ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡି଼ଶାର ରାଜ୍ୟ ଦିବସ ପାଳିତ, ଦିଲ୍ଲୀ ଦେଖିଲା ରାଜ୍ୟର ନୃତ୍ୟ ଓ ସଙ୍ଗୀତର ଝଲକ
Advertisement
Article Detail0/zeeodisha/odisha1969296

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡି଼ଶାର ରାଜ୍ୟ ଦିବସ ପାଳିତ, ଦିଲ୍ଲୀ ଦେଖିଲା ରାଜ୍ୟର ନୃତ୍ୟ ଓ ସଙ୍ଗୀତର ଝଲକ

Bhubaneswar:-ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ (India International Trade Fair) ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ (Odisha Rajya Dibas) । ଏହି ଉପଲକ୍ଷେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା । ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡି଼ଶାର ରାଜ୍ୟ ଦିବସ ପାଳିତ, ଦିଲ୍ଲୀ ଦେଖିଲା ରାଜ୍ୟର ନୃତ୍ୟ ଓ ସଙ୍ଗୀତର ଝଲକ

Bhubaneswar: ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ (India International Trade Fair) ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ (Odisha Rajya Dibas) । ଏହି ଉପଲକ୍ଷେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା । ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡି଼ଶା ଦିବସ ପାଳନ ଅବସରରେ ଅନୁଷ୍ଠିତ ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିମୋହିତ ହୋଇଥିଲା ରାଜଧାନୀର ପ୍ରଗତି ମୈଦାନ । ପାରମ୍ପରିକ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟରେ ବିମୋହିତ ହୋଇଥିଲେ ହଜାର ହଜାର ଦର୍ଶକ । ସେପଟେ ହର ହର ଶମ୍ଭୁ ଗୀତ ଗାଇ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଅଭିଲିପ୍‌ ପଣ୍ଡାଙ୍କ ସଙ୍ଗୀତ ଦର୍ଶକଙ୍କ ଶିହରଣ ସୃଷ୍ଟି କରିଥିଲା । ଏହି ମେଳାରେ ଅନ୍ୟତମ ଆକର୍ଷଣ ପାଲଟିଛି ‘ ଓଡ଼ିଶା ପାଭିଲିୟନ ’, ଯେଉଁଠି ପ୍ରତିଫଳିତ ହେଉଛି ରାଜ୍ୟର କଳା, ସଂସ୍କୃତି, ଆଦିବାସୀ ଜୀବନ, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି । ସେହିପରି ପ୍ରଗତି ମଇଦାନର ହଲ୍ ନମ୍ବର - ୨ରେ ସ୍ଥାନ ପାଇଛି ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ, ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି ।

ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥ୍ମ୍ ରହିଛି '' ବସୁଧୈବ କୁଟୁମ୍ବକମ୍ - ୟୁନାଇଟେଡ୍ ବାଇ ଟ୍ରେଡ୍ ''

‘ବାଣିଜ୍ୟ ମାଧ୍ୟମରେ ଏକତା ’। ଏହି ଓଡ଼ିଶା ପାଭିଲିୟନରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ପାଭିଲିୟନର ମଧ୍ୟଭାଗରେ ସୁସଜ୍ଜିତ ବୋଇତ ଉପରେ ପାରମ୍ପରିକ ହସ୍ତତନ୍ତ ଓ ହସ୍ତକଳାର ପ୍ରଦର୍ଶନ, ବିକ୍ରି ଓ ଲାଇଭ୍ ଡେମନଷ୍ଟ୍ରେସନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇପାରିଛି । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ଵାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ୮ଟି ବିଭାଗ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥା ଅଧୀନରେ ମୋଟ ୨୪ଟି ଷ୍ଟଲ୍‌ ସ୍ଥାନ ପାଇଛି । ଏହା ମଧ୍ୟରେ ରହିଛି ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ , ଓରମାସ୍ ଦ୍ବାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ , ମିଶନ ଶକ୍ତି ମା''ଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା , ସାଜସଜ୍ଜା ଓ ଖାଦ୍ୟପଦାର୍ଥ ଏବଂ ମିଲେଟ୍ସ ମିଶନ ଅଧୀନରେ ଓଡ଼ିଶାର ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଇତ୍ୟାଦି ।

ସେହିପରି ଓଡ଼ିଶାର ଆଦିବାସୀ ଜୀବନ, କଳା ଓ ସଂସ୍କୃତି ସହିତ ଏସ୍ଏସ୍ଏମ୍ଇ ଏବଂ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ ଓଡ଼ିଶା ପାଭିଲିୟନକୁ ସମୃଦ୍ଧ କରିଛି । ରାଜ୍ୟର କଳା, ସଂସ୍କୃତି ଓ ବିଭିନ୍ନ ଉତ୍ପାଦ ସହିତ ହସ୍ତତନ୍ତ ଓ ହସ୍ତକଳା ତଥା ଆଦିବାସୀ କଳାର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ପ୍ରମାଣିତ କରୁଛି । ରାଜ୍ୟର ସ୍ବତନ୍ତ୍ର ଖାଦ୍ୟରୁଚି ପାଭିଲିୟନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିଛି ।

ପ୍ରକାଶ ଥାଉ କି, ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି , ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ଆବାସିକ ଆୟୁକ୍ତ ରବି କାନ୍ତ, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁର ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲ, ଏସ୍‌ସିଏସ୍‌ଟି ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।