Price Hike: ଗ୍ରାହକଙ୍କୁ ମହଙ୍ଗା ଛାଟ, ତେଲ ଠୁ ଡାଲି ସହ ପନିପରିବା ଦର ଆକାଶଛୁଆଁ
Advertisement
Article Detail0/zeeodisha/odisha1982127

Price Hike: ଗ୍ରାହକଙ୍କୁ ମହଙ୍ଗା ଛାଟ, ତେଲ ଠୁ ଡାଲି ସହ ପନିପରିବା ଦର ଆକାଶଛୁଆଁ

Price Hike:ଅମଳ ସମସ୍ୟା କାରଣରୁ କିଲୋ ପ୍ରତି  ୨୦୦ ତ କେତେବେଳେ ୨୪୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ନୂଆ ଟମାଟୋ ଫସଲ ବଜାରକୁ ଆସିବା ପରେ କିଛିଦିନ ପାଇଁ ଦାମ୍ କମ୍ ରହିଥିଲା। ଏବେ ପୁଣି ତାହା ମହଙ୍ଗା ହେବାକୁ ଲାଗିଛି। 

 

Price Hike: ଗ୍ରାହକଙ୍କୁ ମହଙ୍ଗା ଛାଟ, ତେଲ ଠୁ ଡାଲି ସହ ପନିପରିବା ଦର ଆକାଶଛୁଆଁ

Price Hike: କାର୍ତ୍ତିକ ମାସ ଶେଷ ହେଲା, ହେଲେ ଏବେ ବି ମହଙ୍ଗା ଛାଟ ରୁ ବର୍ତ୍ତମାନ ଗ୍ରାହକ ମୁକ୍ତି ପାଇବେ ନାହିଁ। ଖରିଫ ଋତୁରେ ଠିକ୍ ଭାବେ ବର୍ଷା ହେଲାନି । ଅସ୍ୱାଭାବିକ ଓ ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାମ ବେଶ୍ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ କମ୍ ଜମିରେ ଚାଷ ହୋଇଥିବାରୁ ଗହମ, ଚାଉଳ, ଡାଲି ଆଦିର ଉତ୍ପାଦନ କମ୍ ରହିବ । ବର୍ଷାକୁ ନେଇ ଏଭଳି ଅନିଶ୍ଚିତତା ଲାଗି ରହିଥିବାରୁ ସାରା ଦେଶରେ ଖାଦ୍ୟଶସ୍ୟ ଦାମ୍ ବେଲଗାମ୍ ହେବାର ଆଶଙ୍କା ଦେଖାଦେଇଛି।  

ଯଦି କାର୍ତ୍ତିକ ମାସ କଥା ଭାବିବା ତେବେ ପରିବା ମାର୍କେଟର (Vegetables Market) ବିନ୍ ଠୁ ଆରମ୍ଭ କରି ଭେଣ୍ଡି, ବାଇଗଣ, ପୋଟଳ, କଲରା ଆଦି ଆଦି କିଲୋପ୍ରତି ୮୦ ଟଙ୍କା ରହିଥିଲା । ଏହାସହ ଟମାଟୋ ଦର ବହୁତ ବଡ଼ ଝଟକା ଦେଇଥିଲା । ଅମଳ ସମସ୍ୟା କାରଣରୁ କିଲୋ ପ୍ରତି  ୨୦୦ ତ କେତେବେଳେ ୨୪୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ନୂଆ ଟମାଟୋ ଫସଲ ବଜାରକୁ ଆସିବା ପରେ କିଛିଦିନ ପାଇଁ ଦାମ୍ କମ୍ ରହିଥିଲା। ଏବେ ପୁଣି ତାହା ମହଙ୍ଗା ହେବାକୁ ଲାଗିଛି। ସେହିଭଳି ପିଆଜ ମୂଲ୍ୟରେ (Onion Price Hike) ଯେଉଁ ବୃଦ୍ଧି ଘଟିଛି ତାହା ମଧ୍ୟ କମ୍ ହେବା ନାଁ ଧରୁନି। 

