Advertisement
photoDetails0hindi

IND vs NZ 2nd T20: ଟ୍ରିପଲ୍ ସେଞ୍ଚୁରି ମାରିଥିବା ଓପନରଙ୍କୁ ମିଳିବ ଦ୍ୱିତୀୟ ଦିନିକିଆରେ ଏଣ୍ଟ୍ରି! ଜାଣନ୍ତୁ କ'ଣ ରହିବ ଟିମ୍ ଇଣ୍ଡିଆର ପ୍ଲାନ୍

IND vs NZ 2nd T20: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳକୁ (India national cricket team) ଖରାପ ଓପନିଂର ପରିଣାମ ସହିବାକୁ ପଡିଥିଲା । ଯଦିଓ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ଶୁବମନ ଗିଲ (Shubman Gill) ବିଫଳ ହୋଇଥିଲେ, ତଥାପି ଇଶାନ କିଶନ (Ishan Kishan) ମଧ୍ୟ କିଛି ଖାସ କରିପାରି ନ ଥିଲେ । ପ୍ରଥମ ମ୍ୟାଚରେ ହାରିଯିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଟି-୨୦ ରେ ଓପନିଂ ପାଇଁ ଜଣେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇପାରନ୍ତି । ତାଙ୍କୁ ଏହି ସୁଯୋଗ ଶୁବମନ ଗିଲଙ୍କ ସ୍ଥାନରେ ମିଳିପାରେ।

1/5

India Vs New Zealand 2nd T20I: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଦିନ ଖେଳାଯିବ । ପ୍ରଥମ ମ୍ୟାଚ୍ ଜିତି ଭ୍ରମଣକାରୀ ଦଳ ୧-୦ ରେ ଆଗୁଆ ଅଛି, ତେଣୁ ସିରିଜରେ ତିଷ୍ଠି ରହିବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଆବଶ୍ୟକ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଓ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଏଥିପାଇଁ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରନ୍ତି ।

2/5

ଦିନିକିଆରେ ରୋକ୍ ଧମାଲ ମଚେଇଥିବା ଶୁବମନ ଗିଲ ଏପର୍ଯ୍ୟନ୍ତ ଟି-୨୦ ରେ କିଛି ଖାସ୍ କରି ପାରି ନାହାଁନ୍ତି । ଦ୍ୱିତୀୟ ଟି-୨୦ ରେ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ'ଙ୍କୁ ପ୍ଲେଇଂ ଇଲେଭେନେରେ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ଚୟନକର୍ତ୍ତାମାନେ ତାଙ୍କୁ ଦଳରେ ସାମିଲ କରିଛନ୍ତି।

3/5

ପୃଥ୍ୱୀ ଶ' ଏକ ଶତକ ସହିତ ଟିମ୍ ଇଣ୍ଡିଆରେ ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ଏହା ପରେ ଆଘାତ ଓ ଖରାପ ଫର୍ମ କାରଣରୁ ତାଙ୍କୁ ଦଳରୁ ବାହାରେ ବସିବାକୁ ପଡିଥିଲା । ବର୍ତ୍ତମାନ ସେ ଟି-୨୦ ଦଳକୁ ଫେରିଛନ୍ତି ଓ ଦ୍ୱିତୀୟ ମ୍ୟାଚ୍‌ରେ ସେ ପ୍ଲେଇଂ ଇଲେଭେନରେ ଖେଳିବେ ବୋଲି ଆଶା କରାଯାଉଛି ।

4/5

ଟିମ୍ ଇଣ୍ଡିଆରୁ ଓହରିଯିବା ପରେ ପୃଥ୍ୱୀ ଶ' ଘରୋଇ କ୍ରିକେଟରେ ଲଗାତର ବଡ଼ ବଡ଼ ରନ୍ ସ୍କୋର କରିଛନ୍ତି । ଏହି ବ୍ୟାଟ୍ସମ୍ୟାନ୍ ତିନୋଟି ଫର୍ମାଟରେ ବଡ ଇନିଂସ ଖେଳିଛନ୍ତି।  ଟି-୨୦ ଫର୍ମାଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଏକ ଶତକ, ଦିନିକିଆ ଫର୍ମାଟରେ ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ଓ ଟେଷ୍ଟ ଫର୍ମାଟରେ ରଣଜୀ ଟ୍ରଫିରେ ତ୍ରି-ଶତକ ହାସଲ କରିଛନ୍ତି ।

5/5

ନିକଟରେ, ଯେତେବେଳେ ଆସାମ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ପୃଥ୍ୱୀ ଶ' ୩୭୯ ରନ୍ ଇନିଂସ ଖେଳିଥିଲେ, ଚୟନକର୍ତ୍ତାମାନେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦେବାକୁ ବାଧ୍ୟ ହୋଇଥିଲେ । ରଣଜୀ ଇତିହାସରେ ପୃଥ୍ୱୀ ଶ'ଙ୍କ ଏହି ଇନିଂସ ଦ୍ୱିତୀୟ ବୃହତ୍ତମ ଇନିଂସ ଥିଲା । ଏହି ବ୍ୟକ୍ତିଗତ ସଫଳତା ପାଇଁ ବିସିସିଆଇ ସଚିବ ଜୟ ଶାହା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।