଦଶ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ
Advertisement
Article Detail0/zeeodisha/odisha2185213

Odisha News: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦରଙ୍କ ଏକାଦଶ ଅବସରରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ

Odisha News: ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଏକାଦଶାହ ଅବସରରେ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସେହିପରି ପାରାଦୀପ ଗଡ ନିମିଢୀ ଶିଦ୍ଧେଶ୍ବର ମନ୍ଦିର ନିକଟସ୍ଥ ପୂର୍ବ ଓଡିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ଶ୍ରମିକସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଡା. ଦାମୋଦର ରାଉତଙ୍କ ଦୀର୍ଘ ରାଜନୈତିକ ଜୀବନର ବିଭିନ୍ନ ଘଟଣା ବଳୀ ଓ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। 

ପୂର୍ବ ଓଡିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ସଭାପତି ଗୋଲେଖ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ ପୂର୍ବ ଓଡିଶା ପାରାଦୀପ ରିଫାଇନାରୀ ସଂଘ ଓ ଜମିହରା କୃଷକ ମହାସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗ ଦେଇ ଡା.ରାଉତଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସ୍ବାଇଁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଡଃ ଦାମୋଦର ରାଉତଙ୍କ ସାହାସିକତା ଓ ପାରାଦୀପ ବନ୍ଦର ପାଇଁ କରିଥିବା କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ। 

ତାଙ୍କର ବିୟୋଗ ସମଗ୍ର ଓଡିଶା ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବେକାରୀ ମାନଙ୍କୁ ନିଯୁକ୍ତି ପାଇଁ ପୂର୍ବ ଓଡିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ର ସଂଗଠନ ର ଚାରା ରୋପଣ କରିଥିଲେ। ଯାହାକି ଏହି ସଂଗଠନ ଏକ ବଡ ଦୃମରେ ପରିଣତ ହୋଇଥିବା ବେଳେ ସ୍ବର୍ଗତ ଡ.ଦାମୋଦର ରାଉତ ପାରାଦୀପ ଓ ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ପୂର୍ବ ଓଡିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ଶ୍ରମିକ ସଂଗଠନ ସଭାପତି ଗୋଲେଖ ଚନ୍ଦ୍ର ନାୟକ କହିଥିଲେ।