Jewels of Sri Jagannatha: ସାପ ନାହିଁ କି, ବଡ଼ ଫାଟ ନାହିଁ ନିରାପଦରେ ରତ୍ନ ହେଲା ସ୍ଥାନାନ୍ତରଣ; ସୁଡ଼ଙ୍ଗ ଖୋଜିବାକୁ ସରକାରଙ୍କୁ ଦେବେ ପ୍ରସ୍ତାବ
Advertisement
Article Detail0/zeeodisha/odisha2342280

Jewels of Sri Jagannatha: ସାପ ନାହିଁ କି, ବଡ଼ ଫାଟ ନାହିଁ ନିରାପଦରେ ରତ୍ନ ହେଲା ସ୍ଥାନାନ୍ତରଣ; ସୁଡ଼ଙ୍ଗ ଖୋଜିବାକୁ ସରକାରଙ୍କୁ ଦେବେ ପ୍ରସ୍ତାବ

ପୁରୀ : ପ୍ରାୟ ସାତ ଘଣ୍ଟାର ନିରବଚ୍ଛିନ୍ନ ଉଦ୍ୟମ ପରା ଶ୍ରୀ ଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଆଜି ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ସାପ, ପାଣି, ଅନ୍ଧାର, ଗର୍ଜନ ଭଳି ଯେତିକି ଗୁଜବ ବିଭିନ୍ନ ମିଡିଆ ଓ ଲୋକକଥାରେ ପ୍ରଚାର ଚାଲିଥିଲା ତାହାସବୁ ମିଛ ବୋଲି କହିଛନ୍ତି ରତ୍ନ ଭଣ୍ଡାର ସ୍ଥାନାନ୍ତରଣ କମିଟିର ମୁଖ୍ୟ ଜଷ୍ଟିସ୍‍ ବ

Jewels of Sri Jagannatha: ସାପ ନାହିଁ କି, ବଡ଼ ଫାଟ ନାହିଁ ନିରାପଦରେ ରତ୍ନ ହେଲା ସ୍ଥାନାନ୍ତରଣ; ସୁଡ଼ଙ୍ଗ ଖୋଜିବାକୁ ସରକାରଙ୍କୁ ଦେବେ ପ୍ରସ୍ତାବ
Jewels of Sri Jagannatha: ପୁରୀ : ପ୍ରାୟ ସାତ ଘଣ୍ଟାର ନିରବଚ୍ଛିନ୍ନ ଉଦ୍ୟମ ପରା ଶ୍ରୀ ଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଆଜି ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ସାପ, ପାଣି, ଅନ୍ଧାର, ଗର୍ଜନ ଭଳି ଯେତିକି ଗୁଜବ ବିଭିନ୍ନ ମିଡିଆ ଓ ଲୋକକଥାରେ ପ୍ରଚାର ଚାଲିଥିଲା ତାହାସବୁ ମିଛ ବୋଲି କହିଛନ୍ତି ରତ୍ନ ଭଣ୍ଡାର ସ୍ଥାନାନ୍ତରଣ କମିଟିର ମୁଖ୍ୟ ଜଷ୍ଟିସ୍‍ ବିଶ୍ୱନାଥ ରଥ। ଏପରିକି ଭିତର ରତ୍ନ ଭଣ୍ଡାରର କାନ୍ଥରେ କିଛି ପ୍ଲାଷ୍ଟର ଫାଟ ଦେଖିବାକୁ ପାଇଥିବା ସେ କହିଛନ୍ତି, ଯାହା ବଡ଼ ଧରଣର ନୁହେଁ। ତାଙ୍କ କମିଟି ସଦସ୍ୟଙ୍କ ଆଖିକୁ କୌଣସି ପ୍ରକାର ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ବି ନଜରକୁ ଆସି ନାହିଁ। କିନ୍ତୁ ଲୋକଙ୍କ ଦାବି ତଥା ୫ ଦଶନ୍ଧି ପରେ ଏମିତି ସୁଯୋଗ ମିଳୁଥିବାରୁ ସରକାରଙ୍କୁ କମିଟି ଏ ବାବଦରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ଜଷ୍ଟିସ ରଥ।
ଆଜି ସକାଳ ୯ଟା ୫୧ ମିନିଟ୍‍ରେ ଅର୍ଥାତ ପୂର୍ବ ନିର୍ଦ୍ଧାରିତ ଶୁଭ ସମୟରେ ରତ୍ନ ଭଣ୍ଡାରର ଚାବି ଖୋଲାଯାଇଥିଲା। ଏହା ପୂର୍ବରୁ କମିଟିର ସଦସ୍ୟ ଏବଂ ଅଧିକୃତ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମା’ ବିମଳା, ଲକ୍ଷ୍ମୀ ଏବଂ ଭୁବନେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ନିଜର ପୋଷାକକୁ ପରମ୍ପରା ଅନୁସାରେ ପରିଧାନ କରି ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ସ୍ଥାନାନ୍ତରଣ ପ୍ରକ୍ରିୟା। 
 
୪ ଆଲମିରା, ୩ସିନ୍ଧୁକରେ ଥିଲା ଶ୍ରୀ ଜଗନ୍ନାଥଙ୍କ ରତ୍ନ ଓ ଅଳଙ୍କାର
ଶ୍ରୀମନ୍ଦିର ରତ୍ନସିଂହାସନର ଅଧିକାରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଭିତର ରତ୍ନ ଭଣ୍ଡାରରେ ୪ଟି ଆଲମିରା ଓ ୩ଟି ସିନ୍ଧୁକ ରହିଥିଲା। ଏହି ଆଲମିରା ଭିତରୁ ୩ଟି ଆଲମିରା କାଠ ତିଆରି ହୋଇଥିବାବେଳେ ଗୋଟିଏ ଲୁହା ଆଲମିରା ଥିଲା। ପୁଣି ୨ଟି ସିନ୍ଧୁକ କାଠ ତିଆରି ହୋଇଥିବାବେଳେ ୧ଟି ଲୁହା ସିନ୍ଧୁକ ଥିଲା। ଏ ସବୁଥିରେ ଥିବା ରତ୍ନକୁ ୧୧ଜଣିଆ କମିଟିର ପ୍ରତ୍ୟକ୍ଷ ନିରୀକ୍ଷଣରେ ଭଣ୍ଡାର ସେବକମାନେ ସ୍ଥାନାନ୍ତରଣ କରିଥିବା ଜଷ୍ଟିସ ରଥ କହିଛନ୍ତି। ସିନ୍ଧୁକ ଏବଂ ଆଲମିରାର ରତ୍ନକୁ କ୍ରମାନୁସାରେ ଆଲମିରାରେ ରଖାଯାଇଛି। ସିନ୍ଧୁକ ନଥିବାରୁ ସିନ୍ଧୁକ ରତ୍ନ ଓ ଅଳଙ୍କାରକୁ ମଧ୍ୟ ନିର୍ଦ୍ଧାରିତ ଆଲମିରାରେ ରଖାଯାଇଛି। 
 
କିନ୍ତୁ ଏହାର ପରିମାଣ କେତେ ଏବଂ କ’ଣ ଏଥିରେ ଥିଲା ସେ ସବୁ ବିଷୟକୁ ଗୋପନ ରଖିବା ପାଇଁ ମିଡିଆକୁ ନିବେଦନ କରିଛନ୍ତି କମିଟି ମୁଖ୍ୟ। ‘ଏସବୁ ଅନୁନସନ୍ଧାନର ବିଷୟ ନୁହେଁ, ଆମର ଆବଶ୍ୟକତା ଥିଲା ରତ୍ନକୁ ନିରାପଦ ଭାବେ ସ୍ଥାନାନ୍ତରଣ କରିବା, ତାହା ମହାପ୍ରଭୁଙ୍କ ଆଶୀର୍ବାଦରୁ ସମ୍ଭବ ହେଲା ବୋଲି ଶ୍ରୀ ରଥ କହିଛନ୍ତି। ‘ଏହା ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ଏଣୁ ଆମେ ପ୍ରତିଜ୍ଞା କରିଥିଲୁ ଯାହା ଆମେ ଦେଖିବୁ ତାହା ଆମ ମୁଣ୍ତକୁ ଯିବ କିନ୍ତୁ ତୁଣ୍ଡକୁ ଆସିବ ନାହିଁ’ ।
 
