Subhadra Yojana: ୨୫ ଲକ୍ଷ ହିତାଧିକାରୀଙ୍କୁ ଗଲା ୧୨୫୦ କୋଟି ଊର୍ଦ୍ଧ୍ୱ ଟଙ୍କା, ଜାଣନ୍ତୁ ଆଉ କଣ କହିଲେ ମୋଦୀ
Advertisement
Article Detail0/zeeodisha/odisha2434668

Subhadra Yojana: ୨୫ ଲକ୍ଷ ହିତାଧିକାରୀଙ୍କୁ ଗଲା ୧୨୫୦ କୋଟି ଊର୍ଦ୍ଧ୍ୱ ଟଙ୍କା, ଜାଣନ୍ତୁ ଆଉ କଣ କହିଲେ ମୋଦୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଜନତା ମୈଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସୁଇଚି ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରାୟ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ପ୍ରଥମ କ

  • ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର କଲେ
    ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଗଲା
    ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ
    ପିଏମଏୱାଇର ୨୬ ଲକ୍ଷ ହିତାଧିକାରୀଙ୍କ ଗୃହ ପ୍ରବେଶ ଉତ୍ସବରେ କଲେ ଅଂଶଗ୍ରହଣ
    ଅତିରିକ୍ତ ପରିବାର ପାଇଁ ସର୍ଭେ ନିମନ୍ତେ ଆବାସ+ ୨୦୨୪ ଆପକୁ ଉନ୍ମୋଚନ କଲେ
    ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳ (ପିଏମଏୱାଇ-ୟୁ)୨.୦ର କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀକୁ କଲେ ଶୁଭାରମ୍ଭ
    ‘‘ଓଡ଼ିଶା ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆମେ କୌଣସି ସୁଯୋଗ ଛାଡିବୁ ନାହିଁ’’
    ‘‘କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ମଧ୍ୟରେ ଗରିବ, କୃଷକ, ଯୁବକ ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି’’ 
    ‘‘ଯେକୌଣସି ଦେଶ, କୌଣସି ରାଜ୍ୟ ସେତିକିବେଳେ ହିଁ ପ୍ରଗତି କରିଥାଏ, ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍, ଆମ ମହିଳା ଶକ୍ତି ବିକାଶରେ ସମାନ ଭାଗିଦାରୀ ରହିଥାଏ’’
    ‘‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତରେ ମହିଳା ସଶକ୍ତୀକରଣର ପ୍ରତିଫଳନ’’
    ‘‘ସର୍ଦ୍ଦାର ପଟେଲ ଅସାଧାରଣ ଇଚ୍ଛାଶକ୍ତି ଦେଖାଇ ଦେଶକୁ ଏକଜୁଟ କରିଥିଲେ’’

Trending Photos

Subhadra Yojana: ୨୫ ଲକ୍ଷ ହିତାଧିକାରୀଙ୍କୁ ଗଲା ୧୨୫୦ କୋଟି ଊର୍ଦ୍ଧ୍ୱ ଟଙ୍କା, ଜାଣନ୍ତୁ ଆଉ କଣ କହିଲେ ମୋଦୀ

Subhadra Yojana: ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଜନତା ମୈଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସୁଇଚି ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରାୟ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ପ୍ରଥମ କିସ୍ତି। ହିତାଧିକାରୀଙ୍କ ଆକାଉଣ୍ଟକୁ ୧୨୫୦ କୋଟି ୫୫ ହଜାର ଟଙ୍କା ପଠାଯାଇଥିବା ଜଣାଯାଇଛି। ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୪ ହଜାର ୯୯୯ ଟଙ୍କା। ସେପଟେ ଏହା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ  ୨୮୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପାଖାପାଖି ୧୪ଟି ରାଜ୍ୟର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣ ସହାୟତାର ପ୍ରଥମ କିସ୍ତି ଜାରି କରିଥିଲେ। ସେ ଦେଶବ୍ୟାପୀ ପିଏମଏୱାଇ (ଗ୍ରାମୀଣ ଏବଂ ସହରାଞ୍ଚଳ)ର ୨୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହ ପ୍ରବେଶ ଉତ୍ସବରେ ଅଂଶଗ୍ରହଣ କରିଥିଲେ।

ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀଙ୍କର ଆଜି ୭୪ତମ ଜନ୍ମ ଦିବସ ରହିଥିଲା। ଦିନ ପ୍ରାୟ ସାଢେ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ପରେ ଗାଡକଣଠାରେ ଥିବା ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କ ଘରକୁ ଯାଇଥିଲେ। ସେଠାରୁ ସିଧାସଳଖ ଜନତା ମୈଦାନକୁ ଆସିଥିଲେ। ଏହି ଅବସରରେ ଜଗନ୍ନାଥ କୃପାରୁ ପୁଣି ଥରେ ଓଡିଶା ମାଟିରେ ପାଦ ଥାପିବାର ସୌଭାଗ୍ୟ ଲାଭ କରିଛନ୍ତି ବୋଲି ସେ ନିଜ ଭାଷଣରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଯେକୌଣସି ରାଷ୍ଟ୍ର ସେତିକିବେଳେ ଦ୍ରୁତ ଗତିରେ ଆଗକୁ ବଢ଼ିଥାଏ ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍, ମହିଳା ଶକ୍ତିଙ୍କ ସମାନ ଭାଗିଦାରୀ ରହିଥାଏ। ଏହା ସହିତ ସେ ଉଲ୍ଲେଖ କରିଥିଲେ ଯେ, ମହିଳାଙ୍କ  ଉନ୍ନତି ଏବଂ ସେମାନଙ୍କ ସଶକ୍ତୀକରଣ ହିଁ ଓଡ଼ିଶା ବିକାଶର ଚାବିକାଠି ହେବ। ଓଡ଼ିଶାର ଲୋକକଥାରୁ ଏକ ଅଂଶ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ ଯେ ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଦେବୀ ସୁଭଦ୍ରାଙ୍କ ଉପସ୍ଥିତି ଆମକୁ ନାରୀ ସଶକ୍ତୀକରଣ ବିଷୟରେ କହିଥାଏ। ଦେବୀ ସୁଭଦ୍ରାଙ୍କ ରୂପରେ ମୁଁ ସମସ୍ତ ମାଆ, ଭଉଣୀ ଏବଂ ଝିଅମାନଙ୍କୁ ପ୍ରଣାମ କରୁଛି ଶ୍ରୀ ମୋଦୀ କହିଥିଲେ । 

ନୂଆ ବିଜେପି ସରକାର ସେମାନଙ୍କ ପ୍ରାରମ୍ଭିକ ନିଷ୍ପତ୍ତିର ଅଂଶ ସ୍ୱରୂପ ଓଡ଼ିଶାର ମା' ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାର ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶାର ୧ କୋଟିରୁ ଅଧିକ ମହିଳା ଏଥିରୁ ଉପକୃତ ହେବେ ବୋଲି ସେ କହିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ମୋଟ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ଯାହା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଯୋଜନାକୁ ଆରବିଆଇର ଡିଜିଟାଲ ମୁଦ୍ରାର ପାଇଲଟ୍ ପ୍ରକଳ୍ପ ସହ ମଧ୍ୟ ଯୋଡାଯାଇଥିଲା । ଦେଶର ପ୍ରଥମ ଡିଜିଟାଲ ମୁଦ୍ରା ଯୋଜନାରେ ସାମିଲ ହୋଇଥିବାରୁ ଓଡ଼ିଶାର ମହିଳାମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ।

ସୁଭଦ୍ରା ଯୋଜନା ଯେପରି ଓଡ଼ିଶାର ପ୍ରତ୍ୟେକ ମାଆ, ଭଉଣୀ ଓ ଝିଅଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ରାଜ୍ୟବ୍ୟାପୀ ଅନେକ ଯାତ୍ରା ଆୟୋଜନ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ସମ୍ପର୍କରେ ମହିଳାମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନର ସରକାରର ଅନେକ କର୍ମକର୍ତ୍ତା ମଧ୍ୟ ଏହି ସେବାରେ ପୂରା ଉତ୍ସାହର ସହ ନିୟୋଜିତ ହେଉଛନ୍ତି ବୋଲି ଆଲୋକପାତ କରିବା ସହ ଏହି ଜନସଚେତନତା ପାଇଁ ସରକାର, ପ୍ରଶାସନ ସହିତ ବିଧାୟକ, ସାଂସଦ ଓ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଏଠାରେ କହି ରଖୁ କି ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା, ଯାହାର ଶପଥ ଗ୍ରହଣ ସମାରୋହରେ ସେ ଯୋଗ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ନିର୍ବାଚନ ପ୍ରଚାର ସମୟରେ ସେ କହିଥିଲେ ଯେ ଯଦି ରାଜ୍ୟରେ ଡବଲ ଇଞ୍ଜିନର ସରକାର କ୍ଷମତାକୁ ଆସେ ତେବେ ଓଡ଼ିଶା ପ୍ରଗତି ଓ ସମୃଦ୍ଧି ଆଡକୁ ଅଗ୍ରସର ହେବ। ଗ୍ରାମାଞ୍ଚଳ ବାସିନ୍ଦା, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ମଧ୍ୟବିତ୍ତ ପରିବାରଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ସ୍ୱପ୍ନ ପୂରଣ ହେବ ବୋଲି ଶ୍ରୀ ମୋଦୀ ସେହି ସମୟରେ ବିଶ୍ୱାସ ବ୍ୟକ୍ତ କରିଥିଲେ। ଦିଆଯାଇଥିବା ପ୍ରତିଶ୍ରୁତି ଦ୍ରୁତ ଗତିରେ ପୂରଣ ହେଉଥିବାରୁ ମୋଦୀ ଖୁସି ବ୍ୟକ୍ତ କରିଥିଲେ।