OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ..
Advertisement

OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ..

OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି(OSSC) ପକ୍ଷରୁ ପ୍ରକାଶ ପାଇଁ ବିଜ୍ଞପ୍ତି। ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ଆଣି ଦେଇଛି ଏକ ନିଯୁକ୍ତି ସୁଯୋଗ। ରାଜ୍ୟରେ କନିଷ୍ଠ ପ୍ରବର୍ତ୍ତନ ଅଫିସର ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ..

OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ବା ଓଏସଏସସି(OSSC) ପକ୍ଷରୁ ପ୍ରକାଶ ପାଇଁ ବିଜ୍ଞପ୍ତି। ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ଆଣି ଦେଇଛି ଏକ ନିଯୁକ୍ତି ସୁଯୋଗ। ରାଜ୍ୟରେ କନିଷ୍ଠ ପ୍ରବର୍ତ୍ତନ ଅଫିସର ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ।

ଅଫିସିଆଲ ୱେବସାଇଟ

ଅନଲାଇନ ରେଜିଷ୍ଟ୍ରେସନ:

- ଜାନୁଆରୀ ମାସ ୧୬ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା।

-ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଫେବୃଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆବେଦନ ତାରିଖ:

- ଜାନୁଆରୀ ୧୬ ତାରିଖ ଅର୍ଥାତ ଚଳିତ ମାସ ୧୬ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

-ଏହି ଆବେଦନ ପ୍ରକ୍ରିୟା ଫେବୃଆରୀ ୧୮ ପର୍ଯ୍ୟନ୍ତ ଜାରି ରହିବ

-ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ସବମିଶନ୍ କରିପାରିବେ

ପଦବୀ:

-ଆଡମିନିଷ୍ଟ୍ରେସନ ଡାଇରେକ୍ଟର ବିଭାଗରେ କନିଷ୍ଠ ପ୍ରବର୍ତ୍ତନ ଅଫିସର

-ଆଇନ ପଦ୍ଧତି ନିୟନ୍ତ୍ରକ ବିଭାଗରେ କନିଷ୍ଠ ଆକାଉଣ୍ଟାଣ୍ଟ

ଶିକ୍ଷାଗତ ଯୋଗ୍ୟତା:

- ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ଆବଶ୍ୟକ

- ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଜାଣିଥିବା ଜରୁରୀ

- ପ୍ରାର୍ଥୀ ଯେ କୌଣସି ଷ୍ଟ୍ରିମରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ

ବୟସ ସୀମା:

-ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଧାର୍ଯ୍ୟ କରାଯାଇଛି

-ସେହିପରି ସର୍ବାଧିକ ବୟସ ସୀମା ୨୦୨୩ ମସିହା ଜାନୁଆରୀ ମାସ ୧ ସୁଦ୍ଧା ୩୮ ବର୍ଷ ହୋଇଥିବା ଆବଶ୍ୟକ

Also Read: NICLରେ ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଏହି ଶିକ୍ଷାଗତ ଯୋଗ୍ୟତା ଥିଲେ କରନ୍ତୁ ଆବେଦନ..