Odisha News: ଗ୍ୟାସ ସିଲିଣ୍ଡର ଚୋରିରେ ସମ୍ପୃକ୍ତ ୪ ଅଭିଯୁକ୍ତ କୋର୍ଟ ଚାଲାଣ
Advertisement
Article Detail0/zeeodisha/odisha2291201

Odisha News: ଗ୍ୟାସ ସିଲିଣ୍ଡର ଚୋରିରେ ସମ୍ପୃକ୍ତ ୪ ଅଭିଯୁକ୍ତ କୋର୍ଟ ଚାଲାଣ

Odisha News: ଏହି ଘଟଣାକୁ ନେଇ କେନ୍ଦ୍ରର ମୁଖ୍ୟ ବିତରକ ଆର.ଏଲ କବାଟ ବିଶୋଇ ଥାନାରେ ଲିଖିତ ଅଭିଯୋଗ ଦେବାପରେ ବିଶୋଇ ଥାନାରେ କେସ ନଂ ୬୪/୨୪ ରେ ଏକ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଚାଲିଥିଲା।ବିଶୋଇ ପୋଲିସ ଚୋର ମାନଙ୍କୁ ଠାବ କରିବା ପାଇଁ ବହୁ ପ୍ରୟାସ କରୁଥିଲେ ସୁଦ୍ଧା ଅଭିଯୁକ୍ତଙ୍କର କୌଣସି ପତ୍ତା ମିଳୁନଥିଲା।

Odisha News: ଗ୍ୟାସ ସିଲିଣ୍ଡର ଚୋରିରେ ସମ୍ପୃକ୍ତ ୪ ଅଭିଯୁକ୍ତ କୋର୍ଟ ଚାଲାଣ

Odisha News: ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ବିଶୋଇ ଗାଁରେ ଅବସ୍ଥିତ ଇଣ୍ଡିଆନ ଗ୍ୟାସ ଗ୍ରାମୀଣ ବିତରଣ କେନ୍ଦ୍ର ଗୋଦାମ ଗୃହରୁ ଗ୍ୟାସ ସିଲିଣ୍ଡର ଚୋରି ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଆଜି ବିଶୋଇ ପୋଲିସ ଦ୍ୱାରା କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ସମସ୍ତ ହେଲେ କୁଳିଅଣା ଥାନା ଅଧିନ ସୌରୀ ଗ୍ରାମର ସୌମ୍ୟରଞ୍ଜନ ପାଣି(୨୫),ତିତ୍ରି ଗ୍ରାମର ଅଜୟ କୁମାର ବେହେରା(୨୨) ଏବଂ ବାଲୁମୁଣ୍ଡଳୀ ଗ୍ରାମର ସିପୁ ସିଂ (୨୭) ଓ ଉମାଶଙ୍କର ନାଏକ(୨୫)। ସୂଚନାଯୋଗ୍ୟ କି,ଗତ ଏପ୍ରିଲ ୭ ତାରିଖ ବିଳମ୍ବିତ ରାତ୍ରିରେ ବିଶୋଇ ଗାଁ ରେ ଥିବା ଇଣ୍ଡିଆନ ଗ୍ରାମୀଣ ବିତରଣ କେନ୍ଦ୍ର ଗୋଦାମ ଗୃହର ମୁଖ୍ୟ ଫାଟକର ତାଲା ଭାଙ୍ଗି ୪୦ ଗୋଟି ଘରୋଇ ଭର୍ତ୍ତି ସିଲିଣ୍ଡର,୧୦ ଗୋଟି ଖାଲି ସିଲିଣ୍ଡର ଏବଂ ୨୦ ଗୋଟି ଭର୍ତ୍ତି କମର୍ସିଆଲ ସିଲିଣ୍ଡର ସମୁଦାୟ ୭୦ ଗୋଟି ସିଲିଣ୍ଡର ଚୋରି କରିନେଇ କିଛି ଦୁର୍ବୃତ୍ତ ଚମ୍ପଟ ମାରିଥିଲ।

ଏହି ଘଟଣାକୁ ନେଇ କେନ୍ଦ୍ରର ମୁଖ୍ୟ ବିତରକ ଆର.ଏଲ କବାଟ ବିଶୋଇ ଥାନାରେ ଲିଖିତ ଅଭିଯୋଗ ଦେବାପରେ ବିଶୋଇ ଥାନାରେ କେସ ନଂ ୬୪/୨୪ ରେ ଏକ ମାମଲା ରୁଜ୍ଜୁ ହୋଇ ଘଟଣାର ତଦନ୍ତ ଚାଲିଥିଲା।ବିଶୋଇ ପୋଲିସ ଚୋର ମାନଙ୍କୁ ଠାବ କରିବା ପାଇଁ ବହୁ ପ୍ରୟାସ କରୁଥିଲେ ସୁଦ୍ଧା ଅଭିଯୁକ୍ତଙ୍କର କୌଣସି ପତ୍ତା ମିଳୁନଥିଲା। ତେବେ,ଗତ ଏପ୍ରିଲ ୨୨ ତାରିଖରେ କୌଣସି ଏକ ଘଟଣାରେ ବାରିପଦା ସଦର ଥାନା ଏ.ଏସ୍.ଆଇ ଜିତେନ୍ଦ୍ର କୁମାର ଜେନା ୫ ଜଣ ଅଭିଯୁକ୍ତଙ୍କୁ ବାରିପଦା ସଦର ଥାନାରେ ଅଟକ ରଖି ପଚରାଉଚରା କରିଥିଲେ।ତେବେ,ସମସ୍ତ ଅଭିଯୁକ୍ତ ମଧ୍ୟରୁ ୪ ଜଣ ଅଭିଯୁକ୍ତ ବିଶୋଇରେ ଗ୍ୟାସ ସିଲିଣ୍ଡର ଚୋରି ଘଟଣାରେ ସମ୍ପୃକ୍ତ ଥିବାନେଇ ସ୍ୱୀକାର କରିଥିଲେ।

ଏହି ସମସ୍ତ ଅଭିଯୁକ୍ତଙ୍କୁ ବାରିପଦା ସଦର ଥାନାରୁ ବିଶୋଇ ଥାନାକୁ ହସ୍ତାନ୍ତର କରାଯାଇଥିଲା।ଆଜି ସମସ୍ତ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।ତେବେ,ମୟୂରଭଞ୍ଜ ଜିଲ୍ଲାର ଏକାଧିକ ସ୍ଥାନରୁ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ହେତୁ ଏଥିରେ କୌଣସି ଏକ ବୃହତ ରାକେଟ ସକ୍ରିୟ ଥାଇପାରେ ବୋଲି ଅନୁମାନ କରାଯାଉଛି।ତେଣୁ,ଆଗାମୀ ଦିନରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି।