Ind vs pak: ପରାଜୟ ପରେ ପାକିସ୍ତାନ ଦଳକୁ ଏଭଳି ଢଙ୍ଗରେ ଟ୍ରୋଲ କଲେ ସେହୱାଗ
Advertisement

Ind vs pak: ପରାଜୟ ପରେ ପାକିସ୍ତାନ ଦଳକୁ ଏଭଳି ଢଙ୍ଗରେ ଟ୍ରୋଲ କଲେ ସେହୱାଗ

Ind vs pak: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ହିଟ୍ ମ୍ୟାନ୍ ଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଟିମ୍ ଇଣ୍ତିଆ ସହଜ ବିଜୟ ହାସଲ କରିଥିଲା ।

ସୌ(ସୋସିଆଲ ମିଡିଆ)

Ind vs pak world cup 2023: ବିଶ୍ବକପରେ ଶନିବାର ଦିନ ଖେଳାଯାଇଥିବା ହାଇଭେଲଟେଜ ମ୍ୟାଚରେ (Ind vs pak world cup 2023) ପାକିସ୍ତାନକୁ ୭ ୱିକେଟରେ ହରାଇଛି ଭାରତ। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ହିଟ୍ ମ୍ୟାନ୍ ଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ଟିମ୍ ଇଣ୍ତିଆ ସହଜ ବିଜୟ ହାସଲ କରିଥିଲା ।

ଭାରତଠାରୁ ହାରିବା ପରେ ପାକିସ୍ତାନୀ ଦଳକୁ ବେଶ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ତେବେ ପାକିସ୍ତାନୀ ଦଳକୁ ଟ୍ରୋଲ କରିବାରେ ପଛରେ ପଡ଼ିନାହାନ୍ତି ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦ୍ର ସେହୱାଗ (Virender Sehwag) ।  ପୂର୍ବତନ ଖେଳାଳି ଅନେକ ସମୟରେ ପାକିସ୍ତାନୀ ଖେଳାଳିଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଥାଏ । ଶନିବାର ଅନୁଷ୍ଠିତ IND ବନାମ PAK ମ୍ୟାଚ୍ ରେ ପାକିସ୍ଥାନର ପରାଜୟ ପରେ ସେହୱାଗ ଦଳକୁ ଭିନ୍ନ ଭିନ୍ନ ଢଙ୍ଗରେ ଟ୍ରୋଲ କରିଥିଲେ। ଟିମ୍ ଇଣ୍ଡିଆର ଚମତ୍କାର ବିଜୟ ଉପରେ ସେହୱାଗ ଗୋଟିଏ ପରେ ଗୋଟିଏ ପୋଷ୍ଟ କରିବା ଆରମ୍ଭ କରିଥିଲେ । ସେ ନିଜ ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ଲେଖିଛନ୍ତି- ‘ଆମ ଆତିଥ୍ୟର କଥା ହିଁ କିଛି ଅଲଗା । ସମସ୍ତ ପାକିସ୍ତାନୀ ଖେଳାଳିଙ୍କୁ ବ୍ୟାଟିଂ ଲାଗି ସୁଯୋଗ ଦିଆଯାଇଥିଲା । ସମସ୍ତଙ୍କ ଯତ୍ନ ନିଆଯାଇଛି’ ।

ଏହାପରେ ସେହୱାଗ ଆଉ ଏକ ପୋଷ୍ଟ କରିଥିଲେ । ଏଥିରେ ସେହୱାଗ ଲେଖିଥିଲେ- ‘୧୫୫/୨ ପରେ, ପାକିସ୍ତାନର ମନେ ପଡ଼ିଥିଲା ଯେ ସେମାନଙ୍କର ସ୍ନାକ୍ସ ସମୟ ହୋଇଛି । ଫେଫଡା଼ ଜିଲାବି ପାଇଁ ୧୯୧ରେ ସମସ୍ତେ ଆଉଟ ହୋଇଗଲେ । ଆମେ ଦେଶ ସବୁଠୁ ବଡ଼ ଗଣତନ୍ତ୍ର ହୋଇଥିବାରୁ ପ୍ରତ୍ୟେକ ୨-୨-୨-୨-୨ ୱିକେଟ୍ ନେଇଥିଲେ’ ।

ଏହାପରେ ସେହୱାଗ ଆଉ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ପାକିସ୍ତାନୀ ଦଳକୁ ସ୍କୁଲ ପିଲା ବୋଲି କହିଥିଲେ। ସେହୱାଗ ପୋଷ୍ଟ କରି ଲେଖିଥିଲେ- ‘ଲାଗୁଛି ଯେପରି ବଡ଼ ପିଲାଙ୍କ ବିପକ୍ଷରେ ସ୍କୁଲ ପିଲାମାନେ ଖେଳୁଛନ୍ତି । ପାକିସ୍ତାନର ସମୂଳ ନାଶ...’ ଏହି ପରି ଭାବରେ ପୋଷ୍ଟ ପରେ ପୋଷ୍ଟ କରି ପାକିସ୍ତାନ ଦଳକୁ ଜବରଦସ୍ତ ଟ୍ରୋଲ କରିଛନ୍ତି ।

ପ୍ରକାଶ ଥାଉ କି, ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବାବର (୫୦) ଓ ରିଜଓ୍ବାନ (୪୯) ରନ୍ କରି ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲା ପାକିସ୍ତାନ । ଫଳରେ ଦଳ ୧୯୧ ରନରେ ଅଲଆଉଟ ହୋଇଯାଇଥିଲା ।

ପରେ ୧୯୨ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ତିଆ (Team India)  । ଡେଙ୍ଗୁରୁ ସୁସ୍ଥ ହେବା ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଶୁବମନ ଗିଲ୍ (Shubman Gill) ମାତ୍ର ୧୬ ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି (Virat Kohli) ପାର୍ଟନରସିପରେ ୫୬ ରନ୍ ଯୋଡ଼ି ଥିଲେ । ମାତ୍ର ୧୬ ରନ୍ କରି କୋହଲି ଆଉଟ ହେବା ପରେ ରୋହିତ ଶର୍ମା (Rohit Sharma) ନିଜର ବିସ୍ଫୋରକ ବ୍ୟାଟିଂ ଫଳରେ ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଥିଲେ । ପରେ ୬୩ ବଲରେ ୨ଟି ଚୌକା ଓ ୬ଟି ଛକା ସହ ୮୬ ରନ୍ କରି ପାଭିଲିୟନ ଫେରିଯାଇଥିଲେ ହିଟ୍ ମ୍ୟାନ । ଏହାପରେ ଶ୍ରେୟସ (୫୩,) ଓ କେ. ଏଲ ରାହୁଲ (୧୯) ରନ୍ କରି ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ ।

Also Read-World Cup 2023 Points Table: ପାକିସ୍ତାନକୁ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ଦେଖନ୍ତୁ ଅନ୍ୟ ଦଳ ମାନଙ୍କର କ'ଣ ରହିଛି ସ୍ଥିିତି