Odisha News: କୁକୁର କାମୁଡ଼ାରେ କ୍ଷତାକ୍ତ ହରିଣ ଛୁଆ ଉଦ୍ଧାର
Advertisement
Article Detail0/zeeodisha/odisha2075611

Odisha News: କୁକୁର କାମୁଡ଼ାରେ କ୍ଷତାକ୍ତ ହରିଣ ଛୁଆ ଉଦ୍ଧାର

Odisha News: ବିଳମ୍ବିତ ରାତିରେ ପାରାଦୀପ(Paradeep) ପିଆଇସିଟି କମ୍ପାନୀ ୫ନଂ ଗେଟ୍ ନିକଟରେ ଗୁରୁତର ଅବସ୍ଥାରେ ଏକ ହରିଣ ଉଦ୍ଧାର କରାଯାଇଛି। କମ୍ପାନୀରେ କାର୍ଯ୍ୟ ସାରି ଫେରୁଥିବା ଶ୍ରମିକ ମାନେ କୁକୁର ପଲଙ୍କ ମଧ୍ୟରେ ଫସି ରହିଥିବା ହରିଣଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ(Kujanga Forest department) ହସ୍ତାନ୍ତର କରାଯାଇଛି। 

Odisha News: କୁକୁର କାମୁଡ଼ାରେ କ୍ଷତାକ୍ତ ହରିଣ ଛୁଆ ଉଦ୍ଧାର

Odisha News: ବିଳମ୍ବିତ ରାତିରେ ପାରାଦୀପ(Paradeep) ପିଆଇସିଟି କମ୍ପାନୀ ୫ନଂ ଗେଟ୍ ନିକଟରେ ଗୁରୁତର ଅବସ୍ଥାରେ ଏକ ହରିଣ ଉଦ୍ଧାର କରାଯାଇଛି। କମ୍ପାନୀରେ କାର୍ଯ୍ୟ ସାରି ଫେରୁଥିବା ଶ୍ରମିକ ମାନେ କୁକୁର ପଲଙ୍କ ମଧ୍ୟରେ ଫସି ରହିଥିବା ହରିଣଟିକୁ ଉଦ୍ଧାର କରି କୁଜଙ୍ଗ ବନ ବିଭାଗକୁ(Kujanga Forest department) ହସ୍ତାନ୍ତର କରାଯାଇଛି। ତେବେ ହରିଣଟି କୁକୁର କାମୁଡାରେ ମୁଣ୍ଡ ଓ ବେକ କ୍ଷତାକ୍ତ ହେବା ସହ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ଖବରପାଇ ପହଞ୍ଚି ଥିବା ବନବିଭାଗ ପକ୍ଷରୁ ଡାକ୍ତରଙ୍କ ଦ୍ଵାରା ହରିଣର ଚିକିତ୍ସା କରାଯାଇଥିଲା।

ଖବରପାଇ ପାରାଦୀପର ସିଆରପିଏଫ ଯବାନଙ୍କ ସମେତ ପାରାଦୀପ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ତେବେ ବନବିଭାଗ କୁ ହସ୍ତାନ୍ତର କରାଯିବା ହରିଣଟି ସୁସ୍ଥ ହେବା ପରେ କୁଜଙ୍ଗ ତଣ୍ଡା ଜଙ୍ଗଲ ରେ ଛାଡି ଦିଆ ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପାରାଦୀପ ଉପକଣ୍ଠ ଢିଙ୍କିଆ, ତ୍ରୀଲୋଚନ ପୁର ଓ ନୂଆଗାଁ ଅଞ୍ଚଳରେ ଥିବା ଜଙ୍ଗଲ ରୁ ବାଟ ହୁଡି ହରିଣଟି ଚାଲି ଆସିଥିବା କୁହା ଯାଉଥିବା ବେଳେ ଉଦ୍ଧାର ହୋଇଥିବା ହରିଣ ର କୁକୁର କାମୁଡାରେ ଛିଡି ଯାଇଥିବା ବେକରେ ୮ଟି ଷ୍ଟିଚ୍ ପଡିଥିବା ଜଣାପଡିଛି। ତେବେ କୁକୁର ପଲ ଙ୍କ ମଧ୍ୟରୁ ହରିଣ ଟିକୁ ଉଦ୍ଧାର କରିବା ପାଇଁ ଶ୍ରମିକ ମାନଙ୍କୁ ବଡ କସରତ କରିବାକୁ ପଡିଥିଲା ବୋଲି ଉଦ୍ଧାର କାରୀ ପ୍ରକାଶ କରିଛନ୍ତି।