Manmohan Samal: ବିଭିନ୍ନ ମହଲରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା
Advertisement
Article Detail0/zeeodisha/odisha2297380

Manmohan Samal: ବିଭିନ୍ନ ମହଲରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

ଦୀର୍ଘ ୨୪ ବର୍ଷ ଧରି ସାରା ରାଜ୍ୟବାସୀ ଅଣନିଶ୍ୱାସୀ ହୋଇଯାଇଥିବା ବେଳେ ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲ ସାମ୍ନାକୁ ଆସିଥିଲେ। ସାଢେ ୪ କୋଟି ଜନତାଙ୍କ ପରିବର୍ତ୍ତନର ସ୍ୱର ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେଇଯାଇଥିଲା। ସାମ୍ନାକୁ ଆସିଥିଲେ ଏବଂ ଓଡିଶାବାସୀଙ୍କ ପରିବର୍ତ୍ତନର ସ୍ୱର ସହିତ ସ୍

Manmohan Samal: ବିଭିନ୍ନ ମହଲରୁ ବିଜେପି ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା

Manmohan Samal: ଦୀର୍ଘ ୨୪ ବର୍ଷ ଧରି ସାରା ରାଜ୍ୟବାସୀ ଅଣନିଶ୍ୱାସୀ ହୋଇଯାଇଥିବା ବେଳେ ଓଡିଶା ପାଇଁ ଭାରତୀୟ ଜନତା ପାର୍ଟିର ମଙ୍ଗ ଧରିଥିବା ବରିଷ୍ଠ ନେତା ମନମୋହନ ସାମଲ ସାମ୍ନାକୁ ଆସିଥିଲେ। ସାଢେ ୪ କୋଟି ଜନତାଙ୍କ ପରିବର୍ତ୍ତନର ସ୍ୱର ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେଇଯାଇଥିଲା। ସାମ୍ନାକୁ ଆସିଥିଲେ ଏବଂ ଓଡିଶାବାସୀଙ୍କ ପରିବର୍ତ୍ତନର ସ୍ୱର ସହିତ ସ୍ୱର ମିଶାଇ ପ୍ରକୃତରେ ପରିବର୍ତ୍ତନ କରିଦେଖାଇଲେ। ଦୀର୍ଘ ୨୪ ବର୍ଷ ଧରି ଅତିଷ୍ଠ ହୋଇଯାଇଥିବା ଓଡ଼ିଶାବାସୀ ଏବେ ଆଶ୍ବସ୍ତି ଅନୁଭବ କରୁଛନ୍ତି। ଆଶାଠାରୁ ଅଧିକ କରିଦେଖାଇଲେ ମନମୋହନ। ସବୁଠି ତାଙ୍କରି ପ୍ରଶଂସା। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହେଇଗଲେ ମନମୋହନ।

ସମସ୍ତେ ଯେତେବେଳେ ମେଣ୍ଟ ପାଇଁ ଯୋଜନା କରୁଥିଲେ ଏକାକୀ ଲଢିବାକୁ ମନମୋହନ ଅଡି ବସିଥିଲେ। କେନ୍ଦ୍ରୀୟ ନେତାମାନଙ୍କୁ ଭରସା ଦେଇ ଥିଲେ ବିଜେପି ନିଶ୍ଚିତ ଏକାକୀ ସରକାର ଗଢିବ। ଆଉ ସେ ଶେଷରେ ସମସ୍ତ କଳ୍ପନାଯଳ୍ପନାର ଅନ୍ତ ଘଟିଲା ବିଜେପି ଶାସନ ଗାଦିରେ ବସିଲା। ଏତେ ବଡ଼ ପରିବର୍ତ୍ତନ ସର୍ବ ଭାରତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟି ଗଲା। ତାଙ୍କରି ବଳିଷ୍ଠ ନେତୃତ୍ୱରେ ଓଡିଶାବାସୀ ପାଇଲେ ଜଣେ ସୁଦକ୍ଷ, ସରଳ, ମେଳାପୀ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଆଗାମୀ ୫ ବର୍ଷରେ ପଚାଶ ବର୍ଷର ବିକାଶ କରିବା ପାଇଁ ପ୍ରତିଶୃତିବଧ।

ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ତାରକା ହୋଟେଲରେ ଆୟୋଜକ ଶିକ୍ଷାବିତ୍, ଉଦ୍ୟୋଗପତି ଶ୍ରୀନିବାସ ପଟ୍ଟନାୟକ ସମେତ ସବୁ ବର୍ଗର ଦଳୀୟ କର୍ମୀ, ମିଡ଼ିଆ ବନ୍ଧୁ, ଚିକିତ୍ସାବିତ୍ , ଶିକ୍ଷାବିତ୍, କଳାକାର,ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଉଦ୍ୟୋଗପତି, ଶିଳ୍ପପତି ତଥା ଶୁଭେଚ୍ଛୁ ଙ୍କର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୫ ଶହ ଲୋକଙ୍କର ସମାଗମ ହୋଇଥିଲା। ସମସ୍ତେ ମନମୋହନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।