Odisha High Court: ହାଇକୋର୍ଟଙ୍କ ନୋଟିସ୍‍ : ଏବର୍ଷ ପୂରଣ ହେବ ୯୩ ବିଚାରପତି ପଦବୀ, ଓକିଲ ସଂଘରୁ ନିଯୁକ୍ତ ହେବେ ୩୧ ଜଣ
Advertisement
Article Detail0/zeeodisha/odisha2353635

Odisha High Court: ହାଇକୋର୍ଟଙ୍କ ନୋଟିସ୍‍ : ଏବର୍ଷ ପୂରଣ ହେବ ୯୩ ବିଚାରପତି ପଦବୀ, ଓକିଲ ସଂଘରୁ ନିଯୁକ୍ତ ହେବେ ୩୧ ଜଣ

ଭୁବନେଶ୍ୱର: ଓଡ଼ିଶାରେ ଖାଲିପଡ଼ିଥିବା ବିଚାରପତି ପଦବୀରେ ଶୀଘ୍ର ନିଯୁକ୍ତି ହେବ। ଚଳିତ ୨୦୨୪ରେ ଏଥିରୁ ୯୩ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଜିଲ୍ଲା ଜଜ୍‍ ଏବଂ ବରିଷ୍ଠ ଦେଓ୍ୱାନୀ ଜଜ୍‍ ପଦବୀରେ ଏସବୁ ନିଯୁକ୍ତି ହେବ। ଏଥିଲାଗି ଖାଲିପଡ଼ିଥିବା ପଦବୀର ଏକ ତାଲିକା ପ୍ରକାଶ ପାଇଛି।  ମିଳିଥିବା ସୂଚନା ଅନୁ

Odisha High Court: ହାଇକୋର୍ଟଙ୍କ ନୋଟିସ୍‍ : ଏବର୍ଷ ପୂରଣ ହେବ ୯୩ ବିଚାରପତି ପଦବୀ, ଓକିଲ ସଂଘରୁ ନିଯୁକ୍ତ ହେବେ ୩୧ ଜଣ

Odisha High Court: ଭୁବନେଶ୍ୱର: ଓଡ଼ିଶାରେ ଖାଲିପଡ଼ିଥିବା ବିଚାରପତି ପଦବୀରେ ଶୀଘ୍ର ନିଯୁକ୍ତି ହେବ। ଚଳିତ ୨୦୨୪ରେ ଏଥିରୁ ୯୩ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଜିଲ୍ଲା ଜଜ୍‍ ଏବଂ ବରିଷ୍ଠ ଦେଓ୍ୱାନୀ ଜଜ୍‍ ପଦବୀରେ ଏସବୁ ନିଯୁକ୍ତି ହେବ। ଏଥିଲାଗି ଖାଲିପଡ଼ିଥିବା ପଦବୀର ଏକ ତାଲିକା ପ୍ରକାଶ ପାଇଛି। 

ମିଳିଥିବା ସୂଚନା ଅନୁସାରେ  ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୫୭ଟି ଜିଲ୍ଲା ଜଜ୍‍ ପାହ୍ୟାର ଅଧିକାରୀଙ୍କ ପଦବୀ ଖାଲିପଡ଼ିଛି। ଏଥିରେ ନୂଆ କୋର୍ଟ ଗୁଡ଼ିକ ପାଇଁ ୫୧ଟି ପଦବୀ ରହିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ଆହୁରି ୬ଟି ପଦବୀ ଖଲିପଡ଼ିବାର ସମ୍ଭାବନା ବ୍ୟକ୍ତ କରାଯାଇଛି। ଅର୍ଥାତ୍‍ ଜିଲ୍ଲା ଜଜ୍‍ ପାହ୍ୟାରେ ୫୭ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିରୁ ୩୧ ଜଣଙ୍କୁ ପ୍ରତ୍ୟ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ଓକିଲ ସଂଘ ବା  ବାର୍‍ରୁ ଗ୍ରହଣ କରାଯିବ। ୧୪ଟି ଖାଲି ପଦବୀକୁ ପଦୋନ୍ନତି ଭିତ୍ତିରେ ଭରଣ କରାଯିବ। ଏମାନଙ୍କ ପାଇଁ ସୀମିତ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା କରାଯିବ। ଅନ୍ୟ ୧୨ଟି ପଦବୀ ନିୟମିତ ପଦୋନ୍ନତି ପ୍ରକ୍ରିୟାରେ ପୂରଣ କରାଯିବ ବୋଲି ଏହି ବିଜ୍ଞପତ୍ତିରେ କୁହାଯାଇଛି। 

ସେହିପରି ବରିଷ୍ଠ ଦେଓ୍ୱାନୀ ଜଜ୍‍ କ୍ୟାଡରରରେ୩୬ଟି ପଦବୀ ସୃଷ୍ଟି ହୋଇଛି। ଏଥିରୁ ୧୦ ପଦବୀ ନୂଆ କୋର୍ଟ ଓ ଅନ୍ୟ କୋର୍ଟକୁ ମିଶାଇ ହୋଇଥିବା ବେଳେ ୨୬ଟି ନୂଆ ଖାଲି ପଦବୀ ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଇଛି।