World Cup 2023: ଭାରତ-ଶ୍ରୀଲଙ୍କା ମହା ମୁକାବିଲା, ଜିତିଲେ ସେମି ଫାଇନାଲରେ ଏଣ୍ଟ୍ରି, ପାଣିପାଗକୁ ନେଇ ଏପରି ସୂଚନା ଦେଲା ବିଭାଗ..
Advertisement
Article Detail0/zeeodisha/odisha1940863

World Cup 2023: ଭାରତ-ଶ୍ରୀଲଙ୍କା ମହା ମୁକାବିଲା, ଜିତିଲେ ସେମି ଫାଇନାଲରେ ଏଣ୍ଟ୍ରି, ପାଣିପାଗକୁ ନେଇ ଏପରି ସୂଚନା ଦେଲା ବିଭାଗ..

World Cup 2023: ODI ବିଶ୍ୱକପ ୨୦୨୩ରେ ଆଜି ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଭାରତ(India) ଓ ଶ୍ରୀଲଙ୍କା(Srilanka)। ଆଜି ଅପରାହ୍ନ ୨ଟା ବେଳେ ମୁମ୍ବାଇର ୱାନଖେଡ଼େ(Wankhede Stadium) ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯିବାକୁ ଯାଉଛି। ତେବେ ମୁମ୍ବାଇର ଏହି ଷ୍ଟାଡିୟମ ବ୍ୟାଟିଂ ପିଚ୍(Batting Pitch) ଭାବରେ ଖୁବ୍ ଜଣାଶୁଣା। 

World Cup 2023: ଭାରତ-ଶ୍ରୀଲଙ୍କା ମହା ମୁକାବିଲା, ଜିତିଲେ ସେମି ଫାଇନାଲରେ ଏଣ୍ଟ୍ରି, ପାଣିପାଗକୁ ନେଇ ଏପରି ସୂଚନା ଦେଲା ବିଭାଗ..

World Cup 2023: ODI ବିଶ୍ୱକପ ୨୦୨୩ରେ ଆଜି ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଭାରତ(India) ଓ ଶ୍ରୀଲଙ୍କା(Srilanka)। ଆଜି ଅପରାହ୍ନ ୨ଟା ବେଳେ ମୁମ୍ବାଇର ୱାନଖେଡ଼େ(Wankhede Stadium) ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯିବାକୁ ଯାଉଛି। ତେବେ ମୁମ୍ବାଇର ଏହି ଷ୍ଟାଡିୟମ ବ୍ୟାଟିଂ ପିଚ୍(Batting Pitch) ଭାବରେ ଖୁବ୍ ଜଣାଶୁଣା। ତେଣୁ ଆଜି ଏକ ହାଇ-ସ୍କୋରିଂର ମ୍ୟାଚ ହେବା ନେଇ ଅନୁମାନ କରାଯାଉଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳିଛି, ଯେଉଁଥିରେ ୬ଟି ମ୍ୟାଚ୍ ଜିତି ଭାରତ ସ୍କୋର ବୋର୍ଡର(Score Board) ଶୀର୍ଷ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୬ଟି ମ୍ୟାଚ୍ ମଧ୍ୟରୁ ମାତ୍ର ୨ଟି ମ୍ୟାଚ୍ ଜିତିଛି। ତେବେ ଆଜି ଯଦି ମ୍ୟାଚ୍ ଭାରତୀୟ ଟିମ୍ ସପକ୍ଷରେ ଯାଏ ତେବେ ସେମି ଫାଇନାକୁ ପ୍ରବେଶ କରିବା ନିଶ୍ଚିତ। ଏଥି ସହ ଯଦି ଶ୍ରୀଲଙ୍କା ଟିମ୍ ଏହି ମ୍ୟାଚ ହାରେ ତେବେ ସେମି ଫାଇନାଲରୁ ବାଦ୍ ପଡ଼ିବ ଦଳ।

ୱାନଖେଡ଼େ ଷ୍ଟାଡିୟମର ପିଚ୍ ଭଲ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ ଏହି ଷ୍ଟାଡିୟମରେ ଦମଦାର ପ୍ରଦର୍ଶନ ଦେଖାଇବା ନେଇ ଆଶା କରାଯାଉଛି। ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ମାତ୍ର ୨ଟି ମ୍ୟାଚ୍ ଖେଳାଯାଇଛି ଏବଂ ଉଭୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୦୦ରୁ ଅଧିକ ସ୍କୋର କରିଛି। ତେବେ ଏହି ଗ୍ରାଉଣ୍ଡରେ ଆଜି ଯାଏ ମୋଟ ୨୫ଟି ଓଡିଆଇ ମ୍ୟାଚ୍ ଖେଳାଯାଇଛି।

ପାଣିପାଗ ରିପୋର୍ଟ-

ପାଣିପାଗ ବିଭାଗ ଅନୁଯାୟୀ, ଆଜି ମୁମ୍ବାଇରେ ପାଗ ସଫା ରହିବ, ବର୍ଷା ହେବାର ସମ୍ଭାବନା ନାହିଁ। ଏହା ବ୍ୟତୀତ ତାପମାତ୍ରା ୨୬ ରୁ ୩୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ। ଏଥି ସହିତ ପ୍ରଦୂଷଣର ମାତ୍ରା ମଧ୍ୟ ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି। ବିସିସିଆଇ ଏ ସମ୍ପର୍କରେ ସମସ୍ତ ସୂଚନା ଦେଇସାରିଛି। ମୁମ୍ବାଇ ସହରର ଖରାପ ଗୁଣବତ୍ତା ଜଳବାୟୁ ଯୋଗୁ ଏପରି ହେବାର ପୂର୍ବାନୁମାନ କରାଯାଇଛି।

Also Read: IND vs SL: ଦଳକୁ ଫେରିବେ ହାର୍ଦ୍ଦିକ? ଶ୍ରୀଲଙ୍କା ବିପକ୍ଷରେ ଏହା ହୋଇପାରେ ଭାରତର ପ୍ଲେଇଂ ଇଲେଭେନ୍