IPL 2023: ଆଇପିଏଲ ପୂର୍ବରୁ MI କୁ ଶକ୍ତ ଧକ୍କା, ନାକ କାଟିଦେଲେ ଏହି ଖେଳାଳି
Advertisement

IPL 2023: ଆଇପିଏଲ ପୂର୍ବରୁ MI କୁ ଶକ୍ତ ଧକ୍କା, ନାକ କାଟିଦେଲେ ଏହି ଖେଳାଳି

Mumbai Indians: ଏମିତି କିଛି ଭଲ ଖେଳ ପ୍ରଦର୍ଶନ କଲେ ଯାହାକୁ ଦେଖି ତାଙ୍କ ପ୍ରଶଂସକ ଓ କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଏହି କାରଣ ରହିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ ଏହି ଅଲରାଉଣ୍ଡକର ଖେଳାଳି କ୍ୟାମେରୁନ ଙ୍କ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛି। ହେଲେ ତାଙ୍କ ଷ୍ଟ୍ରାଇକ ରେଟ ଦେଖି ଦଳ ଏବେ ଟେନସନରେ।

IPL 2023: ଆଇପିଏଲ ପୂର୍ବରୁ MI କୁ ଶକ୍ତ ଧକ୍କା, ନାକ କାଟିଦେଲେ ଏହି ଖେଳାଳି

IPL 2023: ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଟିମ ରହିଆସିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଗାମୀ ଆଇପିଏଲ ସିଜିନ ପାଇଁ  (IPL 2023) ମୁମ୍ବାଇ ଇଣ୍ଡିଆନ୍ସ ଟିମ କ୍ୟାମେରୁନ ଗ୍ରିନଙ୍କୁ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜ ଇତିହାସରେ ସବୁଠାରୁ ବଡ଼ ନିଲାମି ଡାକ ଡାକିଛି ଓ କ୍ୟାମେରୁନ ଗ୍ରିନଙ୍କୁ ୧୭.୫୦ କୋଟିରେ କିଣିଛି। ଗ୍ରିନ ଅଷ୍ଟ୍ରେଲିଆ ପାଇଁ  ୨୦୨୦ ରେ ଇଣ୍ଡିଆ ବିପକ୍ଷରେ ୱାନଡେ କ୍ରିକେଟ ଜରିଆରେ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିଥିଲେ।  

ଏହାବାଦି ତାଙ୍କୁ ଟେଷ୍ଟ ସିରିଜରେ (Test Series) ଖେଳିବାକୁ ମଉକା ମିଳିଥିଲା । ମାତ୍ର ଏହି ଖେଳାଳି ଚଳିତବର୍ଷ ପାକିସ୍ତାନ ବିପକ୍ଷରେ ଯେମିତି ଟି-20 ରେ ଖେଳିବାକୁ ସୁଯୋଗ ମିଳିଲା ସେ ପୁରା ଦୁନିଆରେ ସବୁଠାରୁ ଚର୍ଚ୍ଚାରେ ରହିଲେ। ସେ ଏମିତି କିଛି ଭଲ ଖେଳ ପ୍ରଦର୍ଶନ କଲେ ଯାହାକୁ ଦେଖି ତାଙ୍କ ପ୍ରଶଂସକ ଓ କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଏହି କାରଣ ରହିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians), ଏହି ଅଲରାଉଣ୍ଡକର ଖେଳାଳି ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛି। ମାତ୍ର ଏବେ ଗ୍ରିନଙ୍କ ବ୍ୟାଟିଂ ଦେଖି ମୁମ୍ବାଇ ଇଣ୍ଡିଆନ୍ସ ପୁରା ଟେନସନରେ । 

Also Read: Bhuvneshwar Kumar: ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଘୋଷଣା ହେବା ମାତ୍ରେ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିଅର!

ଅଷ୍ଟ୍ରେଲିଆ (Australia) ଏବଂ ଦକ୍ଷିଣ ଆଫ୍ରିକା (South Africa) ମଧ୍ୟରେ ଚାଲିଥିବା ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ ୮ ୱିକେଟ୍ ରେ ୫୭୫ ରନ୍ ସ୍କୋର କରି ନିଜର ଇନିଂସ ଘୋଷଣା କରିଛି। ଡେଭିଡ ୱାର୍ଣ୍ଣର ୨୦୦ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ ସେହିପରି ରନ ଯୋଡିଥିଲେ ଆଲେକ୍ସ କେରି । ସେ ୧୧୧ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍ ଏବଂ କ୍ୟାମେରୁନ୍ ଗ୍ରିନ୍(Cameron Green) ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ସମୟରେ, ଗ୍ରିନଙ୍କ ଷ୍ଟ୍ରାଇକ୍ ହାର ୩୦ କୁ ଛୁଇଁ ପାରିଲା ନାହିଁ । ଯେମିତି ଇଂଲଣ୍ଡ ନିଜର କ୍ରିକେଟରେ ସଫଳତା ହାସଲ କରିଛି। ତାହାକୁ ଅନୁସରଣ କରି ସବୁ ଟିମ ସେମିତି ଖେଳିବାକୁ ପସନ୍ଦ କରୁଛନ୍ତି । 

Also Read:  Suryakumar Yadav: ୩୨ ବର୍ଷ ବୟସରେ ଦଳର ଉପ-ଅଧିନାୟକ ହେଲେ ଏହି ଖେଳାଳି, BCCI ହଠାତ୍ ହସ୍ତାନ୍ତର କଲା ଦାୟିତ୍ୱ

ମାତ୍ର ଗ୍ରିନଙ୍କ ଷ୍ଟ୍ରାଇକ ରେଟ୍ (Strike Rate)  ମୁମ୍ବାଇ ଇଣ୍ଡିଆନ୍ସର(Mumbai Indians) ଚିନ୍ତାକୁ ବଢାଇଦେଇଛି। ସେ ୧୧୭ ବଲ ରେ ୫୧ ରନ୍ କରି ଥିଲେ ଯେଉଁଥିରେ ୫ ଟି ଚୌକା ସାମିଲ ଥିଲା। ଏହାପୂର୍ବରୁ ଡେଭିଡ ୱାର୍ଣ୍ଣର ନିଜରର ୧୦୦ ତମ ଟେଷ୍ଟ ମ୍ୟାଚକୁ ମନେ ରଖିବା ପାଇଁ ଦ୍ୱି-ଶତକ ମାରି ଫର୍ମକୁ ଫେରିଛନ୍ତି। ଯାହାଫଳରେ ଅଷ୍ଟ୍ରେଲିଆ ଦ.ଆଫ୍ରିକା ବିପକ୍ଷରେ ଏକ ବଡ ସ୍କୋର ଛିଡ଼ା କରିଛି। ଦ୍ୱିତୀୟ ଦିନରେ ୩୮୬ ଓ ତୃତୀୟ ଦିନରେ ୫୭୫ ରନ କରି ଇଂନିସ ଘୋଷଣା କରିଛି ଅଷ୍ଟ୍ରେଲିଆ।