Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !
Advertisement
Article Detail0/zeeodisha/odisha1983535

Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !

Cyclone Update: ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।ସେହିପରି ରାଜ୍ୟରେ ପାଗ କୋହଲା ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ସୂଚନା ରହିଛି। 

 

Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !

Cyclone Update: ବଙ୍ଗୋପସାଗରରେ ପୁଣି ଦେଖାଦେଲାଣି ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ମିଗଜାଉନ୍ ରଖାଯିବ ବୋଲି ସୂଚନା ରହିଛି ।