Odisha Crime: ଶଗଡଭଙ୍ଗା ହତ୍ୟାକାଣ୍ଡର ଫିଟିଲା ଗୁମର, ଜାଣନ୍ତୁ ପୂରା ଖବର
Advertisement
Article Detail0/zeeodisha/odisha2043564

Odisha Crime: ଶଗଡଭଙ୍ଗା ହତ୍ୟାକାଣ୍ଡର ଫିଟିଲା ଗୁମର, ଜାଣନ୍ତୁ ପୂରା ଖବର

Odisha Crime: ତୁ ମୋର ନୁହେଁ ତ, କାହାର ନୁହେଁ । ନିଜ ବନ୍ଧୁ ସହ ଶାରୀରିକ ସମ୍ପର୍କରେ ଅନ୍ଧ ହୋଇଯାଇ ବନ୍ଧୁର ଅନ୍ୟ ଝିଅ ପ୍ରତି ଥିବା ଦୁର୍ବଳତା ସହି ନପାରି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଗତ ଜାନୁୟାରୀ ୨ ତାରିଖରେ ଜଙ୍କିଆ ଥାନା ଶଗଡଭଙ୍ଗା ଗ୍ରାମରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପଛରେ ଥିଲା ଏଭଳି କିଛି କାହାଣୀ। 

Odisha Crime: ଶଗଡଭଙ୍ଗା ହତ୍ୟାକାଣ୍ଡର ଫିଟିଲା ଗୁମର, ଜାଣନ୍ତୁ ପୂରା ଖବର

Odisha Crime: ତୁ ମୋର ନୁହେଁ ତ, କାହାର ନୁହେଁ । ନିଜ ବନ୍ଧୁ ସହ ଶାରୀରିକ ସମ୍ପର୍କରେ ଅନ୍ଧ ହୋଇଯାଇ ବନ୍ଧୁର ଅନ୍ୟ ଝିଅ ପ୍ରତି ଥିବା ଦୁର୍ବଳତା ସହି ନପାରି ହତ୍ୟାକାଣ୍ଡ ଘଟାଇଥିଲା ଅଭିଯୁକ୍ତ। ଗତ ଜାନୁୟାରୀ ୨ ତାରିଖରେ ଜଙ୍କିଆ ଥାନା ଶଗଡଭଙ୍ଗା ଗ୍ରାମରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପଛରେ ଥିଲା ଏଭଳି କିଛି କାହାଣୀ। ଯାହାର ପର୍ଦ୍ଦାଫାଶ କରିଛି ଖୋର୍ଦ୍ଧା ପୋଲିସ। ଜଙ୍କିଆ ଥାନା ଶଗଡଭଙ୍ଗା ଗ୍ରାମର ରଶ୍ମିରଞ୍ଜନ ବଳିୟାରସିଂହ ଏବଂ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠଙ୍କ ଭିତରେ ଥିଲା ଘନିଷ୍ଠ ସମ୍ପର୍କ।

ଉଭୟେ କଳାକାର ହୋଇଥିବାରୁ ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ। ତେବେ ସୋମନଥ ଜଣେ କିନ୍ନର ହୋଇଥିବାରୁ ରଶ୍ମିରଞ୍ଜନ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା। ଦୀର୍ଘ ବର୍ଷ ଧରି ସୋମନାଥ ରଶ୍ମିଙ୍କ ଘରେ ରହୁଥିଲେ। ଏହା ମଧ୍ୟରେ ରଶ୍ମିରଞ୍ଜନଙ୍କର ଅନ୍ୟ ଏକ ଝିଅ ସହ ସଂପର୍କ ଗଢିଉଠିବାକୁ ନେଇ ସହଜରେ ଗ୍ରହଣ କରିପାରି ନଥିଲେ ସୋମନାଥ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଘଟଣା ଦିନ ଏହାକୁ ନେଇ ସୋମନାଥ ଓ ରଶ୍ମିରଞ୍ଜନଙ୍କ ମଧ୍ୟରେ ବିବାଦ ତୀବ୍ର ହେବା ପରେ ତୁ ମୋର ନୁହଁ ତ କାହାର ନୁହଁ ନ୍ୟାୟରେ ରକ୍ତମୁଖା ସୋମନାଥ ଏକ ଲୁହା ଖଣ୍ଡରେ ରଶ୍ମିରଞ୍ଜନଙ୍କ ମୁଣ୍ଡ ପିଟି ହତ୍ୟା କରି ଫେରାର ହୋଇଯାଇଥିଲା।

 

ଏହି ଘଟଣାରେ ଜଙ୍କିଆ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଯାଜପୁର ଅଞ୍ଚଳରୁ ସୋମନାଥଙ୍କୁ ଗିରଫ କରିଛି। ଗିରଫ ପରେ ସୋମନାଥ ମଧ୍ୟ ସମସ୍ତ ଘଟଣାକୁ ସ୍ବୀକାର କରିଛି। ଆଜି ଜଙ୍କିଆ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ର ମୁର୍ମୁ, ଏସଡିପିଓ ଦିଲ୍ଲୀପ ଦାସ ଏବଂ ଜଙ୍କିଆ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞା କର ପ୍ରମୁଖ ଉପସ୍ଥିତ ଥିଲେ।

Also Read: Khordha News: ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ!