sambalpur university: ଗ୍ରେଡେସନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସୁଛି ନାକ୍ ଟିମ
Advertisement

sambalpur university: ଗ୍ରେଡେସନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସୁଛି ନାକ୍ ଟିମ

ସମ୍ବଲପୁର: ଆସନ୍ତା ୨୬ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ ନାକ୍ ଟିମ। ସେପ୍ଟେମ୍ବର ୨୬ରେ ଏହି ଟିମ ବିଶ୍ଵବିଦ୍ୟାଳୟରେ ପହଞ୍ଚିବାକୁ ଥିବା ବେଳେ ୨୭ ରୁ ୨୯ ତିନି ଦିନ ଧରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା କହିଛନ୍ତି କୁଳପତି। ବର୍ତ୍ତମ

sambalpur university: ଗ୍ରେଡେସନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆସୁଛି ନାକ୍ ଟିମ

sambalpur university: ସମ୍ବଲପୁର: ଆସନ୍ତା ୨୬ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ ନାକ୍ ଟିମ। ସେପ୍ଟେମ୍ବର ୨୬ରେ ଏହି ଟିମ ବିଶ୍ଵବିଦ୍ୟାଳୟରେ ପହଞ୍ଚିବାକୁ ଥିବା ବେଳେ ୨୭ ରୁ ୨୯ ତିନି ଦିନ ଧରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା କହିଛନ୍ତି କୁଳପତି। ବର୍ତ୍ତମାନ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ସୂଚନା ଦେଇଛନ୍ତି କୁଳପତି। ସବୁ ବିଭାଗର ହଷ୍ଟେଲ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟ ଜାରି ରହିଛି। ତେବେ ବର୍ଷା ପାଇଁ କେତେକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁଳପତି କହିଛନ୍ତି। ବର୍ଷା ଯୋଗୁଁ କେତେକ କାମ ନଷ୍ଟ ମଧ୍ୟ ହୋଇଥିବା ସୂଚନା ଦିଆଯାଇଛି।

ତେବେ ନାକ ଟିମ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ଫିଡବେକ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହୋଇଥିବାରୁ ବର୍ତ୍ତମାନ ପ୍ରତ୍ୟେକ ବିଭାଗର ଛାତ୍ରଛାତ୍ରୀ କିପରି ବିଶ୍ବବିଦ୍ୟାଳୟର କାର୍ଯ୍ୟକଳାପରେ ସନ୍ତୁଷ୍ଟ ହେବେ ଓ ନାକ ଟିମ କୁ ଭଲ ଫିଡବ୍ୟାକ ଦେବେ ସେଥିପାଇଁ ପ୍ରତ୍ୟେକ ବିଭାଗର ଅଧ୍ୟାପକଙ୍କୁ ଡକାଯାଇ ଆଲୋଚନା ହେଉଛି । ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିୟମାବଳୀ ତିଆରି ହୋଇଥିବା କୂଳପତି କହିଛନ୍ତି। ଏଇ କିଛି ଦିନ ବହୁତ ଗୁରୁତ୍ବପୂର୍ଣ ଓ ସମସ୍ତଙ୍କୁ ମିଳିମିଶି କାମ କରିବାର ଅଛି। ଏଥର ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଏ ପ୍ଲସ ଗ୍ରେଡ ମିଳିବ ବୋଲି ଆଶା ରଖିଛନ୍ତି କୁଳପତି ଓ ରେଜିଷ୍ଟର।

ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବର୍ତ୍ତମାନ ଏକ ବିବାଦୀୟ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏହିଭଳି ଘଟଣା ଗୁଡିକୁ କର୍ତ୍ତୃପକ୍ଷ ରୋକିବାକୁ ଚେଷ୍ଟା କରିବା ଉଚିତ ବୋଲି ସ୍ଥାନୀୟ ସଚେତନ ଲୋକ ମତବ୍ୟକ୍ତ କରିଛନ୍ତି। କାରଣ ବିଶ୍ଵବିଦ୍ୟାଳୟ A ପ୍ଲସ ଗ୍ରେଡ ପାଇଲେ ଏହା ଦ୍ବାରା ବିଶ୍ବବିଦ୍ୟାଳୟକୁ ଭଲ ଅନୁଦାନ ମିଳିବ। ଏହି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ରେ ଏବେ ୨୩୫ଟି କଲେଜ ରହିଛି। ଏଭଳି ସ୍ଥିତିରେ ଯଦି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏ ପ୍ଲସ ଗ୍ରେଡ଼ ପାଏ ତା ହେଲେ ଭିତ୍ତିଭୂମିର ବିକାଶ ସହ କେନ୍ଦ୍ର ତରଫରୁ ଭଲ ଆର୍ଥିକ ସହାୟତା ମିଳିବ। ଯାହାକି ବିଶ୍ୱବିଦ୍ୟାଳୟ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଇଛି। ୨୦୧୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ "ଏ" ଗ୍ରେଡ଼ ପାଇଥିଲା। ତା'ପର ଠାରୁ ବହୁତ ଅଗ୍ରଗତି ହୋଇଛି। କିନ୍ତୁ ଏବେ କିଛିଟା ଚିନ୍ତା ବଢ଼ାଇଛି ଅଧ୍ୟାପକଙ୍କ କଳା କାରନାମା। କିଛି ଦିନ ପୂର୍ବରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଭାଗର ଜଣେ ମହିଳା ସହକାରୀ ପ୍ରଫେସର ଆଉ ଜଣେ ପୁରୁଷ ସହକାରୀ ପ୍ରଫେସରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେଇ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିଲା। 

ତା ପରେ ପୁଣି ଜଣେ ଓଡ଼ିଆ ବିଭାଗର ଛାତ୍ରୀ ଜଣେ ଅଧ୍ୟାପକଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଲେ। ତାକୁ ମଧ୍ୟ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ତରଫରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇ ତାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଆଉ ଏକ ଘଟଣା ଯାହାକି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ଏକ ଅଲିଭା ଦାଗ ହୋଇ ରହି ଯାଇଛି। ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସମୟରେ ଜଣେ କର୍ମଚାରୀଙ୍କ ଆତ୍ମଦାହ ଘଟଣା, ବିଶ୍ୱବିଦ୍ୟାଳୟ ପରିସରରୁ ବହୁ ମୂଲ୍ୟବାନ ଗଛ କଟା ଘଟଣା, ଲାଇବ୍ରେରୀର ଅନେକ ଅମୁଲ୍ୟ ଗ୍ରନ୍ଥାବଳୀ କୁ ପୋଡ଼ିଦେବା ଘଟଣା ଏବେ ମଧ୍ୟ ଜନ ମାନସରେ ଆଲୋଡନ ସୃଷ୍ଟି କରୁଛି। ସେ ସବୁକୁ ଆଢୁଆଳରେ ରଖି କିଭଳି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏ ପ୍ଲସ ଗ୍ରେଡ଼ ପାଇବ ସେଥିପାଇଁ ସମସ୍ତେ ଆଶାବାଦୀ ରହିଛନ୍ତି। କେବଳ ଅପେକ୍ଷା ନାକ ଟିମ ର ପରିଦର୍ଶନ ଓ ଗ୍ରେଡେସନ।