Sports News: ପାରାଦୀପ କ୍ରିକେଟ ଲିଗ୍ ଉଦଘାଟିତ୍
Advertisement
Article Detail0/zeeodisha/odisha2182485

Sports News: ପାରାଦୀପ କ୍ରିକେଟ ଲିଗ୍ ଉଦଘାଟିତ୍

Sports News: ଦୀର୍ଘ ୧୪ ଦିନ ଧରି ଚାଲିବାକୁ ଥିବା (ପିସିଏଲ୍) ପାରାଦୀପ କ୍ରିକେଟ ଲିଗ୍ ଉଦଘାଟିତ ହୋଇଛି। ପାରାଦୀପ ମଧୁବନ ସ୍ଥିତ ଏନ୍ଏସି ପଡିଆରେ ଦୀର୍ଘ ୧୪ ଦିନ ଧରି ଚାଲିବାକୁ ଥିବା ପାରାଦୀପ କ୍ରିକେଟ୍ ଲିଗ୍ (ପି.ସି.ଏଲ୍) ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ ହୋଇଛି । ଧୁମଧାମରେ ପିସିଏଲ୍ ର ୭ ଟି ଫ୍ରାଞ୍ଚାଇସ୍ ଟିମ୍ ର ଖେଳାଳି ଓ ମାଲିକମାନେ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ପାରାଦୀପ ପରିକ୍ରମା କରି ମଧୁବନ ସ୍ଥିତ ଏନ୍.ଏ.ଏସି ପଡ଼ିଆରେ ପହଞ୍ଚିଥିଲେ। 

ମୂଖ୍ୟ ଅତିଥିଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଯୋଗ ଦେଇଥିବା ବେଳେ ବରୁଣ ମିଶ୍ର, ଅକ୍ଷୟ ଚନ୍ଦ୍ର ସୁତାର , କ୍ୟାପଟେନ୍ ଅଲେଖ ସାହୁ, ଡ଼ଃ ଦୁର୍ଗା ପ୍ରସାଦ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରିବା ସହ ପି.ସି.ଏଲ୍ ର ପତକା ଉତ୍ତୋଳନ କରି ଏହି ଖେଳ କୁ ଉଦଘାଟନ କରିଥିଲେ। 

୧୪ ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟ୍ ଚାଲିବାକୁ ଥିଲା ବେଳେ, ଆଜି ଉଦଘାଟନ ମ୍ୟାଚ୍ ରେ ଜି.ପି.ସି ଆଇ ହିରୋସ୍ ଓ ଜି.ଡି.ସି ବ୍ଳାଷ୍ଟର ମୁହାଁ ମୁହିଁ ହୋଇଥିଲେ। ପ୍ରଥମ ଟସ୍ ଜିତି ଜି.ପି.ସି ଆଇ ହିରୋସ୍ ବୋଲିଂ ର ନିଷ୍ପତ୍ତି ନେଇଥିଲା। ନିର୍ଧାରିତ ୨୦ ଓଭରରେ ତାର ମୂଲ୍ୟବାନ ୮ ଟି ଉଇକେଟ୍ ହରେଇ ଜି.ଡି.ସି ବ୍ଳାଷ୍ଟର ୧୬୯ ରନ୍ କରିଥିଲେ । ଜି.ପି.ସି ଆଇ ହିରୋସ୍ ଧୁଆଁ ଧାର ବ୍ୟାଟିଂ କରି ମିଲନ୍ ସ୍ଵାଇଁ ଓ କେଶବ ନେଗୀ ଙ୍କ ଯୋଡ଼ି ୯୯ ରନ୍ ସଂଗ୍ରହ କରି ମାତ୍ର ୨ ଟି ଉଇକେଟ୍ ହରେଇ ମ୍ୟାଚ୍ କୁ ଜିତିନେଇ ଥିଲେ। 

ମ୍ୟାଚଟି ରୋମାଞ୍ଚକର ଥିବାରୁ ଦର୍ଶକ ମାନେ ଭରପୁର ମଜା ଉଠାଇଥିଲେ କେଶବ ନେଗୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ପାରାଦୀପ କ୍ରିକେଟ୍ ଲିଗ୍ ଟୁର୍ଣ୍ଣାମେଟ୍ (ପିସିଏଲ୍ ) ଏହା ଦିତୀୟ ସଂସ୍କରଣ ହୋଇଥିବା ବେଳେ ଆଇପିଏଲ ଭଳି ପ୍ରତ୍ୟେକ ଖେଳାଳୀ ମାନଙ୍କୁ ନିଲାମ ପ୍ରକ୍ରିୟାରେ ଚୟନ କରାଯାଇଛି ବୋଲି ପିସିଏଲ୍ ତରଫରୁ ଜଣାପଡିଛି।