ସାପ ନାହାନ୍ତି, ଗୁଜବ କରାଯାଇଛି
ରତ୍ନ ଭଣ୍ଡାରରେ ସାପ ଅଛନ୍ତି ବୋଲି ପୂର୍ବରୁ ଗୁଜବ କରାଯାଇଥିଲା। ଏଣୁ କମିଟି ସଦସ୍ୟମାନେ ସତର୍ତକତାର ସହ ଭିତରକୁ ପ୍ରବେଶ କରିଥିଲେ। ଏହାସହ ସାପ ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ ନିୟୋଜନ କରାଯାଇଥିଲା। ସାପ ଉଦ୍ଧାରକାରୀ ଦଳର ନେତୃତ୍ୱ ନେିଥିଲେ ସୁଭେନ୍ଦୁ ମହାନ୍ତି। ସେ ମଧ୍ୟ ପାରମ୍ପରିୀକ ପୋଷାକରେ ମନ୍ଦିର ଭିତରେ ଥିଲେ କିନ୍ତୁ ତାଙଘ୍କୁ ଡକାଯାଇ ନଥିଲା। ସେ ପରେ ଗଣମାଧ୍ୟମକୁ କହିଛନ୍ତି, ‘ନିର୍ଦ୍ଦେଶ ଅନୁସାରେ ଆମେମାନେ ସବୁ ଯନ୍ତ୍ରପାତି ନେଇ ପ୍ରସ୍ତୁତ ଥିଲୁ। କିନ୍ତୁ ସେମାନେ ଆମକୁ ଡାକି ନାହାନ୍ତି। ଏଣୁ ଆମେ କହିପାରିବା ସେମାନେ ସାପ ଦେଖି ନାହାନ୍ତି, ଦେଖିଥିଲେ ଆମକୁ ଡାକିଥାଆନ୍ତେ’। ପୂର୍ବରୁ କିଛି ମିଡିଆରେ ଚାଲିଥିବା ବିଷଧର ସାପ କଥା ଗୁଜବ ବୋଲି ସୁଭେନ୍ଦୁ କହିଛନ୍ତି। 
 
ଚାବି ରହିଲା ଟ୍ରେଜରୀରେ 
ଏବେ ୪ଟି ଯାକ ରତ୍ନ ଭଣ୍ଡାରର ଚାବିକୁ ଟ୍ରେଜରୀରେ ଜମା ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଚାବି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହି ୪ ରତ୍ନ ଭଣ୍ଡାର ଭିତରେ ରହିଛି ଦୁଇଟି ରତ୍ନ ଭଣ୍ଡାର ଏବଂ ଅନ୍ର ଦୁଇଟି ଅସ୍ଥାୟୀ ରତ୍ନ ଭଣ୍ଡାର। ଏସବୁ ଚାବି ପୁଣି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଣାଯାଇପାରେ। 
 
ସୁଡ଼ଙ୍ଗ କଥାର ବିଚାର ହେବ
ରତ୍ନ ଭଣ୍ଡାର ତଳେ ଆହୁରି ଗୁପ୍ତ କୋଠରୀ ରହିଛି ବୋଲି ଆଲୋଚନା ହେଉଛି। କିନ୍ତୁ କୌଣସି ଭାବେ କୌଣସି ପୂର୍ବ ରିପୋର୍ଟରେ ଏ ବାବଦରେ ଉଲ୍ଲେଖ ନାହିଁ। ପୁଣି ଏହି ରତ୍ନ ଭଣ୍ଡାରରୁ ଏକ ସୁଡ଼ଙ୍ଗ ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ହେଲେ କମିଟି ଏ ବାବଦରେ କୌଣସି ଶବ୍ଦ କହି ନାହାନ୍ତି। କିନ୍ତୁ ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ଗଜପତି ମହାରାଜାଙ୍କ ସମୀକ୍ଷା ଏବଂ ପରେ ସେ ମିଡିଆରେ କହିବା ପ୍ରଭୃତି ଏ ଚର୍ଚ୍ଚାକୁ ଅଧିକ ଖୋରାକି ଯୋଗାଇଛି। ଏପରିକି ଜଷ୍ଟି ଶ୍ରୀ ରଥ ମଧ୍ୟ ଏ ବାବଦରେ ଆହୁରି ତର୍ଜମା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି।