BCCI Central Contracts: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ହେବ ପ୍ରମୋସନ, ଶୁବମନଙ୍କ ଉପରେ ନଜର
Advertisement

BCCI Central Contracts: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ହେବ ପ୍ରମୋସନ, ଶୁବମନଙ୍କ ଉପରେ ନଜର

BCCI Central Contracts List: ଆଜି ବିସିସିଆଇ ପକ୍ଷରୁ ତିନୋଟି ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଟିମ ଇଣ୍ଡିଆର ଯୁବଟିମ ସହ ଏହି କପ୍ ଜିତିବା ନେଇ ପ୍ରସ୍ତୁତି ଜାରି ରଖିବା ଦରକାର। ତେବେ ଏଥିରେ ସେହିସବୁ ଖେଳାଳି ଙ୍କ ଉପରେ ନଜର ରହିବ ଯେଉଁମାନେ ୱାର୍ଲଡ କପ୍ ଟିମରେ ଖେଳିବା ନେଇ ଯୋଗ୍ୟ ଥିଲେ ହେଲେ ସେମାନଙ୍କୁ ସୁଯୋଗ ମିଳିପାରିନଥିଲା ।

BCCI Central Contracts: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ହେବ ପ୍ରମୋସନ, ଶୁବମନଙ୍କ ଉପରେ ନଜର

BCCI Central Contracts: ୨୦୨୨-୨୩ ପାଇଁ ବିସିସିଆଇ ଆଜି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ର ଘୋଷଣା କରିପାରେ। ଏହି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରମୋସନ ମିଳିବା ନେଇ ଚର୍ଚ୍ଚା ଲାଗିରହିଛି। ଗତବର୍ଷ ଏହି ଦୁଇଜଣ 
ଗ୍ରେଡ ସିରେ ଥିଲେ। ଆଶା କରାଯାଉଛି ଯେ, ଚଳିତ ଥର ଏମାନଙ୍କୁ ଗ୍ରେଡ ଏରେ ସାମିଲ କରିଦିଆଯାଇପାରେ। ବିସିସିଆଇର ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମ୍ଭାବନା ଅଛି ଯେ, ଭାରତୀୟ ଅଲରାଉଣ୍ଡରଙ୍କୁ ଟି-20 ଟିମର କ୍ୟାପଟେନ ବନାଇଦିଆ ଯାଇପାରେ । ସେହିପରି ଅନ୍ୟପଟେ ସୂର୍ଯ୍ୟକୁମାରଙ୍କୁ ଟି-20 ରେ ଖୁବ ଭଲ ପ୍ରଦର୍ଶନ ନେଇ ମଧ୍ୟ ପ୍ରମୋସନ ମିଳିପାରେ । କାରଣ ସବୁଠାରୁ ଅଧିକ ଟି-20 ରନ ବନାଇଥିବା ଖେଳାଳି ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ଖାସ୍ ସେଥିପାଇଁ ବିସିସିଆଇର ତାଙ୍କ ଉପରେ କୃପାଦୃଷ୍ଟି ପଡ଼ିପାରେ। 

BCCI ର  ବୈଠକ ରେ ଡବଲ ପ୍ରମୋସନ ମିଳିବା ନେଇ ଆଶା କରାଯାଉଛି କାରଣ ତାଙ୍କୁ ଭାରତ ଟିମର କ୍ୟାପଟେନ ବି ବନାଯାଇପାରେ।  ଏଠାରେ କହିରଖୁଛୁ ଯେ, ଭାରତର ଆସନ୍ତା ବର୍ଷ ୱାନଡେ ୱାର୍ଲଡକପ୍ (One day World Cup)ଆୟୋଜନ କରାଯିବ। ଏମିତିରେ  ରୋହିତ ଶର୍ମା କେବଳ ୱାନଡେ ଓ ଟେଷ୍ଟ ଟିମ ଉପରେ ଫୋକସ କରିପାରନ୍ତି । ବର୍ଷ ୨୦୨୪ ରେ ଟି-20 ୱାର୍ଲଡ କପ୍(T-20 World Cup) ବି ଭାରତରେ ହିଁ ହେବାକୁ ଯାଉଛି। ଏବଂ ଏଥିରେ ହିଁ ଟିମ ଇଣ୍ଡିଆର ଯୁବଟିମ ସହ ଏହି କପ୍ ଜିତିବା ନେଇ ପ୍ରସ୍ତୁତି ଜାରି ରଖିବା ଦରକାର। ତେବେ ଏଥିରେ ସେହିସବୁ ଖେଳାଳି ଙ୍କ ଉପରେ ନଜର ରହିବ ଯେଉଁମାନେ ୱାର୍ଲଡ କପ୍ ଟିମରେ ଖେଳିବା ନେଇ ଯୋଗ୍ୟ ଥିଲେ ହେଲେ ସେମାନଙ୍କୁ ସୁଯୋଗ ମିଳିପାରିନଥିଲା ।

