Crime News: ଅନୈତିକ କାର୍ଯ୍ୟ ଦେଖିବାରୁ ଶ୍ବଶୁରକୁ ହତ୍ୟା କଲା ବୋହୁ,ଭାଉଜ ନାମରେ ସଙ୍ଗୀନ ଅଭିଯୋଗ ଆଣିଲା ନଣନ୍ଦ
Advertisement
Article Detail0/zeeodisha/odisha2450399

Crime News: ଅନୈତିକ କାର୍ଯ୍ୟ ଦେଖିବାରୁ ଶ୍ବଶୁରକୁ ହତ୍ୟା କଲା ବୋହୁ,ଭାଉଜ ନାମରେ ସଙ୍ଗୀନ ଅଭିଯୋଗ ଆଣିଲା ନଣନ୍ଦ

Crime News: ଚକ୍ରଗଡ ମହୁଲ ସାହି ଗ୍ରାମର ପାଣୁ ବେହେରାଙ୍କ ବୋହୂ ବାସନ୍ତୀ ବେହେରା ସେହି ଗ୍ରାମର ଜିତୁ ରାଉତ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ଘରକୁ ଡ଼ାକିଥିବା ସମୟରେ ଶଶୁର ପାଣୁ ବେହେରା ଦେଖିବାକୁ ପାଇଥିଲେ।ଅନୈତିକ କାର୍ଯ୍ୟ ଦେଖିବାରୁ ଶଶୁରକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପାଣୁ ବେହେରାଙ୍କ ଝିଅ ସୁକାନ୍ତି ବେହେରା। ପାଣୁ ବେହେରାଙ୍କ ପୁଅ ଡ୍ରାଇଭର ଅଟନ୍ତି, ଘରେ ନଥିବାବେଳେ ବୋହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ।

Crime News: ଅନୈତିକ କାର୍ଯ୍ୟ ଦେଖିବାରୁ ଶ୍ବଶୁରକୁ ହତ୍ୟା କଲା ବୋହୁ,ଭାଉଜ ନାମରେ ସଙ୍ଗୀନ ଅଭିଯୋଗ ଆଣିଲା ନଣନ୍ଦ

Crime News: (ସୁର୍ଯ୍ୟ ନାରାୟଣ ମହାନ୍ତି) କଟକ ଜିଲ୍ଲା ଯୋଡୁମୁ ଫାଣ୍ଡି ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଚକ୍ରଗଡ଼ ମହୁଲସାହିରେ ଦେଖିବାକୁ ଅଭାବନୀୟ ଘଟଣା।ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବୋହୂକୁ ଶଶୁର ଦେଖିବାରୁ ଶଶୁରକୁ ହତ୍ୟା କଲା ବୋହୂ। ଚକ୍ରଗଡ ମହୁଲ ସାହି ଗ୍ରାମର ପାଣୁ ବେହେରାଙ୍କ ବୋହୂ ବାସନ୍ତୀ ବେହେରା ସେହି ଗ୍ରାମର ଜିତୁ ରାଉତ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖି ଘରକୁ ଡ଼ାକିଥିବା ସମୟରେ ଶଶୁର ପାଣୁ ବେହେରା ଦେଖିବାକୁ ପାଇଥିଲେ।ଅନୈତିକ କାର୍ଯ୍ୟ ଦେଖିବାରୁ ଶଶୁରକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପାଣୁ ବେହେରାଙ୍କ ଝିଅ ସୁକାନ୍ତି ବେହେରା। ପାଣୁ ବେହେରାଙ୍କ ପୁଅ ଡ୍ରାଇଭର ଅଟନ୍ତି, ଘରେ ନଥିବାବେଳେ ବୋହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ।

 ଏହା ଦେଖି ଦେବାରୁ ବୋହୁ ମାରିଦେବାକୁ ଧମକ ଦେଇଥିଲା। ସକାଳ ପାଇବା ବେଳକୁ ପାଣୁ ବେହେରାଙ୍କ ମୃତ ଦେହ ଘର ଭିତରେ ପଡ଼ିରହିଥିଲା। ଖବର ପାଇ ପାଣୁ ବେହେରାଙ୍କ ଝିଅ ମାନେ ପହଞ୍ଚି ବୋହୁ ବାସନ୍ତି ବେହେରା ଓ ସେହି ଗ୍ରାମର ଜିତୁ ରାଉତ ଏବଂ ଅକ୍ଷୟ ରାଉତଙ୍କ ନାମରେ ଯୋଡୁମ ଥାନାରେ ଏତଲା ଦେଇଥିଲେ।ଯୋଡୁମୁ ଥାନା ଅଧିକାରୀ ଅଭୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଏବଂ ପରେ ଆଠଗଡ଼ SDPO,ସାଇଣ୍ଟଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୁତ ସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଠଗଡ଼ SDPO ରବୀନ୍ଦ୍ର ମଲ୍ଲିକ।