Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ମୀନା ମାଝୀ
Advertisement
Article Detail0/zeeodisha/odisha2194188

Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ମୀନା ମାଝୀ

Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବିଜେଡିର କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀ। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟିକା ପ୍ରାର୍ଥୀନୀ ଭାବେ ପୂର୍ବତନ କେନ୍ଦୁଝରଗଡ ପୌରାଧ୍ୟକ୍ଷା ମୀନା ମାଝୀଙ୍କ ନାମ ଘୋଷଣା କରିଥିଲେ। 

Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ମୀନା ମାଝୀ

Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବିଜେଡିର କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀ। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟିକା ପ୍ରାର୍ଥୀନୀ ଭାବେ ପୂର୍ବତନ କେନ୍ଦୁଝରଗଡ ପୌରାଧ୍ୟକ୍ଷା ମୀନା ମାଝୀଙ୍କ ନାମ ଘୋଷଣା କରିଥିଲେ। ଶହଶହ ବିଜେଡି କର୍ମୀଙ୍କ ସହିତ କେନ୍ଦୁଝରର ରାଷ୍ଟ୍ର ଦେବତା ବଳଦେବଜୀଉଙ୍କ ନିକଟରେ ପୂଜାର୍ଚ୍ଚନା କରି ମନ୍ଦିର ନିକଟସ୍ତ ପୁରୁଣା ସହର ର ଦୋକାନ ବଜାର ତଥା ଘର ଘର ବୁଲି ତାଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ଶ୍ରୀମତୀ ମାଝୀ ।

 ଏଥିରେ ବିଜେଡିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଦଳୀୟ ମୁରବୀଙ୍କ ସହିତ ସେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା କେନ୍ଦୁଝର ବାସୀଙ୍କ ପାଇଁ ଯେଉଁ ସବୁ ଜନକଲ୍ୟାଣକାରି ଯୋଜନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କୁ ପାଥେୟ କରି ଏହି ନିର୍ବାଚନ ବୈତରଣୀ ପାର ହେବାକୁ ଶ୍ରୀମତୀ ମାଝୀ ଆଶା ରଖି ଥିବା କହିଛନ୍ତି ।