Odisha News: ପାରାଦୀପରେ କୋର୍ଟ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ ନେଇ ବୈଠକରେ ଆଲୋଚନା
Advertisement
Article Detail0/zeeodisha/odisha2202026

Odisha News: ପାରାଦୀପରେ କୋର୍ଟ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ ନେଇ ବୈଠକରେ ଆଲୋଚନା

Odisha News: ପାରାଦୀପରେ କୋର୍ଟ ପ୍ରତିଷ୍ଠା କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କରି ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରାଯିବା ନେଇ ପୋର୍ଟ କ୍ଲବ ପରିସରରେ ପାରାଦୀପ ବାର୍ ଆସୋସିଏସନ ପକ୍ଷରୁ ଏକ ବୈଠକରେ ଆଲୋଚନା ହୋଇଛି।

ସୂଚନା ଅନୁଯାୟୀ, ପୋର୍ଟ କ୍ଲବ ପରିସରରେ ପାରାଦୀପ ବାର ଆସୋସିଏସନର ୨୦୨୩-୨୪ ବର୍ଷ ପାଇଁ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ଉତ୍ସବ ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ଗୋରାଚାନ୍ଦ ସିଂହ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିବା ବେଳେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁ, ଉପସଭାପତି ଭାବେ ବସନ୍ତ କୁମାର ବିଶ୍ୱାଳ, କୈଳାଶ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ତପନ କୁମାର ଦାଶ ଓ ଆଇନଜୀବୀ ରବିନ୍ଦ୍ର କୁମାର ଜେନା ପ୍ରମୁଖ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।

ଏହି ଶପଥ ଗ୍ରହଣ ଉତ୍ସବରେ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାଧାରଣ ବୈଠକରେ ପାରାଦୀପ ବାର ଆସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ପାରାଦୀପରେ କୋର୍ଟ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ସଂଗଠନକୁ ବ୍ୟାପକ ଓ ସୁଦୃଢ କରିବା ନେଇ ଆଲୋଚନା କରିଥିଲେ। ତେବେ ପ୍ରତି ଦୁଇ ବର୍ଷରେ ଥରେ ପାରାଦୀପ ବାର୍ ଆସୋସିଏସନ ର ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବାର ଆସୋସିଏସନ ତରଫରୁ ସୂଚନା ଦିଆଯାଇଛି।