Rathyatra: ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରିବିଜେ
Advertisement
Article Detail0/zeeodisha/odisha2342382

Rathyatra: ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରିବିଜେ

ପୁରୀ: ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷର ରଥଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ସିଂହଦ୍ୱାରକୁ ଫେରିବା ପରେ ଗତକାଲି ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିୟୁ। ଆଉ ଆଜି ରଥ ଉପରେ ମହାପ୍ରଭୁଙ୍କ ଆଗରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଗତକାଲି ରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ବିଶ୍ୱାସ ରହିଛି କି ପାଖାପାଖି ୪୫୦ ବର୍ଷର

Rathyatra: ଶେଷ ହେଲା ଅଧରପଣା ନୀତି, କାଲି ନୀଳାଦ୍ରିବିଜେ

Rathyatra: ପୁରୀ: ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷର ରଥଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ସିଂହଦ୍ୱାରକୁ ଫେରିବା ପରେ ଗତକାଲି ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିୟୁ। ଆଉ ଆଜି ରଥ ଉପରେ ମହାପ୍ରଭୁଙ୍କ ଆଗରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ଗତକାଲି ରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ବିଶ୍ୱାସ ରହିଛି କି ପାଖାପାଖି ୪୫୦ ବର୍ଷର ଏହି ଅଧରପଣାର ନୀତି ପାଳିତ ହୋଇ ଆସୁଛି। ରଥାରୁଢ଼ ଶ୍ରୀବିଗ୍ରହମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତି କରାଯାଉଥିବାରୁ ଏହାକୁ ଅଧରପଣା କୁହାଯାଇଥାଏ। 

ବିଶ୍ୱାସ କରାଯାଏ କି ୩ ରଥରେ ୧୨ଟି ତୁମ୍ବାକାର ମାଟି ହାଣ୍ଡିରେ ପଣାଭୋଗ ଲାଗି କରାଯାଏ। ୩ ରଥରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଭୋଗ ହୁଏ। ପରେ ଏହି ୩ଟି ରଥରେ ୯ଟିଯାକ ହାଣ୍ଡିକୁ ଭଙ୍ଗା ଯାଇଥାଏ। ଶ୍ରୀବଳଭଦ୍ରଙ୍କ ରଥରେ ରାମ କୃଷ୍ଣଙ୍କ ଉଦେ୍ଦଶ୍ୟରେ ଅଧିର ୨ଟି ସାନ ହାଣ୍ଡି ପଣା ଓ ଶ୍ରୀ ଜଗନ୍ନାଥଙ୍କ ରଥରେ ମଦନମୋହନଙ୍କ ଉଦେଶ୍ୟରେ ଗୋଟିଏ ସାନ ହାଣ୍ଡି ପଣା ଲାଗି ହୁଏ। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଦିଆଯାଇଥାଏ। 

ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହେଇଥାଏ। ପଣାରେ କ୍ଷୀର, ସର, ଛେନା, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଏବଂ ଜଳ ବ୍ୟବହାର କରାଯାଇଥାଏ। ଅଧରପଣା ନୀତି ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ନିକଟରେ ଥିବା ଛାଉଣୀ ମଠ ସମ୍ମୁଖ କୂଅରୁ ଗରାରେ ଜଳ କାଢି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି । ପଣା ପ୍ରସ୍ତୁତି ପରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଟି ହାଣ୍ଡି ଗୁଡ଼ିକରେ ପଣାକୁ ରଖାଯାଏ । ପାଳିଆ ପୂଜାପଣ୍ଡା ସାମନ୍ତ ପଂଚ ଉପଚାରରେ ଦାରୁବିଗ୍ରହଙ୍କୁ ପଣା ଭୋଗ ଅର୍ପଣ କରିଥାନ୍ତି। ଏହାପରେ ଶ୍ରୀଜିଉଙ୍କ ସାମ୍ନାରେ ପଣାହାଣ୍ଡି ଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ । ଏହି ଅଧରପଣାକୁ, ୩ ରଥରେ ବିଜେ ପାର୍ଶ୍ୱ ଦେବାଦେବୀ, ଅସୁର, ଅଶରୀରୀ, କିନ୍ନର, ନାଗ, ଚଣ୍ଡୀ, ଚାମୁଣ୍ଡା, ଭୂତ, ପ୍ରେତଙ୍କ ଉଦେଶ୍ୟରେ ଉତ୍ସର୍ଗ କାରଯାଇଥାଏ । ଏହା ଦ୍ୱାରା ସେମାନେ ମୁକ୍ତିଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।