Odisha News: ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ, ଚାଉଳ ଫେରାଇଦେଲେ ହିତାଧିକାରୀ
Advertisement
Article Detail0/zeeodisha/odisha2082246

Odisha News: ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ, ଚାଉଳ ଫେରାଇଦେଲେ ହିତାଧିକାରୀ

Odisha News: ଅସନା ଯୁକ୍ତ ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ତୀବ୍ର ଅସନ୍ତୋଷ । ଘରକୁ ଚାଉଳ ନେବା ବଦଳରେ ପଞ୍ଚାୟତକୁ ଫେରାଇଦେଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ।

Odisha News: ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ, ଚାଉଳ ଫେରାଇଦେଲେ ହିତାଧିକାରୀ

Odisha News: ଅସନା ଯୁକ୍ତ ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ତୀବ୍ର ଅସନ୍ତୋଷ । ଘରକୁ ଚାଉଳ ନେବା ବଦଳରେ ପଞ୍ଚାୟତକୁ ଫେରାଇଦେଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ। ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ହିତାଧିକାରୀଙ୍କୁ ମାଗଣାରେ ୪ ମାସର ଚାଉଳ ଯୋଗାଇ ଦେଉଥିବା ବେଳେ ଆଜି ଶବରପଲ୍ଲୀ ପଂଚାୟତର ବାୟାଗଡ଼, ଜିରାଙ୍ଗ, ଅଞ୍ଜରସାହି ଓ ଫଟାଚାଞ୍ଛଡା ଗାଁର ଶହେରୁ ଉର୍ଦ୍ଧ୍ବ ରାସନ୍ କାର୍ଡ ହିତାଧିକାରୀ ୪ ମାସର ପିଡିଏସ୍ ଚାଉଳ ନେବା ପାଇଁ ପଂଚାୟତ କାର୍ଯ୍ୟାଳୟକୁ ଗାଡ଼ି ଭଡ଼ା କରି ଆସିଥିଲେ l ହେଲେ ଯୋଗାଣ ସହାୟକଙ୍କ ଠାରୁ ଚାଉଳ ନେବା ପରେ ସେହି ସବୁ ଚାଉଳ ପୋକଡା ଓ ବିଲେଇ ମଳ ସହ ଆବର୍ଜନା ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଚାଉଳ ଦେଖି ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା।

ବହୁ ଦୂର ଦୁରାନ୍ତରୁରୁ ଆସିଥିବା ହିତାଧିକାରୀ ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ସରପଞ୍ଚ ଓ ପିଇଓ ଙ୍କୁ ଡ଼ାକିଥିଲେ । କିନ୍ତୁ ପିଇଓ ଆସିନଥିଲେ, ସରପଞ୍ଚଙ୍କ ପ୍ରତିନିଧି ଆସି ଘଟଣା କୁ ଦୃଢ଼ତା ସହ ନିନ୍ଦା କରିଥିଲେ । ଗଚ୍ଛିତ ଥିବା ଚାଉଳ ବସ୍ତା ରିପେକିଙ୍ଗ କରାଯାଇଥିବା ବେଳେ ତଳ ଭାଗ ଓଦା ହୋଇ ଚିରି ଫାଟି ହୋଇଯାଇଛି । ପଞ୍ଚାୟତ ର ଗୋଦାମରେ ଥିବା ଚାଉଳ ବସ୍ତା କୁ ଖୋଲି ଦେଖିବାରେ ତାହା ବି ପୋକ ସହ ଅସନା ହୋଇ ରହିଥିଲା । ଆସିଥିବା ୪ ଖଣ୍ଡ ଗ୍ରାମବାସୀ ଚାଉଳ ନ ନେଇ ଖାଲି ହାତରେ ଘରକୁ ଫେରି ଯାଇଥିଲେ। ଏହି ଖରାପ ଅପମିଶ୍ରୀତ ଚାଉଳକୁ ଖାଇ କାହାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ହିତାଧିକାରୀମାନେ।

ତୁରନ୍ତ ଭଲ ଚାଉଳ ଦେବାକୁ ଦାବୀ କରିଛନ୍ତି। ସଂମୃକ୍ତ ଖାଦ୍ୟ ଯୋଗାଣ ସହାୟକ ପ୍ରଶନ୍ନ ରଇତଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି ଯେ କେବେ ଏଭଳି ଅବ୍ୟବସ୍ଥା ହେଉନଥିଲା ଚଳିତ ଥର ୬୦କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ହେବ ଖରାପ ଅପମିଶ୍ରୀତ ଚାଉଳ ଆସିଛି। ଯାହା ଖାଇବା ଅନୁପଯୋଗୀ, ଚାଉଳ ନେଇନଥିବା ବଳକା ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ଜଣାଇଦିଆଯାଇଛି । ଏନେଇ ଯୋଗାଣ ନିରୀକ୍ଷକ ଅଶୋକ ତ୍ରିପାଠୀଙ୍କ କହିଛନ୍ତି ଖରାଫ ଚାଉଳ ସବୁ ଫେରସ୍ତ କରାହେବ ଓ ସେମାନଙ୍କୁ ଖୁବ୍ ଶୀଘ୍ର ଭଲ ଚାଉଳ ଯୋଗାଇ ଦିଆଯିବ ।  ତେବେ ଏତେ ପରିମାଣର ଖରାଫ ଚାଉଳକୁ କିଭଳି ରିପ୍ୟାକିଙ୍ଗ କରି ପଞ୍ଚାୟତକୁ ପଠାଗଲା ସେ ନେଇ ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମର ବେହେରା ଙ୍କୁ ପଚାରିବାରେ ଗଜପତି ପିଡିଏସ ଗୋଦାମରେ ଗଞ୍ଜାମ ଜିଲ୍ଲା ର ଚାଉଳ ଦୀର୍ଘଦିନ ଧରି ଗଚ୍ଛିତ ରହିଥିଲା , ଯାହାଫଳରେ ଏଭଳି ଅସୁବିଧା ହୋଇଥାଇପାରେ ବୋଲି କହିଛନ୍ତି ଏବଂ ତୁରନ୍ତ ଉକ୍ତ ପଞ୍ଚାୟତକୁ ଭଲ ଚାଉଳ ପଠାଯିବା ବ୍ୟବସ୍ଥା କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।