ଓଡ଼ିଆ ଙ୍କ ପ୍ରାଣ ର ଦେବତା ଜଗନ୍ନାଥ ତେଣୁ ଜଗନ୍ନାଥ ଙ୍କ ପୁରାତନ ସଂସ୍କୃତି ର ଗାଥା ବହନ କରୁଥିବା ମନ୍ଦିର ପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବାକୁ ଆନନ୍ଦପୁର ବାସୀ ଙ୍କ ଅନୁରୋଧ।
Trending Photos
Odisha News: କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁରର ଦଧିବାମନଜିଉ ମନ୍ଦିର କୁ ନେଇ ଏବେ ଚର୍ଚ୍ଚା ଜୋରଦାର। ୫୩ ନଂ ରାଜ୍ୟରାଜପଥ ଭଦ୍ରକ-କରଞ୍ଜିଆ ରାସ୍ତା କୁ ସମ୍ପ୍ରସାରଣ ନିମନ୍ତେ ପ୍ରଶାସନ ମନ୍ଦିରର ଉତ୍ତର ପାଖ ପାଚେରୀ ସହିତ ହସ୍ତୀଦ୍ୱାର ଭାଙ୍ଗିବାକୁ ନୋଟିସ କରିଛି। ତେବେ ଏହାକୁ ଆନନ୍ଦପୁର ର ବରିଷ୍ଠ ନାଗରିକ ଙ୍କ ସମେତ ମନ୍ଦିର କମିଟିର ସଦସ୍ୟ ମାନେ ନାପସନ୍ଦ କରିଛନ୍ତି। ତେବେ ଏସବୁ କୁ ନେଇ କଣ ରହିଛି ସ୍ଥିତି ଆସନ୍ତୁ ଜାଣିବା।
୧୬୬୫ ମସିହାରେ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜ ଓ ଗୋପୀନାଥ ଭଞ୍ଜଙ୍କ ରାଜୁତି ସମୟରେ ଆନନ୍ଦପୁରରେ ପ୍ରତିଷ୍ଠିତ ହୋଇଥିଲା ଦଧିବାମନ ଜୀଉ ଙ୍କ ମନ୍ଦିର। ମନ୍ଦିର ପ୍ରତିଷ୍ଠା ସମୟରେ ଏହାର ରୀତିନୀତି ନିମନ୍ତେ ରାଜା ପ୍ରଦାନ କରିଥିଲେ ଅନେକ ଜମି। ୧୯୬୮ ମସିହାରେ ରାଜା ଏହି ମନ୍ଦିରକୁ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଧୀରେ ଧୀରେ ରାଜାଙ୍କ ପ୍ରଦତ୍ତ ଜମିକୁ କିଛି ଲୋକ ଅଧିଗ୍ରହଣ କରିବା ସହିତ ଠାକୁରଙ୍କ ରୀତିନୀତିରେ ସୃଷ୍ଟି ହୋଇଥିଲା ବ୍ୟାଘାତ। ତେବେ ୨୦୧୮ ମସିହାରେ ତତ୍କାଳୀନ ଉପଜିଲ୍ଲାପାଳ ମନ୍ଦିରର ପରିଚାଳନା ସଂକଟରେ ଥିବା ଦର୍ଶାଇ ମନ୍ଦିର କମିଟି ସଦସ୍ୟଙ୍କ ବିନା ଆଲୋଚନାରେ ସରକାରଙ୍କ ପୂର୍ତ୍ତ ବିଭାଗ କୁ ମନ୍ଦିର ନିର୍ମାଣ ହୋଇଥିବା ସ୍ଥାନର କିଛି ଅଂଶ ବିକ୍ରି କରିଦେବାକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ତେବେ ମନ୍ଦିର ପାର୍ଶ୍ୱ ଦେଇ ଯାଇଥିବା ରାଜ୍ୟ ରାଜପଥର ସମ୍ପ୍ରସାରଣ ପାଇଁ ବର୍ତ୍ତମାନ ପୂର୍ତ୍ତ ବିଭାଗ ମନ୍ଦିରର ପାଚେରୀ ଭାଙ୍ଗିବା ସହିତ ହସ୍ତୀ ଦ୍ୱାରକୁ ଭାଙ୍ଗିବାକୁ ମସୁଧା କରିଛି।
ପୂର୍ତ୍ତ ବିଭାଗ ପକ୍ଷରୁ ମନ୍ଦିର ଟ୍ରଷ୍ଟ କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି କିନ୍ତୁ ଅନ୍ୟପଟେ ଏହି ମନ୍ଦିର ଅତ୍ୟନ୍ତ ପୁରୁଣା ହୋଇଥିବା ବେଳେ ଏହା ବାସ୍ତୁ ପୂଜା କରାଯାଇ ନିର୍ମାଣ କରାଯାଇଛି ଏବଂ ଏହାକୁ ଭଙ୍ଗା ଗଲେ ଆନନ୍ଦପୁର ର ଅନିଷ୍ଟ ହେବା କଥା କିଛି ଭକ୍ତ କହୁଥିବା ବେଳେ ଘଟଣା କୁ ନେଇ କାହିଁକି କମିଟି ସଦସ୍ୟ ଙ୍କ ସହିତ ଆଲୋଚନା କରା ଯାଉନି ତାକୁ ନେଇ ଉଠୁଛି ପ୍ରଶ୍ନ। ହସ୍ତୀ ଦ୍ୱାର ଭଙ୍ଗା ଗଲେ ମୁଖ୍ୟ ମନ୍ଦିର ଦୁର୍ବଳ ହେବା ସହିତ ଲକ୍ଷ୍ମୀ ମନ୍ଦିର ଭାଙ୍ଗି ଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି ତେଣୁ ଏହାକୁ ନଭଙ୍ଗୀ ପ୍ରଶାସନ ରାସ୍ତା ନିମନ୍ତେ ଅନ୍ୟ କିଛି ବିକଳ୍ପ ଚିନ୍ତା କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ ରଖିଛନ୍ତି। ଅନ୍ୟପଟେ ରାସ୍ତା ସମ୍ପ୍ରସାରଣ ପାଇଁ ସରକାର ଓ ପ୍ରଶାସନ ନିୟମ କୁ ପାଳନ କରିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।
ଓଡ଼ିଆ ଙ୍କ ପ୍ରାଣ ର ଦେବତା ଜଗନ୍ନାଥ ତେଣୁ ଜଗନ୍ନାଥ ଙ୍କ ପୁରାତନ ସଂସ୍କୃତି ର ଗାଥା ବହନ କରୁଥିବା ମନ୍ଦିର ପ୍ରତି ସରକାର ତଥା ପ୍ରଶାସନ ଦୃଷ୍ଟି ଦେବାକୁ ଆନନ୍ଦପୁର ବାସୀ ଙ୍କ ଅନୁରୋଧ।