Varun Gandhi: ଦିଦି ପ୍ରିୟଙ୍କା ଖେଳିଲେ ଏମିତି ଖେଳ ! କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧୀ
Advertisement

Varun Gandhi: ଦିଦି ପ୍ରିୟଙ୍କା ଖେଳିଲେ ଏମିତି ଖେଳ ! କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧୀ

BJP Mp Varun Gandhi: ଏକଦା ଫାୟର ବ୍ରାଣ୍ଡ ହିନ୍ଦୁତ୍ୱର ଭାବମୂର୍ତ୍ତି ପାଇଁ ପ୍ରସିଦ୍ଧ ବରୁଣ ଗାନ୍ଧୀ ବର୍ତ୍ତମାନ ସାମ୍ପ୍ରଦାୟିକ ରାଜନୀତିକୁ ଭୁଲ ବୋଲି କହୁଛନ୍ତି। ତାଙ୍କ ମା ମାନେକା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମା ସୋନିଆ ଗାନ୍ଧୀ ଏକ ପ୍ରତିବନ୍ଧକ ହୋଇପାରନ୍ତି। ଅତୀତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିପରି ରହିଛି ତାହା ଜଣାଶୁଣା ।   

Varun Gandhi: ଦିଦି ପ୍ରିୟଙ୍କା ଖେଳିଲେ ଏମିତି ଖେଳ ! କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧୀ

Varun Gandhi: ବରୁଣ ଗାନ୍ଧୀ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ। ସେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କୀୟ । ପୁରୁଣା ପାରିବାରିକ କଳହ ଯୋଗୁଁ ଉଭୟ ପରିବାର ଦୀର୍ଘ ସମୟ ଧରି ଦୂରରେ ରହିଆସିଛନ୍ତି। ବର୍ତ୍ତମାନ ଆଲୋଚନା ଏପରି ହୋଇଛି ଯେ ପ୍ରିୟଙ୍କା ଗାନ୍ଧୀଙ୍କ କାରଣରୁ ପରିବାର ମଧ୍ୟରେ ଥିବା ଏହି କଳହ ଏବେ ଧିରେ ଧିରେ ତରଳିବାରେ ଲାଗିଛି । ବରୁଣ ଗାନ୍ଧୀଙ୍କ ବିବୃତ୍ତିରୁ ଏଭଳି କଳ୍ପନାଜଳ୍ପନା କରାଯାଉଛି ଯେ ସେ କିଛି ବଡ ପଦକ୍ଷେପ ନେଇପାରନ୍ତି।ଚାଷୀ ଆନ୍ଦୋଳନ ସମୟରୁ ବରୁଣ ଗାନ୍ଧୀ କ୍ରମାଗତ ଭାବରେ ବିଜେପିକୁ ସମାଲୋଚନା କରିଆସୁଛନ୍ତି। ଏକଦା ଫାୟର ବ୍ରାଣ୍ଡ ହିନ୍ଦୁତ୍ୱର ଭାବମୂର୍ତ୍ତି ପାଇଁ ପ୍ରସିଦ୍ଧ ବରୁଣ ଗାନ୍ଧୀ ବର୍ତ୍ତମାନ ସାମ୍ପ୍ରଦାୟିକ ରାଜନୀତିକୁ ଭୁଲ ବୋଲି କହୁଛନ୍ତି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଯଦି ବରୁଣ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ସାମିଲ ହୁଅନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ।

ଭରତ ଯୋଡୋ ଯାତ୍ରା ଉତ୍ତର ପ୍ରଦେଶ ରାଜ୍ୟରେ ପ୍ରବେଶ କରିସାରିଛି। ବରୁଣ ଗାନ୍ଧୀ ୟୁପିରେ ଥିବା ପିଲିଭିତ୍ ଆସନରୁ ସାଂସଦ ଅଟନ୍ତି। ସୂଚନା ମୁତାବକ, ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ବରୁଣ ଗାନ୍ଧୀଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି। କୁହାଯାଉଛି ଯେ ପୂର୍ବରୁ ଏହି ଜିନିଷଗୁଡ଼ିକ କେବଳ ପାରିବାରିକ ବିଷୟ ଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ରାଜନୈତିକ ଆଲୋଚନା ମଧ୍ୟ ଆରମ୍ଭ ହୋଇ ଯାଇଛି। ଯେଉଁଭଳି ଭାବରେ ବିଜେପି ମାନେକା ଗାନ୍ଧୀଙ୍କୁ ମନ୍ତ୍ରୀ ପଦ ଦେଇ ନଥିଲା ଏବଂ ବରୁଣ ଗାନ୍ଧୀ ସମ୍ପୂର୍ଣ୍ଣ ଅବହେଳିତ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବରୁଣ ଗାନ୍ଧୀ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।

