MS Dhoni Knee Injury: ଧୋନିଙ୍କ ଆଣ୍ଠୁରେ ଆଘାତ, ଜାଣନ୍ତୁ ଆଗାମୀ ମ୍ୟାଚର ରଣନୀତି ନେଇ କଣ କହୁଛନ୍ତି କୋଚ୍
Advertisement

MS Dhoni Knee Injury: ଧୋନିଙ୍କ ଆଣ୍ଠୁରେ ଆଘାତ, ଜାଣନ୍ତୁ ଆଗାମୀ ମ୍ୟାଚର ରଣନୀତି ନେଇ କଣ କହୁଛନ୍ତି କୋଚ୍

MS Dhoni Knee Injury News In Odia: ବିଜୟ ଲକ୍ଷର ରନ୍ କୁ ପଛରେ ପକାଇ ଗୁଜୁରାଟ ଟାଇଟାନ୍ସ କେବଳ ୧୯.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଦଳ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ (Subhman Gill) ୩୬ ବଲରେ ୧୭୫ ରନ କରି ୬୩ ରନ ସ୍କୋର କରିଥିଲେ। ଗିଲ ତାଙ୍କ ଇନିଂସରେ ୬ଟି ଚୌକା ଓ ୩ ଟି ଛକା ମାରିଥିଲେ।

MS Dhoni Knee Injury: ଧୋନିଙ୍କ ଆଣ୍ଠୁରେ ଆଘାତ, ଜାଣନ୍ତୁ ଆଗାମୀ ମ୍ୟାଚର ରଣନୀତି ନେଇ କଣ କହୁଛନ୍ତି କୋଚ୍

MS Dhoni Knee Injury News In Odia: ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ଗୁଜୁରାଟ ୫ ୱିକେଟ୍ ରେ ମ୍ୟାଚକୁ ଜିତି ନେଇଥିଲା ​। ଏହି ମ୍ୟାଚର ଶେଷ ଓଭରରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ୱିକେଟ୍ କିପିଂ(Dhoni Wicket Keeping) ସମୟରେ ବଲ୍ ଧରିଥିବା ବେଳେ ଆଣ୍ଠୁରେ ଆଘାତ ପାଇଥିଲେ । ମ୍ୟାଚ୍ ଆରମ୍ଭ ପୂର୍ବରୁ ମଧ୍ୟ ଆଣ୍ଠୁରେ ଆଘାତ ସହ ଏମ୍ ଧୋନି ସଂଘର୍ଷ କରୁଥିଲେ। ଅଭ୍ୟାସ ସମୟରେ ତାଙ୍କୁ ପ୍ରିକସନ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା ।

କଣ ଆଗକୁ ମ୍ୟାଚ୍ ରୁ ବାଦ୍ ପଡ଼ିବେ କି ଧୋନି?
ଏପରି ପରିସ୍ଥିତିରେ ଧୋନି ପରବର୍ତ୍ତୀ ମ୍ୟାଚରୁ ବାଦ୍ ପଡ଼ିବେ କି ନାହିଁ, ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଏହାର ଉତ୍ତର ଦେଇଛନ୍ତି। ସେ କହିଥିଲେ ଯେ ଏହା କ୍ରାମ୍ପ୍ ଥିଲା। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, “୧୯ ତମ ଓଭରରେ ଏମଏସ ଧୋନିଙ୍କ (Mahendra Singh Dhoni) ପାଇଁ ଏହା କେବଳ କଷ୍ଟ ଥିଲା, ଆଣ୍ଠୁରେ କୌଣସି ଅସୁବିଧା ନାହିଁ। ସେ ଏହି ବୟସରେ ତାଙ୍କର ସୀମା ଜାଣନ୍ତି କିନ୍ତୁ ତଥାପି ସେ ଜଣେ ମହାନ ଅଧିନାୟକ। ବ୍ୟାଟ୍ ସହିତ ତାଙ୍କ ଭୂମିକା ଗ୍ରହଣ କରିବେ। ପଡ଼ିଆରେ ଜଣେ କିମ୍ବଦନ୍ତୀ ଏବଂ ବହୁ ମୂଲ୍ୟବାନ ଖେଳାଳି ହେଉଛନ୍ତି ଧୋନି। "

fallback

ଚେନ୍ନାଇ ହାରିଲା ପ୍ରଥମ ମ୍ୟାଚ୍
ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସ (Gujarat Titans) ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟ୍ ରେ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚ୍‌ରେ ସିଏସକେ ଓପନର୍ ଋତୁରାଜ ଗାଇକୱାଡ ୪ ଟି ଚୌକା ଓ ୯ ଟି  ସହାୟତାରେ ୯୨ ରନର ଚମତ୍କାର ଇନିଂସ ଖେଳିଥିଲେ। ଯଦିଓ ତାଙ୍କ ଇନିଂସ ଦଳକୁ ଜିତାଇ ପାରିନାହିଁ। ତେବେ ଏଠାରେ କହିରଖୁଛୁ ଯେ, ପ୍ରଥମେ ବ୍ୟାଟିଂ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲେ। 

ବିଜୟ ଲକ୍ଷର ରନ୍ କୁ ପଛରେ ପକାଇ ଗୁଜୁରାଟ ଟାଇଟାନ୍ସ କେବଳ ୧୯.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଦଳ ପାଇଁ ଓପନିଂ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ (Subhman Gill) ୩୬ ବଲରେ ୧୭୫ ରନ କରି ୬୩ ରନ ସ୍କୋର କରିଥିଲେ। ଗିଲ ତାଙ୍କ ଇନିଂସରେ ୬ଟି ଚୌକା ଓ ୩ ଟି ଛକା ମାରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୬ ତମ ସିଜନ୍ ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇସାରିଛି । ଏହି ସିଜନର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି (Chennai Super Kings vs Gujurat Titans Match) । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପାଞ୍ଚ ୱିକେଟରେ ଜିତିଛି ।

ମ୍ୟାଚରେ CSKର ପରାଜୟର ମୁଖ୍ୟ କାରଣ ହେଉଛି ଟସ୍ ହାରିଇବା । ଗୁଜୁରାଟ ଟାଇଟାନ୍ସର ଇନିଂସ ସମୟରେ ପଡ଼ିଆରେ ବହୁତ କାକର ଥିଲା । ​​ଯେଉଁଥିପାଇଁ ବ୍ୟାଟିଂ ସହଜ ହୋଇଥିଲା । ସିଏସକେ ଅଧିନାୟକ ଏମଏସ ଧୋନି ମଧ୍ୟ 'କାକର ଫ୍ୟାକ୍ଟର' କଥା ସ୍ୱୀକାର କରିଛନ୍ତି । ଏଥର ଆଇପିଏଲରେ 'ଇମ୍ପାକ୍ଟ ଫ୍ଲେୟାର ରୁଲ'ର ବ୍ୟବହାର କରାଯାଉଛି ।

Also Read: IPL 2023: ଚେନ୍ନାଇର ପରାଜୟର ଅପରାଧୀ ୧୪ କୋଟିର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ!

Also Read: 'PCB ପାଖରେ ବହୁତ ଟଙ୍କା ଅଛି, ବିଶ୍ୱକପ ଖେଳିବ ନାହିଁ ପାକିସ୍ତାନ'