ଦାମଙ୍କ ଶୋଭାଯାତ୍ରା ଆରମ୍ଭ... ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ
Advertisement

ଦାମଙ୍କ ଶୋଭାଯାତ୍ରା ଆରମ୍ଭ... ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

Dr Damodar Rout: ଦାମଙ୍କ ମର ଶରୀରକୁ ପ୍ରଥମେ ସରକାରୀ ବାସଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ସେଠାରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ବିଧାନସଭା ନିକଟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ନିଜ ନିର୍ବାଚନ ମଣ୍ଡଳୀ କୁଜଙ୍ଗ, ଏରସମା, ପାରାଦୀପ ଓ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଅ ସମ୍ୱିତ ରାଉତରାୟ ।

ଦାମଙ୍କ ଶୋଭାଯାତ୍ରା ଆରମ୍ଭ... ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୫ଟା ୨୩ରେ  ପରଲୋକ ହୋଇଛି ।

ଦାମୋଦର ରାଉତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବାଚସ୍ପତି ପ୍ରମିଳା ମଲ୍ଲିକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି ।

ସୂଚନା ମୁତାବକ, ଦାମଙ୍କ ମର ଶରୀରକୁ ପ୍ରଥମେ ସରକାରୀ ବାସଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ସେଠାରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ବିଧାନସଭା ନିକଟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ନିଜ ନିର୍ବାଚନ ମଣ୍ଡଳୀ କୁଜଙ୍ଗ, ଏରସମା, ପାରାଦୀପ ଓ ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଅ ସମ୍ୱିତ ରାଉତରାୟ ।

Also Read- Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା

Also Read- ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାକୁ ଭୟ କରୁଛି କି ପୋଲିସ?