Odisha News: ବିଡିଓଙ୍କ ବଦଳି ଦାବି କରି ୨୦ରେ ବ୍ଲକ ଘେରିବ ବିଜେଡି
Advertisement
Article Detail0/zeeodisha/odisha2435640

Odisha News: ବିଡିଓଙ୍କ ବଦଳି ଦାବି କରି ୨୦ରେ ବ୍ଲକ ଘେରିବ ବିଜେଡି

Odisha News: ଗତ ୧୩ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ ଙ୍କ ଇଙ୍ଗିତରେ କୁଜଙ୍ଗ ବିଡିଓ ଙ୍କୁ କେତେଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସେମାନଙ୍କ ସ୍ବାମୀ ମାନେ ସମ୍ମିଳନୀ କକ୍ଷରେ କବାଟ ଦେଇ ଫଲ୍ସ ବିଲ୍ କରାଇନେବା ଓ ହତ୍ୟା ଧମକ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। 

Odisha News: ବିଡିଓଙ୍କ ବଦଳି ଦାବି କରି ୨୦ରେ ବ୍ଲକ ଘେରିବ ବିଜେଡି
Odisha News: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବିଡିଓ ଓ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ପାଟିତୁଣ୍ଡ ନେଇ ଭିଡିଓ ଭାଇରାଲ୍ ହେବା ପରେ ଏବେ ପାରାଦୀପରେ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେଡି ଓ ଭାଜପା ସମର୍ଥୀତ ଜନ ପ୍ରତିନିଧି ନେତାମାନେ ସାମ୍ବାଦିକ ସମ୍ମିଳନୀ ଡାକି ପରସ୍ପର ଉପରେ ଦୋଷ ଦେଉଥିବା ବେଳେ ଏବେ ପାରାଦୀପ ଜିରୋ ପଏଣ୍ଟ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନାଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଗତ ୧୩ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ ଙ୍କ ଇଙ୍ଗିତରେ କୁଜଙ୍ଗ ବିଡିଓଙ୍କୁ କେତେଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସେମାନଙ୍କ ସ୍ବାମୀ ମାନେ ସମ୍ମିଳନୀ କକ୍ଷରେ କବାଟ ଦେଇ ଫଲ୍ସ ବିଲ୍ କରାଇନେବା ଓ ହତ୍ୟା ଧମକ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। 
ଏହାକୁ କିଛି ପଞ୍ଚାୟତ ଜନ ପ୍ରତିନିଧି ମାନେ ଏହାକୁ ନିନ୍ଦା କରିଛନ୍ତି। ତେବେ ଏହି ଘଟଣା କୁ ନେଇ ବିଡିଓ କିଛି ଜନ ପ୍ରତିନିଧି ମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆସନ୍ତା ୨୦ ତାରିଖରେ ବିଡିଓଙ୍କ ବଦଳି ଦାବୀ କରି ବ୍ଲକ ଘେରାଉ କରିବ ବୋଲି କୁଜଙ୍ଗ ଷଣ୍ଢପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଚେତାବନୀ ଦେଇଛି। ଅନ୍ୟ ପଟେ ବିଜେପି ସମର୍ଥୀତ ଜନ ପ୍ରତିନିଧି ମାନେ ଏହାକୁ ନିନ୍ଦା କରି କୁଜଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ ବର୍ଷିବା ସହିତ ଗତ ୧୩ତାରିଖ ଘଟଣାକୁ ନେଇ ନିନ୍ଦା କରାଯାଇଛି। ତେବେ ଗତ ୧୩ତାରିଖ କୁଜଙ୍ଗ ବିଡିଓଙ୍କ ସହିତ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡକୁ ନେଇ କୁଜଙ୍ଗ ବଲ୍କ ବିଡିଓ ଥାନାରେ ଅଭିଯୋଗ ପରେ ଏବେ କୁଜଙ୍ଗରେ ବିଜେଡି ଓ ବିଜେପି ସମର୍ଥୀତ ସରପଞ୍ଚମାନଙ୍କ ମଧ୍ୟରେ ରାଜନୀତି ଯୋର ଧରିଛି।