Parshottam Rupala:କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ।
Trending Photos
Parshottam Rupala:କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଦିନିକିଆ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ବାଲୁଗାଁ ଚିଲିକା କୂଳ ଜେଟିରେ ପହଞ୍ଚି ଏକ ସରକାରୀ ସଭାରେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ସାଗର ପରିକ୍ରମା ଯୋଜନା ଅନ୍ତର୍ଗତ ଆୟୋଜିତ ଏହି ଗସ୍ତରେ ଶ୍ରୀ ରୁପାଲା ଚିଲିକା କୂଳ ମାଛ ମାର୍କେଟ ବୁଲିବା ସହ ବହୁ ମତ୍ସ୍ୟଜୀବିଙ୍କ ସହ ଆଲୋଚନା କରିଥିଲେ। ସଭାରେ ଶ୍ରୀ ରୁପାଲା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ସ୍ଥାନୀୟ ମତ୍ସ୍ୟଜୀବିଙ୍କୁ ଅବଗତ କରିଥିଲେ। ଭାରତ ସରକାର ମତ୍ସ୍ୟଜୀବିଙ୍କ ଉନ୍ନତି ପାଇଁ ସଦାବେଳେ ବଦ୍ଧ ପରିକର ବୋଲି କହିଥିଲେ ଶ୍ରୀ ରୁପାଲା।
Enjoyed a delightful lunch at a local fisherman's home – a truly memorable experience! pic.twitter.com/zAmbo812LK
— Parshottam Rupala (@PRupala) January 7, 2024
ଏହାପରେ କେନ୍ଦ୍ରମନ୍ତ୍ରୀ ନଈରୀ ଗ୍ରାମରେ ଏକ ବିଶାଳ ମତ୍ସ୍ୟଜୀବି ସମ୍ମିଳନୀରେ ଯୋଗଦେଇ ମତ୍ସ୍ୟଜୀବିମାନଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଜନହିତକାରି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ପରିଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ସିଙ୍ଗେଶ୍ୱର ପଞ୍ଚାୟତ ମଠପୁର ଗ୍ରାମର ମତ୍ସ୍ୟଜୀବି ତୋଫାନ ବେହେରାଙ୍କ ଘରକୁ ଯାଇ ଭୋଜନ କରିଥିଲେ ଏବଂ ତାଙ୍କ ପରିବାର ସହ ମତ ବିନିମୟ କରିବା ସହ ହାଲଚାଲ ପଚାରି ବୁଝିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରୁପାଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳି ସାତପଡ଼ା ଅଭିମୁଖେ ଗସ୍ତ କରିଥିଲେ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା ସମ୍ବିତ ପାତ୍ର ଉପସ୍ଥିତ ଉପସ୍ଥିତ ଥିଲେ।
Also Read: Chandaka Bird Count: ୧୦ରେ ଚନ୍ଦକାରେ ପକ୍ଷୀ ଗଣନା, ନିୟୋଜିତ ହେବେ ୬୦ କର୍ମଚାରୀ