Also Read: PCB Chariman: ପାକିସ୍ତାନ ବୋର୍ଡ ଉପରେ ଶନିଙ୍କର କୋପ ଦୃଷ୍ଟି: ପ୍ରଧାନମନ୍ତ୍ରୀଙ୍କ ସହ ପଙ୍ଗା ନେଇ ସାରିଛନ୍ତି ନୂଆ ମୁଖିଆ, ଜାଣନ୍ତୁ କଣ ରହିଛି କାରଣ

ଅନ୍ୟପଟେ ୱାନଡେ ରେ ଶାନଦରା ପ୍ରଦର୍ଶନ କରିଥିବା ଶୁବମନ ଗିଲ୍ (Subhman Gill) ଙ୍କୁ ମଧ୍ୟ କଣ୍ଟ୍ରାକ୍ଟ ଗ୍ରେଡରେ ଏ ମିଳିପାରେ। ତେବେ ଇଶାନ୍ତ ଶର୍ମା, ରବି ଅଶ୍ୱିନ, ଓ ଶାର୍ଦ୍ଦୁଳ ଠାକୁର ଙ୍କୁ କ୍ଷତି ପହଞ୍ଚାଇପାରେ । ଜାଡେଜାଙ୍ଗ ଜଙ୍ଗ୍ ଲଗାତାର ଟିମ୍ ସ୍ପିନ ଅଲରାଉଣ୍ଡରଙ୍କ ଭୂମିକା ନିଭାଉଥିବା ଅକସର ପଟେଲ ମଧ୍ୟ ଏହି କଣ୍ଟ୍ରାକ୍ଟରେ ସାମିଲ ହେବା ନେଇ ଆଶା କରାଯାଉଛି।

Also Read: Kapil Dev On Team India: 'କଦଳୀ ଦୋକାନ ଖୋଲ...ଅଣ୍ଡା ବିକ୍ରି କର...', ଭାରତୀୟ ଖେଳାଳିଙ୍କୁ କାହିଁକି ଏପରି ଉପଦେଶ ଦେଲେ କପିଲ ଦେବ; ଭିଡିଓ ଦେଖନ୍ତୁ

2021-22ରେ କଣ୍ଟ୍ରାକ୍ଟ ଲିଷ୍ଟରେ ଥିବା ଖେଳାଳି

  • ଗ୍ରେଡ୍ ଏ +: ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମରା
  • ଗ୍ରେଡ୍ ଏ + ରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୭କୋଟି ଟଙ୍କା ପାଆନ୍ତି 
  • ଗ୍ରେଡ୍ ଏ: ରବି ଅଶ୍ୱିନ୍, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି ଏବଂ ଋଷଭ ପନ୍ତ
  • ଗ୍ରେଡ୍ ଏରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୫ କୋଟି ଟଙ୍କା ପାଆନ୍ତି 
  • ଗ୍ରେଡ୍ ବି: ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଅକସର ପଟେଲ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ମହମ୍ମଦ ସିରାଜ ଏବଂ ଇଶାନ୍ତ ଶର୍ମା 
  • ଗ୍ରେଡ୍ ବି ଖେଳାଳିମାନେ ବାର୍ଷିକ ୩ କୋଟି ଟଙ୍କା ପାଆନ୍ତି 
  • ଗ୍ରେଡ୍ ସି: ଶିଖର ଧାୱନ, ଉମେଶ ଯାଦବ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଶୁବମନ ଗିଲ, ୟୁଜବେନ୍ଦ୍ର ଚହଲ, ହନୁମା ବିହାରୀ, ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ସାହା ଏବଂ ମୟଙ୍କ ଅଗ୍ରୱାଲ 
  • ଗ୍ରେଡ୍ ସି ରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ଏକ କୋଟି ଟଙ୍କା ପାଇଥାନ୍ତି