ଏହାକୁ ନେଇ ଚର୍ଚ୍ଚା ଜୋରଦାର ଯେ, ବରୁଣ ଗାନ୍ଧୀ (Varun Gandhi)  ପୁଣିଥରେ ଘର ବାହୁଡ଼ା ହୋଇପାରନ୍ତି । କୁହାଯାଉଛି ଯେ ବରୁଣ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇପାରନ୍ତି। ତେବେ ଏଥିରେ ତାଙ୍କ ମା ମାନେକା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ମା ସୋନିଆ ଗାନ୍ଧୀ ଏକ ପ୍ରତିବନ୍ଧକ ହୋଇପାରନ୍ତି। ଅତୀତରେ ଉଭୟଙ୍କ ମଧ୍ୟରେ ସମ୍ପର୍କ କିପରି ରହିଛି ତାହା ଜଣାଶୁଣା । ଉଲ୍ଲେଖଥାଉ କି, ବର୍ତ୍ତମାନ ବରୁଣ ଗାନ୍ଧୀ ଅଧିକ ଦିନ ବିଜେପିରେ ରହିବେ ନାହିଁ ବୋଲି ବିଶ୍ୱାସ କରାଯାଉଛି। କେବଳ ଏତିକି ନୁହେଁ, ସେ ତାଙ୍କ ଟ୍ୱିଟର ପ୍ରୋଫାଇଲରୁ (Twitter Profile) ବିଜେପିର ନାମକୁ ମଧ୍ୟ ସମ୍ପୂର୍ଣ୍ଣ ହଟାଇ ଦେଇଛନ୍ତି। ଏପରିକି ବିଜେପି ପକ୍ଷରୁ ତାଙ୍କୁ କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନାହିଁ।

ଗତକିଛିଦିନ ତଳେ ରାହୁଲ ଗାନ୍ଧୀ ଏକ ପ୍ରେସ ମିଟ କରିଥିଲେ । ଏଥିରେ ରାହୁଲ ଗାନ୍ଧୀଙ୍କୁ ବରୁଣ ଗାନ୍ଧୀଙ୍କ କଂଗ୍ରେସରେ ମିଶିବା  ବିଷୟରେ ପଚରାଯାଇଥିଲା। Rahul Gandhi ଉତ୍ତର ଦେଇ କହିଛନ୍ତି ଯେ, ଆପଣଙ୍କୁ ମଲ୍ଲିକାର୍ଜୁନ ଖର୍ଡଗେ (Mallikarjun Kharge) ଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ୍ । ସମସ୍ତଙ୍କୁ ସ୍ୱାଗତ କରାଯାଉଛି, କିନ୍ତୁ ଯଦି ସେ ବିଜେପି (BJP) ରେ ଅଛନ୍ତି ତେବେ ଅସୁବିଧା ତ ହେବ । ସେପଟେ ବରୁଣ ଗାନ୍ଧୀ (Varun Gandhi) ଙ୍କ ପରେ ଗୁଲାମ ନବୀ ଆଜାଦ (Ghulam Nabi Azad) ଙ୍କ କଂଗ୍ରେସ (Congress) କୁ ଫେରିବା ନେଇ ପ୍ରଶ୍ନ ଉଠିଛି । ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ହିଁ ଦ୍ୱନ୍ଦ୍ୱରେ ପଡ଼ିଛି । କେବେ ବାହାର ତ କେବେ ଭିତରେ । ତେବେ ଏହାକୁ ନେଇ କୌଣସି ସ୍ପଷ୍ଟତା ଆସିନାହିଁ। 

Also Read: Air India: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା, ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ

Also Read: Bank locker rules: ବ୍ୟାଙ୍କ ଲକର୍ ବିଷୟରେ ସବୁ କିଛି ଜାଣନ୍ତୁ ୫ ଟି ପଏଣ୍ଟରେ