Bargarh Farmer: ଚାଷୀଙ୍କ କଷ୍ଟ ବୁଝିଲେ ମୁଖ୍ୟମନ୍ତ୍ରୀ, ପ୍ରଗତିଶୀଳ ୫ କୃଷକଙ୍କୁ କଲେ ପୁରସ୍କୃତ
Advertisement
Article Detail0/zeeodisha/odisha2298282

Bargarh Farmer: ଚାଷୀଙ୍କ କଷ୍ଟ ବୁଝିଲେ ମୁଖ୍ୟମନ୍ତ୍ରୀ, ପ୍ରଗତିଶୀଳ ୫ କୃଷକଙ୍କୁ କଲେ ପୁରସ୍କୃତ

Bargarh Farmer: ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ । ଚାଷୀଙ୍କ ଆର୍ଥିକ ଦୃଷ୍ଟି କୋଣରୁ କିପରି ବିକାଶ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ।

 

Bargarh Farmer: ଚାଷୀଙ୍କ କଷ୍ଟ ବୁଝିଲେ ମୁଖ୍ୟମନ୍ତ୍ରୀ,  ପ୍ରଗତିଶୀଳ ୫ କୃଷକଙ୍କୁ କଲେ ପୁରସ୍କୃତ

Bargarh Farmer: ଆଜି ଚାଷୀ ପାଇଲେ ପିଏମ୍ କିଷାନ ଟଙ୍କା । ଆଉ ଓଡିଶାରେ ବରଗଡରେ ଏଥିପାଇଁ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ମୋହନ ମାଝୀଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ରେ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବରଗଡ଼ ସର୍କିଟ ହାଉସ ରେ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ ବି କରିଥିଲେ। ହେଲେ ବରଗଡରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀମାନଙ୍କୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାକୁ ଯାଉଛି । 

୩୧୦୦ଟଙ୍କା ଏମଏସପି ହେଉ ଅବା ପିଏମ କିଷାନ ସମ୍ମାନ ନିଧି ଯୋଜନା। ବିଜେପି ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନର କାର୍ଯ୍ୟପନ୍ଥା ସ୍ଥିର କରିଛି । ସେହି ଅନୁସାରେ କାମ ଜୋରସୋରରେ ଆଗେଇ ଚାଲିଛି । ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ । ଚାଷୀଙ୍କ ଆର୍ଥିକ ଦୃଷ୍ଟି କୋଣରୁ କିପରି ବିକାଶ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ।

ବରଗଡ଼ରେ ଆୟୋଜିତ ସଭାରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ସେମାନଙ୍କ ଅଭିଭାଷଣ ରଖିଥିଲେ । ପରେ ବରଗଡ ଜିଲ୍ଲାରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାର ପ୍ରଗତିଶୀଳ କୃଷକଙ୍କୁ ମାନ୍ୟବର ମୂଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ସେମାନେ ହେଲେ ପଦମପୁରର ଟିକେଶ୍ୱର ହୋତା, ଉତ୍କୃଷ୍ଟ ମାନର ଚାଷ ପାଇଁ...ସେହିପରି ବିଜେପୁରରୁ ଯୋଗିନ୍ଦ୍ର ପ୍ରଧାନ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଓ ଗୋପାଳନ...ଭଟଲୀର ଚାଷୀ ନିଳକଣ୍ଠ ସା ଅର୍ଗାନିକ୍ ଫାର୍ମିଂ ଓ ଛତୁ ଚାଷ ପାଇଁ...ବରଗଡ଼ ର ଶ୍ୟାମଘନ ପ୍ରଧାନ ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଓ ଅରଗାନିକ୍ ଫାର୍ମିଂ ପାଇଁ ଓ ଅତାବିରାର ଚାଷୀ ଦେବେନ୍ଦ୍ର ସାହୁଙ୍କୁ ଏଗ୍ରିକଲଚର ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। 

Also Read: Odisha CM: ବରଗଡ଼ରେ ସାଧାରଣ ଲୋକଙ୍କ ସହିତ ମିଶିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ

Also Read: Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୪ ରାଶି ବଡ଼ ଭାଗ୍ୟବାନ !