Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋଟ୍ ନାହିଁ
Advertisement
Article Detail0/zeeodisha/odisha2214411

Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋଟ୍ ନାହିଁ

Odisha Election 2024: ଡାକ୍ତର ନାହିଁ ତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଅତବିରା ନିର୍ବାଚନ ମଣ୍ଡଳୀର କାଦୋବାହାଲ ଗ୍ରାମବାସୀ । ହସ୍ପିଟାଲରେ ଡାକ୍ତର ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ । ବାରମ୍ବାର ସ୍ଥାନୀୟ ବିଧାୟିକା ଓ ଜିଲ୍ଲା ପ୍ରଶାସନକୁ କହି କହି ଥକି ଗଲେ ଲୋକେ ହେଲେ କେହି ଶୁଣିଲେ ନାହିଁ। 

Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋଟ୍ ନାହିଁ

Odisha Election 2024: ଡାକ୍ତର ନାହିଁ ତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଅତବିରା ନିର୍ବାଚନ ମଣ୍ଡଳୀର କାଦୋବାହାଲ ଗ୍ରାମବାସୀ । ହସ୍ପିଟାଲରେ ଡାକ୍ତର ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ । ବାରମ୍ବାର ସ୍ଥାନୀୟ ବିଧାୟିକା ଓ ଜିଲ୍ଲା ପ୍ରଶାସନକୁ କହି କହି ଥକି ଗଲେ ଲୋକେ ହେଲେ କେହି ଶୁଣିଲେ ନାହିଁ। ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର କାଦୋବାହାଲ୍ ଗାଁରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଏହି ହସ୍ପିଟାଲ ଉପରେ ନିର୍ଭର କରନ୍ତି ହଜାର ହଜାର ଲୋକ। ଗୋଟିଏ ପଟେ ସୋନପୁର ଜିଲ୍ଲା ସୀମାନ୍ତ ଓ ଅନ୍ୟପଟେ ବରଗଡ଼ ଜିଲ୍ଲା ସୀମାନ୍ତ । ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳର ଗରିବ ଲୋକେ ଏହି ହସ୍ପିଟାଲ ଉପରେ ଭରସା କରନ୍ତି କିନ୍ତୁ ଏତେ ବଡ଼ ହସ୍ପିଟାଲରେ ସ୍ଥାୟୀ ଡାକ୍ତର ,ଫାର୍ମାସିଷ୍ଟ ଓ ଆବଶ୍ୟକ ଷ୍ଟାଫ ନାହାଁନ୍ତି । ତେବେ କେମିତି ଚାଲିଥିବ ଏ ହସ୍ପିଟାଲ ଥରେ ଚିନ୍ତା କରନ୍ତୁ । ୫ଟି ନାଁରେ ହସ୍ପିଟାଲରେ କେବଳ ରଙ୍ଗ ବୋଲି ଦିଆଯାଇ ସରକାର ଭୁଲି ଯାଇଛନ୍ତି ଏହି ହସ୍ପିଟାଲକୁ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। 

ସ୍ୱାସ୍ଥ୍ୟ ସେବା ନାଁରେ ଡିଣ୍ଡିମ ପିଟୁଥିବା ବିଜେଡି ସରକାରରେ ଲୋକେ ପାଉନାହାନ୍ତି ସାମାନ୍ୟ ଚିକିତ୍ସା ସେବା । ନାମକୁ ମାତ୍ର PHC,CHC ହେଲେ ଗରିବ ଲୋକେ ବାଧ୍ୟ ହୋଇ ବେସରକାରୀ ହସ୍ପିଟାଲ ,କ୍ଲିନିକକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । କାଦୋବାହାଲ ହସ୍ପିଟାଲ ସାମ୍ନାରେ ଯାଇଛି ରାଜ୍ୟ ରାଜ୍ୟପଥ ,ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ପ୍ରାଥମିକ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିବା ଘଟଣା ନଜିର ରହିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ସେବାରୁ ବଂଚିତ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ଆସିଲେ ଜବାବ ମାଗିବା ସହ ସ୍ଥାୟୀ ଡାକ୍ତର ଓ ଷ୍ଟାଫ ନିଯୁକ୍ତି ନଦେଲେ ଭୋଟ୍ ବର୍ଜନ କରିବାର କଡା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।