Job Opportunity: ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ, ଆସନ୍ତା ମାସରୁ ଆବେଦନ ପ୍ରକ୍ରିୟା !
Advertisement
Article Detail0/zeeodisha/odisha1837861

Job Opportunity: ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ, ଆସନ୍ତା ମାସରୁ ଆବେଦନ ପ୍ରକ୍ରିୟା !

Job Opportunity: ଶିକ୍ଷକତା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ବଡ଼ ଖୁସି ଖବର।ପ୍ରାଥମିକ ସ୍କୁଲ(Primary School) ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର(State Govt)। ନବୀନ ସରକାର ରାଜ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଥିବାବେଳେ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(Junior Teacher)ଙ୍କୁ ନିଯୁକ୍ତି ଦିଆଯିବ। 

 Job Opportunity: ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ, ଆସନ୍ତା ମାସରୁ ଆବେଦନ ପ୍ରକ୍ରିୟା !

Job Opportunity: ଶିକ୍ଷକତା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ବଡ଼ ଖୁସି ଖବର।ପ୍ରାଥମିକ ସ୍କୁଲ(Primary School) ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର(State Govt)। ନବୀନ ସରକାର ରାଜ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଥିବାବେଳେ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣ କରିବା ପାଇଁ ୨୦ ହଜାର କନିଷ୍ଠ ଶିକ୍ଷକ(Junior Teacher)ଙ୍କୁ ନିଯୁକ୍ତି ଦିଆଯିବ। ମାଧ୍ୟମିକ ଶିକ୍ଷାର ଭିତ୍ତିଭୂମି ସୁଧାରିବା ପରେ ପ୍ରାଥମିକ ଶିକ୍ଷାର ନବକଳେବର କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଖୁବ୍‌ ଶୀଘ୍ର ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ। ଏନେଇ ଆଜି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରାଥମିକ ସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ମାସରୁ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ସରକାର। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(NCTE)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ ହେବ। ଓସେପା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବାକୁ ଥିବାବେଳେ ସ୍ୱଚ୍ଛ ପ୍ରକ୍ରିୟା ଗ୍ରହଣ କରି ନିଯୁକ୍ତି ପାଇଁ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି। ତେଣୁ କରି ଏ ସମସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଜଣେ ନୋଡାଲ୍‌ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ନିଯୁକ୍ତି ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କର ଦକ୍ଷତା ମାପିବାକୁ କେନ୍ଦ୍ରୀୟ ସଂସ୍ଥା ‘ଏଡସିଲ୍‌’କୁ ଦକ୍ଷତା ପରୀକ୍ଷା ଆୟୋଜନ ପାଇଁ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ସାମାନ୍ୟ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ମଧ୍ୟ ପ୍ରକାଶିତ ବିଜ୍ଞପ୍ତିରେ ଗୁରୁତ୍ୱ ଦିଆଯିବ। ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗ ସ୍ତରରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Also Read: Raksha bandhan Gift: ରାକ୍ଷୀ ପୂର୍ଣ୍ଣିମା ପାଇଁ ସରକାର ଦେଲେ ବଡ଼ ଉପହାର, ମହିଳାଙ୍କ ପାଇଁ ବସ୍ ଭଡ଼ା ଫ୍ରୀ