ଏହାସହ ଗହମ, ଅଟା ଓ ଡାଲି ଦାମ୍ ରେ ବୃଦ୍ଧି ମଧ୍ୟ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଲୋକମାନଙ୍କ ପାଖରେ ସୁଲଭ ମୂଲ୍ୟରେ ଅଟା ଓ ଡାଲି ପହଞ୍ଚାଇବା ଲାଗି କେନ୍ଦ୍ର ସରକାର କେନ୍ଦ୍ରୀୟ ଖାଦ୍ୟ ଶସ୍ୟ ଭଣ୍ଡାର ଉପରେ ନଜର ପକାଇଛନ୍ତି। ସେଥିରୁ ସାମଗ୍ରୀ ବାହାର କରି ଲୋକମାନଙ୍କୁ କମ୍ ଦାମ୍ ରେ ବିକ୍ରି କରାଯାଉଥିଲେ ମଧ୍ୟ ତାହା ମେଣ୍ଟାଇ ପାରୁନାହିଁ। ଏପଟେ ପୁଣିଥରେ ଡିସେମ୍ବରରେ ବାତ୍ୟା (December Cyclone) ଭୟ ସହ ଲଘୁଚାପ ବର୍ଷା ଥିବାରୁ ଚିନ୍ତାରେ ଚାଷୀ । ପୁଣି ଫସଲ ନଷ୍ଟ ହେଲେ ପରିବା ବଜାରରେ ପୁଣି ନିଆଁ ଲାଗିବ । ଆଉ ସେହି ନିଆଁ ଗ୍ରାହକଙ୍କ ପକେଟ୍ କୁ ପ୍ରଭାବ ପକାଇବ ନିଶ୍ଚିତ। 

ଅନ୍ୟପଟେ ଆସନ୍ତାବର୍ଷ ଲୋକସଭା ନିର୍ବାଚନ(Loksabha Election) ହେବାକୁ ଯାଉଥିବା ବେଳେ ମୋଦି ସରକାରଙ୍କ(Modi Government) ପାଇଁ ଏହି ଦରଦାମ୍ ବୃଦ୍ଧି ଏକ ବଡ଼ ତ୍ୟାଲେଞ୍ଜ ସଦୃଶ ହେବ । ଏହାର ମୁକାବିଲା ଲାଗି ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏହା କାମ ଦେଉନି। ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଇଲାଣି।  ଏହା ଦେଖି କେନ୍ଦ୍ର ସରକାର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିବା ସ୍କିମର ମହଲତ ବୃଦ୍ଧି କରିଛନ୍ତି। ଏହା କିଛି ପରିମାଣରେ ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେଇପାରେ ସତ ହେଲେ ବଜାର ଉପରେ ଏହାର ଓଲଟା ପ୍ରଭାବ ପଡ଼ିପାରେ। ଆଉ ଏହି ପ୍ରଭାବ ପଡ଼ିଲେ ବଜାରରେ ବିଭିନ୍ନ ସାମଗ୍ରୀ ଚଢା ଦାମ୍ ରେ ବିକ୍ରି ହେବ ବୋଲି ଏବେ ଠାରୁ ଆଶଙ୍କା ପ୍ରକାଶ ପାଇଛି। 

Also Read: Tunnel Rescue: ଭର୍ଟିକାଲ ଡ୍ରିଲିଂର ୪୦ ପ୍ରତିଶତ କାମ ଶେଷ, ଜାଣନ୍ତୁ କେବେ ଉଦ୍ଧାର ହେବେ ଶ୍ରମିକ

Also Read: Baliyatra 2023: ବଡ଼ ଧୂମଧାମରେ ଆରମ୍ଭ ହେଲା କଟକ ଐତିହାସିକ ବାଲିଯାତ୍ରା