Mohammed Shami: ମହମ୍ମଦ ଶାମିକୁ ବିବାହ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ, କିନ୍ତୁ ରଖିଲେ ଏହି ସର୍ତ୍ତ..
Advertisement
Article Detail0/zeeodisha/odisha1952248

Mohammed Shami: ମହମ୍ମଦ ଶାମିକୁ ବିବାହ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ, କିନ୍ତୁ ରଖିଲେ ଏହି ସର୍ତ୍ତ..

Mohammed Shami: ଚଳିତ ଆଇସିସି ବିଶ୍ୱକପ ମ୍ୟାଚରେ ମହମ୍ମଦ ଶାମି(Mohammed Shami) ଜବରଦସ୍ତ କମ-ବ୍ୟାକ୍ କରିଛନ୍ତି। ସେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ନିଜର ଚମତ୍କାର ବୋଲିଂ ଯୋଗୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାରି ମଧ୍ୟରେ ଜଣେ ବଙ୍ଗୀୟ ଅଭିନେତ୍ରୀ ସାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି।

Mohammed Shami: ମହମ୍ମଦ ଶାମିକୁ ବିବାହ ପ୍ରସ୍ତାବ ଦେଲେ ବଲିଉଡ ଅଭିନେତ୍ରୀ, କିନ୍ତୁ ରଖିଲେ ଏହି ସର୍ତ୍ତ..

Mohammed Shami: ଚଳିତ ଆଇସିସି ବିଶ୍ୱକପ ମ୍ୟାଚରେ ମହମ୍ମଦ ଶାମି(Mohammed Shami) ଜବରଦସ୍ତ କମ-ବ୍ୟାକ୍ କରିଛନ୍ତି। ସେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ନିଜର ଚମତ୍କାର ବୋଲିଂ ଯୋଗୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହାରି ମଧ୍ୟରେ ଜଣେ ବଙ୍ଗୀୟ ଅଭିନେତ୍ରୀ ସାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ଏହି ପ୍ରସ୍ତାବ ଦେଇଛନ୍ତି। ସେ ଲେଖିଛନ୍ତି ‘ସାମି ତୁମେ ନିଜର ଇଂରାଜୀ ସୁଧାରି ନିଅ, ମୁଁ ତୁମକୁ ବାହା ହେବା ପାଇଁ ପ୍ରସ୍ତୁତ ଅଛି।

ଆଇସିସି ବିଶ୍ୱକପ୍‌ ୨୦୨୩ ମ୍ୟାଚରେ(World cup-2023)  ସାମିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା କ୍ରିକେଟ୍ ଜଗତରେ ଏହାର ଜବରଦସ୍ତ ପ୍ରଭାବ ଦେଖିବାକୁ ମିଳିଛି। ସାମିଙ୍କ ବଲ୍ କୁ ସାମ୍ନା କରିବାକୁ ଡରୁଛନ୍ତି ବିଶ୍ୱର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍। ସାମି ବିଗତ ୪ଟି ମ୍ୟାଚରେ ମୋଟ୍ ୧୬ଟି ୱିକେଟ୍ ନେଇଛନ୍ତି। ତେବେ ପାୟଲ ଘୋଷ(Payal Ghosh) ନାମକ ଜଣେ ଅଭିନେତ୍ରୀ ସାମିଙ୍କୁ ଖୁବ୍ ପସନ୍ଦ କରୁଥିବା କହିଛନ୍ତି। ବିବାହ ପ୍ରସ୍ତାବକୁ ନେଇ ତାଙ୍କ ଏହି ଟ୍ୱିଟ୍ ଦେଶରେ ଏବେ ହଇଚଇ ସୃଷ୍ଟି କରିଛି। ଅଭିନେତ୍ରୀ ସୋସିଆଲ ମିଡିଆ ରେ ଲେଖିଛନ୍ତି, “ସାମି, ତୁମେ କେବଳ ତୁମର ଇଂରାଜୀକୁ ସୁଧାର, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି। ” ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ସେପଟେ ଅଭିନେତ୍ରୀ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି ‘ଦିଲ୍ ଡୁବା ତେରେ ପ୍ୟାର ମେ’। ଏହି ପୋଷ୍ଟକୁ ନେଇ ଅନେକ ଫନି କମେଣ୍ଟ ଆସୁଥିବା ଦେଖିବାକୁ ମିଳିଛି।

କିଏ ଏହି ପାୟଲ ଘୋଷ ?

ପାୟଲ ଘୋଷ ଜଣେ ବଙ୍ଗୀୟ ଅଭିନେତ୍ରୀ | ସେ ଅନେକ ବଙ୍ଗୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏଥି ସହ ସେ ଏକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପାୟଲ ବଲିଉଡରେ ମଧ୍ୟ କାମ କରିଛନ୍ତି। ସେ 'ସାଥ ନିଭାନା ସାଥିଆ' ପରି ଲୋକପ୍ରିୟ ସିରିଏଲରେ ବିଶେଷ ଭୂମିକାରେ ଅଭିନୟ କରିଥିଲେ। ଏଥର ସେ କ୍ରିକେଟର ସାମିଙ୍କୁ ଏକ ବିବାହ ପ୍ରସ୍ତାବ ଦେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

Also read: World Cup Semi Final: ସେମି ଫାଇନାଲରେ କିଏ ମାରିବ ପରବର୍ତ୍ତୀ ଏଣ୍ଟ୍ରୀ? ପାକିସ୍ତାନ ଆଗରେ...