Lionel Messi: ସ୍ୱପ୍ନ ହେଲା ସତ, ପତ୍ନୀ ନୁହଁନ୍ତି ମୋ ମା'ଙ୍କର ରହିଛି ଖୁବ ଅଧିକ ଅବଦାନ
Advertisement

Lionel Messi: ସ୍ୱପ୍ନ ହେଲା ସତ, ପତ୍ନୀ ନୁହଁନ୍ତି ମୋ ମା'ଙ୍କର ରହିଛି ଖୁବ ଅଧିକ ଅବଦାନ

Lionel Messi Family: ଫାଇନାଲ ମୁକାବିଲା  ଦେଖିବା ପାଇଁ ମେସିଙ୍କୁ ପୁରା ପରିବାର କତାରରେ ଥିଲେ। ଫାଇନାଲ ବିଜେତା ହେବା ପରେ ମେସିଙ୍କ ମା, ପତ୍ନୀ ଓ ପିଲାମାନେ ତାଙ୍କୁ ଭେଟି ବହୁତ ଖୁସି ହୋଇଥିଲେ । ଅର୍ଜେଣ୍ଟିନା ଟିମର କ୍ୟାପ୍ଟେନଙ୍କ ମା ନିଜ ପୁଅ ତାଙ୍କ ଟିମକୁ ସପୋର୍ଟ କରିବାକୁ ଫିଲ୍ଡରେ ପହଞ୍ଚିଥିଲେ।

Lionel Messi: ସ୍ୱପ୍ନ ହେଲା ସତ, ପତ୍ନୀ ନୁହଁନ୍ତି ମୋ ମା'ଙ୍କର ରହିଛି ଖୁବ ଅଧିକ ଅବଦାନ

Lionel Messi: ରବିବାର ଥିଲା ପୁରା ବିଶ୍ୱ ପାଇଁ ଏକ ରୋମାଞ୍ଚକର ଦିନ । କାରଣ ଫିଫା ୱାର୍ଲଡ କପ୍ ୨୦୨୨ ଟ୍ରଫି ଅର୍ଜେଣ୍ଟିନା ଟିମ ହାତେଇ ନେଇଛି। ରୋମାଞ୍ଚକର ଏହି ମୁକାବିଲାରେ ଲିଓନେଲ ମେସି ଙ୍କ ଟିମ୍ ବିପକ୍ଷ ଦଳ ଫ୍ରାନ୍ସକୁ ପେନାଲ୍ଟି ସୁଟଆଉଟରେ ହରାଇ ଏହି ଟାଇଟଲ ହାସଲ କରିଛି। ବିଶ୍ୱ ବିଜେତା ପରେ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ପୁରା ବିଶ୍ୱ । ଜିତିବା ପରେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଅତି ରୋମାଞ୍ଚକର ଦୃଶ୍ଯ। ଟିମ ସଦସ୍ୟଙ୍କ ଫ୍ୟାମିଲି ଓ ଫ୍ୟାନ୍ସ ମାନେ ଖୁସିରେ ଝୁମି ଉଠିଥିଲେ। ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଜିତିବା ପରେ ଫିଲ୍ଡ ଭିତରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୌଡି ଦୌଡି ଯାଇ ମେସିଙ୍କୁ ତାଙ୍କ ମା ଆଲିଙ୍ଗନ କରିଥିଲେ । ଏହାପରେ ମେସି ଏବଂ ତାଙ୍କ ମା ଉଭୟ ଉଭୟଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବା ପରେ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖିବା ସହ ଭାବବିହ୍ୱଳ ହୋଇଉଠିଛନ୍ତି। ଫାଇନାଲ ମୁକାବିଲା  ଦେଖିବା ପାଇଁ ମେସିଙ୍କୁ ପୁରା ପରିବାର କତାରରେ ଥିଲେ। ଫାଇନାଲ ବିଜେତା ହେବା ପରେ ମେସିଙ୍କ ମା, ପତ୍ନୀ ଓ ପିଲାମାନେ ତାଙ୍କୁ ଭେଟି ବହୁତ ଖୁସି ହୋଇଥିଲେ । ଅର୍ଜେଣ୍ଟିନା ଟିମର କ୍ୟାପ୍ଟେନଙ୍କ ମା ନିଜ ପୁଅ ତାଙ୍କ ଟିମକୁ ସପୋର୍ଟ କରିବାକୁ ଫିଲ୍ଡରେ ପହଞ୍ଚିଥିଲେ।

Also Read: FIFA World Cup 2022: ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

ଏହି ଫଟୋରେ ଦେଖାଯାଇଛି ଯେ, ମେସିଙ୍କ ମା ମଧ୍ୟ ଆର୍ଜେଣ୍ଟିନା ଟିମର ଜର୍ସି ପିନ୍ଧିଥିଲେ। ଟିମ୍ ଜିତିବା ପରେ ମେସିଙ୍କ ମା ଦୌଡିଯାଇ ତାଙ୍କୁ ଫିଲ୍ଡରେ ଆଲିଙ୍ଗନ କରିଥିଲେ । ମା ଙ୍କୁ ଦେଖି ଷ୍ଟାର ଫୁଟବଲର ମେସି ନିଜ ଲୁହକୁ ଅଟକାଇ ପାରିନଥିଲେ ଓ ଭୋ ଭୋ  ହୋଇ ମାଙ୍କୁ ଜାବୁଡି ଧରି କାନ୍ଦି ପକାଇଥିଲେ । ମେସି ନିଜର ମାଙ୍କ ସହ ବହୁତ ନିକଟତର । ଏବଂ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋ ଲାଳନ ପାଳନ ଓ ଫୁଟବଲ ଶିକ୍ଷାରେ ମୋ ମାଙ୍କ ଅବଦାନ ବହୁତ। 

Also Read: Lionel Messi Biography: କାରଖାନା କର୍ମଚାରୀଙ୍କ ପୁଅ, କିପରି ହେଲେ ବିଶ୍ୱ ଚାମ୍ପିଅନ୍; ପଢ଼ନ୍ତୁ ଲିଓନେଲ ମେସିଙ୍କ କାହାଣୀ

ଟ୍ରଫି ଜିତିବା ପରେ ମେସି ପତ୍ନୀ ଓ ପିଲାଙ୍କୁ ଭେଟିଥିଲେ । ମେସିଙ୍କ ପତ୍ନୀ ଏଣ୍ଟୋଲେନା ରୌକୁଜୌ ମେସିଙ୍କ ଛୁଆବେଳର ସାଥୀ। ଦୀର୍ଘ ସମୟ ଧରି ଦୁହେଁ ଦୁହେଁଙ୍କୁ ଡେଟ୍ କରିବା ପରେ ୨୦୧୭ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କର ତିନୋଟି ସନ୍ତାନ ଅଛନ୍ତି। ଥିୟୋଗୋ, ମାତାଔ ଓ ସେରୌ।  ଫାଇନାଲ ମ୍ୟାଚରେ ବାପାଙ୍କୁ ସପୋର୍ଟ କରିବାକୁ ଷ୍ଟାଡିୟମରେ ପହଞ୍ଚିଯାଇଥିଲେ ପିଲା । ଜିତିବା ପରେ ପୁରା ପରିବାର ସଦସ୍ୟ ସେଲିବ୍ରେସନ କରିଥିଲେ।  ମେସି ୱାର୍ଲଡକପ୍ ଜିତିବା ସହ ଗୋଲ୍ଡେନ୍ ବଲ୍ ମଧ୍ୟ ଜିତିଛନ୍ତି।