Gajapati News: ୨୪୦ ମାସ ପରେ ଗାଁକୁ ଫେରିଲେ ବାସନ୍ଦ ପରିବାର,ପ୍ରେମ ପାଇଁ ଗାଁରୁ ହୋଇଥିଲେ ବିତାଡ଼ିତ; ଆପଣଙ୍କ ନଜରରେ ଗ୍ରାମବାସୀ କ'ଣ ଠିକ ନିଷ୍ପତ୍ତି ନେଇଥିଲେ?
Advertisement
Article Detail0/zeeodisha/odisha1813780

Gajapati News: ୨୪୦ ମାସ ପରେ ଗାଁକୁ ଫେରିଲେ ବାସନ୍ଦ ପରିବାର,ପ୍ରେମ ପାଇଁ ଗାଁରୁ ହୋଇଥିଲେ ବିତାଡ଼ିତ; ଆପଣଙ୍କ ନଜରରେ ଗ୍ରାମବାସୀ କ'ଣ ଠିକ ନିଷ୍ପତ୍ତି ନେଇଥିଲେ?

Gajapati News: ଭଲ ପାଇ ବିବାହ କଲେ ବୋଲି ଗାଁଲେକେ ଦେଲେ ଦଣ୍ତ। ଏପରି ଦଣ୍ତ ଯେ ଗାଁରୁ ତଡିଦେଲେ। ଦିନେ କି ଦୁଇ ଦି  ପାଇଁ ନୁହେଁ, ଦିର୍ଘ ୨୦ ବର୍ଷ ପାଇଁ । ଶେଷରେ ପୋଲିସ ସହାୟତାରେ ଆଜି ସେହି ପରିବାର ନିଜ ଭିଟା ମାଟି ଗାଁକୁ ଫେରିଛି । ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ପଞ୍ଚାୟତ କିର୍ତିଙ୍ଗ ଗାଁର ଜର୍ଜ ପାଇକଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

(ଗଜପତି,ପ୍ରେମାନନ୍ଦ ପୁଜାରୀ ) Gajapati News: ଭଲ ପାଇ ବିବାହ (Love marriage) କରିବା ଯୋଗୁଁ ଗାଁରୁ ବାସନ୍ଦ (Boycott family) ହୋଇ ଯାଯାବର ଜୀବନ ବିତାଉଥିଲେ ଗୋଟିଏ ପରିବାର । ବର୍ଷେ ଦୁଇ ଦୁଇ ବର୍ଷ ନୁହେଁ ବରଂ ଦୀର୍ଘ ୨୦ ବର୍ଷ ଧରି (20 years) ଗାଁ ଠାରୁ ବାହାରେ ଲୁଚି ଲୁଚି ରହି ଆସୁଥିଲେ । ଶେଷରେ ପୋଲିସ ସହାୟତାରେ ଆଜି ସେହି ପରିବାର ନିଜ ଭିଟା ମାଟି ଗାଁକୁ ଫେରିଛି । ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ପଞ୍ଚାୟତ କିର୍ତିଙ୍ଗ ଗାଁର ଜର୍ଜ ପାଇକଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ଆଜକୁ ୨୦ ବର୍ଷ ତଳେ  ଜର୍ଜ ଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ତେଣୁ ସେ ନିଜ ଗାଁର ସମ୍ପର୍କୀୟ ଅନିତା ପାଇକଙ୍କୁ ପ୍ରେମ କରି ଦ୍ୱିତୀୟ ବିବାହ (second marriage) କରିଥିଲେ । ଏହାକୁ ବିରୋଧ କରିଥିଲେ ଜର୍ଜଙ୍କ ପରିବାର ଓ ଗ୍ରାମବାସୀ । ପ୍ରେମ ବିବାହ କରିବାରୁ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ । ଏହାପରେ ଉଭୟ ଜର୍ଜ ଓ ଅନିତାଙ୍କୁ ଏହି ସାମାନ୍ୟ ଭୁଲ ପାଇଁ ଗାଁରୁ ବାସନ୍ଦ କରାଯାଇଥିଲା । 

