Gajapati News: ଦିବ୍ୟାଙ୍ଗନା ସସ୍ମିତାଙ୍କ ଅନନ୍ୟ ପ୍ରତିଭା, କାନକୁ ଶୁଭୁ ନଥିଲେ ବି ମନ ମୋହୁଛି ତାଙ୍କ ନୃତ୍ୟ..
Advertisement
Article Detail0/zeeodisha/odisha2025148

Gajapati News: ଦିବ୍ୟାଙ୍ଗନା ସସ୍ମିତାଙ୍କ ଅନନ୍ୟ ପ୍ରତିଭା, କାନକୁ ଶୁଭୁ ନଥିଲେ ବି ମନ ମୋହୁଛି ତାଙ୍କ ନୃତ୍ୟ..

Gajapati News: ଦିବ୍ୟାଙ୍ଗନାଙ୍କ ଅନନ୍ୟ ପ୍ରତିଭା, ସେ ଜନ୍ମ ରୁ ଆଦୌ କଥା କହିପାରୁନାହାନ୍ତି କି କାନରେ ଶୁଣିପାରୁ ନାହାଁନ୍ତି। କିନ୍ତୁ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି। କାନରେ ଶୁଣିପାରୁ ନଥିଲେ ମଧ୍ୟ ସଂଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରି ବେଶ ସୁନାମ ଅର୍ଜନ କରିପାରିଛନ୍ତି। କେବଳ ସେତିକି ନୁହେଁ ସାଙ୍କେତିକ ଭାଷାରେ ପାଠ ପଢ଼ାଉଛନ୍ତି ସସ୍ମିତା, ତାଙ୍କର ପ୍ରତିଭା ଏବେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇ ପାରୁଛି। ଜୀବନ ଯୁଦ୍ଧରେ କେବେ ହାର ମାନି ନାହାନ୍ତି ସସ୍ମିତା। 

Gajapati News: ଦିବ୍ୟାଙ୍ଗନା ସସ୍ମିତାଙ୍କ ଅନନ୍ୟ ପ୍ରତିଭା, କାନକୁ ଶୁଭୁ ନଥିଲେ ବି ମନ ମୋହୁଛି ତାଙ୍କ ନୃତ୍ୟ..

Gajapati News: ଦିବ୍ୟାଙ୍ଗନାଙ୍କ ଅନନ୍ୟ ପ୍ରତିଭା, ସେ ଜନ୍ମ ରୁ ଆଦୌ କଥା କହିପାରୁନାହାନ୍ତି କି କାନରେ ଶୁଣିପାରୁ ନାହାଁନ୍ତି। କିନ୍ତୁ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି। କାନରେ ଶୁଣିପାରୁ ନଥିଲେ ମଧ୍ୟ ସଂଗୀତର ତାଳେ ତାଳେ ସୁନ୍ଦର ନୃତ୍ୟ ପରିବେଷଣ କରି ବେଶ ସୁନାମ ଅର୍ଜନ କରିପାରିଛନ୍ତି। କେବଳ ସେତିକି ନୁହେଁ ସାଙ୍କେତିକ ଭାଷାରେ ପାଠ ପଢ଼ାଉଛନ୍ତି ସସ୍ମିତା, ତାଙ୍କର ପ୍ରତିଭା ଏବେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇ ପାରୁଛି। ଜୀବନ ଯୁଦ୍ଧରେ କେବେ ହାର ମାନି ନାହାନ୍ତି ସସ୍ମିତା। ପାଟି ଖୋଲୁନି କି କାନକୁ ଶୁଭୁନି, ହେଲେ ନିଜେ ନିଖୁଣ ଓଡିଶୀ ନୃତ୍ୟ କରିବା ସହ ଛାତ୍ରୀମାନଙ୍କୁ ଓଡ଼ିଶୀ ନାଚ ଶିଖାଉଛନ୍ତି l ପିଲାଙ୍କୁ ସାଙ୍କେତିକ ଭାଷାରେ ପାଠ ପଢ଼ାଉଛନ୍ତି। ତାଙ୍କର ଦୃଢ଼ ଇଛା ଶକ୍ତି ଓ ମନୋବଳ ପାଇଁ ଏବେ ପରିବାର, ଗ୍ରାମବାସୀ ଓ ଯେଉଁ ଅନୁଷ୍ଠାନରେ ସେ କାମ କରୁଛନ୍ତି ସମସ୍ତେ ତାଙ୍କ ପାଇଁ ଗର୍ବିତ।

