Accident News: ଷ୍ଟଣ୍ଟ ଦେଖାଇବା ହେଲା କାଳ, ଜଣେ ମୃତ, ଜଣେ ଗୁରୁତର
Advertisement
Article Detail0/zeeodisha/odisha2310414

Accident News: ଷ୍ଟଣ୍ଟ ଦେଖାଇବା ହେଲା କାଳ, ଜଣେ ମୃତ, ଜଣେ ଗୁରୁତର

Accident News: ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ହୋଇଥିବା ଜଣାପଡ଼ିଛି।

Accident News: ଷ୍ଟଣ୍ଟ ଦେଖାଇବା ହେଲା କାଳ, ଜଣେ ମୃତ, ଜଣେ ଗୁରୁତର

Accident News: ମୋଟର ସାଇକେଲରେ ଷ୍ଟଣ୍ଟ ଦେଖାଇବା ହେଲା କାଳ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟରେ ଘଟିଲା ସିରିଜ୍ ଦୁର୍ଘଟଣା । ଭବାନୀପାଟଣାରୁ ଭଞ୍ଜନଗର ମୃତ ଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ସହ କେଟିଏମ୍ ମୋଟରସାଇକେଲ ଧକ୍କା। ଭାରସାମ୍ୟ ହରାଇ ପଛରୁ ଆସୁଥିବା ଆଉ ଏକ ମୋଟରସାଇକେଲ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଲଙ୍କାଗଡ଼ ଅଞ୍ଚଳର ଜନ ନାୟକ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ତୁମୁଡ଼ିବନ୍ଧର ଗଜପତି ସାହୁ ହୋଇଥିବା ଜଣାପଡ଼ିଛି।

ଘଟଣା ପ୍ରକାରେ ଗତକାଲି ଅପରାହ୍ନରେ ଏକ ଆମ୍ବୁଲାନ୍ସ ଭବାନୀପାଟଣାରୁ ଏକ ଶବ ନେଇ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଏକ କେଟିଏମ୍ ମୋଟରସାଇକେଲରେ ଷ୍ଟଣ୍ଟ ଦେଖାଉ ଦେଖାଉ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ସାମ୍ନା ପଟରୁ ଧକ୍କା ଦେଇଥିଲେ,ସେହି ସମୟରେ ପଛପଟୁ ଆସୁଥିବା ଆଉ ଏକ ମୋଟରସାଇକେଲ ମଧ୍ୟ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ସହ ଧକ୍କା ସୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ମୋଟରସାଇକେଲ ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ କେଟିଏମ୍ ମୋଟରସାଇକେଲ ଚାଳକ ଜନ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଗଜପତି ସାହୁଙ୍କୁ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ତୁମୁଡ଼ିବନ୍ଧ ପୋଲିସ୍ ।