ସେବେଠାରୁ ଜର୍ଜ ଓ ଅନିତା ଦୁଃଖ କଷ୍ଟରେ ଯାଯାବର ଜୀବନ ଜିଉଁଥିଲେ। ବର୍ତ୍ତମାନ ବାଗଡଙ୍କ ଗାଁରେ ଜର୍ଜ ତାଙ୍କ ସ୍ତ୍ରୀ ସମେତ ଦୁଇଟି ଝିଅ ଓ ଗୋଟିଏ ପୁଅ ଗାଁକୁ ଫେରିବାକୁ ବହୁବାର ଚେଷ୍ଟା କରିଛନ୍ତି । ହେଲେ ଯେତେବେଳେ ସେମାନେ ଗାଁକୁ ଆସୁଥିଲେ ସେତେବେଳେ ପରିବାର ଲୋକଙ୍କ ସହ କିଛି ଗ୍ରାମବାସୀ ତାଙ୍କୁ ମାଡ ମାରୁଥିଲେ ବୋଲି ଜର୍ଜ କହିଛନ୍ତି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଜର୍ଜ । ମୋହନା ପୋଲିସ ଏ ନେଇ ତଦନ୍ତ ଚଳାଇବା ସହ ଶାନ୍ତି ଶୃଙ୍ଗଳାର ସହ ପରିବାର ନିଜ ଗାଁକୁ କିଭଳି ଫେରିବେ ତାହାର ବ୍ୟବସ୍ଥା କରିବାରେ ଉଦ୍ୟମ କରାଯାଇଥିବା ବେଳେ ଆଜି ମୋହନା ଥାନାଧିକାରୀ ସଦଳବଳେ କିର୍ତ୍ତିଙ୍ଗ ଗାଁକୁ ଜର୍ଜ ଓ ତାଙ୍କ ପତ୍ନୀ ଅନିତାକୁ ସାଥିରେ ନେଇ ଗାଁରେ ପହଞ୍ଚିଥିଲେ। ପରିବାରର ସମସ୍ତ ସଦସ୍ୟ ଗାଁରେ ପହଞ୍ଚିବା ପରେ ବେଶ ଖୁସି ଥିବା ବେଳେ ଗୋଟିଏ ଯୁଗର ଅନ୍ତ ଘଟିଛି ଏବଂ ନିଜ ମାଟିକୁ ଫେରିଥିବା ଯୋଗୁଁ ଗଜପତି ଏସପି ,ମୋହନା ପୋଲିସ ଟିମ୍ ଓ ସମସ୍ତ ଗଣମାଧ୍ୟମ ଠାରେ ଚିର ରୁଣି ରହିବି ବୋଲି  ଜର୍ଜ ଓ ତାଙ୍କ ପତ୍ନୀ ଅନିତା କହିଛନ୍ତି ।

ସେପଟେ ଜର୍ଜ କୁ ଗାଁରୁ ବାସନ୍ଦ କରାଯାଇନାହିଁ ବରଂ ସେ ନିଜ ଭୁଲ୍ ଯୋଗୁଁ ଗାଁ ଛାଡି ଚାଲିଯାଇଥିବା ୱାର୍ଡ ମେମ୍ବର ବିସାନ୍ତ ପାଇକ କହିଛନ୍ତି । ଅନ୍ୟ ପକ୍ଷରେ ଗାଁରୁ ବାସନ୍ଦ ହୋଇ ୨୦ ବର୍ଷ ହେଲା ବାହାରେ ରହୁଥିବା ଜର୍ଜ ଗାଁକୁ ଫେରିବାକୁ ମୋହନା ଥାନାରେ ଗୁହାରୀ କରିଥିଲେ । ଗତ କିଛି ଦିନ ତଳେ ଗଜପତି ଏସପି ଓ ଆର ଉଦୟଗିରି ଏସଡିପିଓ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କିର୍ତିଙ୍ଗ ଗାଁକୁ ଯାଇ ଜର୍ଜ ଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଆଜି ଜର୍ଜ ଓ ତାଙ୍କ ପରିବାରକୁ କିର୍ତ୍ତିଙ୍ଗ ଗାଁକୁ ଫେରାଇ ଅଣାଯିବା ସହ ମୋ ସରକାର ପକ୍ଷରୁ ତାଙ୍କୁ ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ । ପ୍ରେମ ବିବାହ କରିବାରୁ ଗାଁରୁ ବାସନ୍ଦ ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ପୁଣି ନିଜ ଗାଁକୁ ଫେରିବା ଜର୍ଜଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହା ପ୍ରେମର ବିଜୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।