ଏବେ ସସ୍ମିତାଙ୍କୁ ନେଇ ସବୁଠି ଚର୍ଚ୍ଚା। ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ମାଣ୍ଡିମେରା ପଂଚାୟତ ବାଲିପଦର୍ ଗାଁର ସସ୍ମିତା ଲିମା। ପିଲାଟି ଦିନରୁ ପାଟି ଖୋଲୁନି କି କାନକୁ ଶୁଭୁନି। ପାଠ ପଢି ସମାଜରେ ଅନ୍ୟ ମାନଙ୍କ ଭଳି ନିଜକୁ ପ୍ରତିଷ୍ଠିତ କରିବାକୁ ମନରେ ତାଙ୍କର ପ୍ରବଳ ଆଗ୍ରହ ରହିଛି । ବାପା ସନାତନ ଲିମା ଓ ମାଆ ବାସନ୍ତି ଲିମା ଅତ୍ୟନ୍ତ ଗରିବ l ଦୁଇ ଭାଇ ଦୁଇ ଭଉଣୀ ଙ୍କ ମଧ୍ୟରେ ସସ୍ମିତା ଦିବ୍ୟାଙ୍ଗ ହୋଇଥିବା ବେଳେ ପ୍ରଥମେ ସସ୍ମିତାକୁ ମୋହନା ସ୍ଥିତ ଏମକେସିଜି ଦୃଷ୍ଟି ହୀନ ବଧୂର୍ ବିଦ୍ୟାଳୟରେ ନାମ ଲେଖାଇ ଥିଲେ ବାପା। ସସ୍ମିତା ସେଠାରେ ୮ମ ଶ୍ରେଣୀ ପାସ କରିବା ପରେ ପୁରୀ ନିମାପଡ଼ା ବିଦ୍ୟାଳୟରେ ନାମ ଲେଖାଇ ମାଟ୍ରିକ ପାସ କରିଛନ୍ତି।

 ଏହାପରେ ଭୁବନେଶ୍ଵ ରେ ଯୁକ୍ତ ଦୁଇ ପଢିବା ସମୟରେ ନୃତ୍ୟ ପ୍ରତି ଆଗ୍ରହ ଥିବାରୁ ସେଠାରେ ନୃତ୍ୟ ତାଲିମ୍ ପାଇଥିଲେ। ନୃତ୍ୟ ତାଲିମ ସାରି ଗାଁକୁ ଫେରି ଆସିବା ପରେ ପରିବାରର ଦାରିଦ୍ର୍ୟତା ଯୋଗୁଁ ବାପା ମାଆଙ୍କୁ ସାହାରା ହେବା ପାଇଁ ବର୍ତମାନ ଯେଉଁ ମୋହନା ବଧିର ବିଦ୍ୟାଳୟରେ ସେ ପାଠ ପଢିଥିଲେ ସେହି ବିଦ୍ୟାଳୟରେ ଏବେ ନୃତ୍ୟ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି । ସେହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାମ କରିବା ସହ ସେଠାକାର ଦିବ୍ୟାଙ୍ଗ ପିଲାଙ୍କୁ ନାଚ ଶିଖାଇବା ସହ ସାଙ୍କେତିକ ମାଧ୍ୟମରେ ପିଲାଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି ସସ୍ମିତା। ତାଙ୍କର ଇଛା ଶକ୍ତି ଆଗରେ ଆଜି ପରିସ୍ଥିତି ବି ହାର ମାନିଛି । ସସ୍ମିତାର ଦୃଢ଼ ମନୋବଳ ପାଇଁ ସେ ଆଜି ବିଦ୍ୟାଳୟ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହେଲେ ସସ୍ମିତାଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଆହୁରି ବଢିବା ସହ ଅନ୍ୟମାନଙ୍କ ପାଇଁ କିଛି କରିବେ ବୋଲି ଆଶା ରଖିଛନ୍ତି । ସସ୍ମିତାଙ୍କ ଅନନ୍ୟ ପ୍ରତିଭା କୁ ନେଇ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି।

Also Read: Gajapati News: ଜଘନ୍ୟ ହତ୍ୟାକାଣ୍ଡ, ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