Chandrababu Naidu Arrested: ଶୋଇଥିବା ଅବସ୍ଥାରେ ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1863211

Chandrababu Naidu Arrested: ଶୋଇଥିବା ଅବସ୍ଥାରେ ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Former Chief Minister Arrested AP: ଶୋଇଥିବା ଅବସ୍ଥାରେ ଗିରଫ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏନେଇ ସିଆଇଡି ଟିମ୍ ପକ୍ଷରୁ କୁହାଯାଇଛି ସକାଳ ପ୍ରାୟ ୬:୩୦ ସମୟରେ ନନ୍ଦିୟାଲ ସହରର ଜାନାପୁରମ୍ ସ୍ଥିତ ଆର.କେ ଫଙ୍କସନ୍ ହଲ୍ ବାହାରେ ତାଙ୍କୁ ଗିରଫ କରାଯାଇଥିଲା। ​​ଯେଉଁଠାରେ ତାଙ୍କ ବସ୍ ପାର୍କିଂ କରାଯାଇଥିଲା।

 

ଫଟୋ ସୌଜନ୍ୟ: @ncbn

Skill Development Scam AP: ଶୋଇଥିବା ଅବସ୍ଥାରେ ଗିରଫ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ବିରୋଧି ଦଳ ନେତାଙ୍କୁ ଗିରଫ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା। ତାମିଲନାଡୁ ରାଜ୍ୟ ପରିବହନ ନିଗମ ପକ୍ଷରୁ ପରିଚାଳିତ ଆନ୍ତ ରାଜ୍ୟ ବସ୍ ସେବା ଚଳାଚଳ ଆନ୍ଧ୍ର ପ୍ରଦେଶ ସୀମାରେ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ହେଲେ ପରେ ସେବା ପୁନର୍ବାର ଆରମ୍ଭ ହୋଇଥିଲା। 

ଶନିବାର ଏ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ (Former Andhra Pradesh Chief Minister ) ଗିରଫଦାରୀକୁ ନେଇ କିଛି ବସ୍ ସୀମାରେ ରହିଥିବା ଯାଞ୍ଚ ପୋଷ୍ଟ ଠାରେ ଅଟକି ରହିଥିଲା। ଯେଉଁଥିପାଇଁ ସକାଳେ ତିରୁପତି (Tirupatui) ଯାଉଥିବା ତୀର୍ଥଯାତ୍ରୀ ତିରୁତ୍ତାନୀ ଠାରେ ପ୍ରାୟ ୩ ଘଣ୍ଟା ଧରି ଅଟକି ରହିଥିଲେ। ଏନେଇ ରାଜ୍ୟ ପରିବହନ ବିଭାଗର (Andhra Pradesh State Road Transport Corporation) ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯାତ୍ରୀଙ୍କ ଜୀବନକୁ ଆମେ ବିପଦରେ ପକାଇବାକୁ ଚାହୁଁ ନ ଥିଲୁ। ଯେଉଁଥିପାଇଁ ସକାଳ ସାତଟାରୁ ବସ୍ ପ୍ରାୟ ୩ ଘଣ୍ଟା ପାଇଁ ଅଟକି ରହିଥିଲା। 

୫୫୦ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତିରେ ହେଲେ ଗିରଫ
ଆପଣଙ୍କୁ କହିରଖୁଛୁ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ (Chandrababu Naidu ) ୫୫୦ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ (Skill Development Scam AP) ଗିରଫ କରାଯାଇଛି। ଆନ୍ଧ୍ର ପ୍ରଦେଶ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (Andhra Pradesh Crime Investigation Department) ମୁଖ୍ୟ ଏନ.ସଞ୍ଜୟ ଶନିବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ଆନ୍ଧ୍ର ପ୍ରଦେଶ ସିଆଇଡ଼ି ମୁଖ୍ୟ କହିଛନ୍ତି ଯେ ଦକ୍ଷତା ବିକାଶ ନିଗମର (Skill Development Corporation Andhra Pradesh) ପାଣ୍ଠି ଅପବ୍ୟବହାର ଅଭିଯୋଗ କରିବା ଅଭିଯୋଗରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଦକ୍ଷତା ବିକାଶ ନିଗମ ପାଣ୍ଠିରେ ପ୍ରାୟ ୫୫୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର କୁହାଯାଇଛି।

କଥିତ ହେରାଫେରରୁ ଫାଇଦା ଉଠାଇଥିଲେ ଚନ୍ଦ୍ରବାବୁ ନାଇଡୁ ଏବଂ ଟିଡ଼ିପି 
ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୋଲିସ (Andhra Pradesh Police) ଅଧିକାରୀ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଟିଡିପି ମୁଖ୍ୟ (TDP President) ତଥା ବିରୋଧି ଦଳ ନେତା (Andhra Pradesh Opposition Leader) ଅର୍ଥର ଅପବ୍ୟବହାର କରି ଲାଭବାନ ହୋଇଛନ୍ତି। ଏହି ଯୋଜନା ପଛରେ ରହିଥିବା ମୁଖ୍ୟ ଷଡଯନ୍ତ୍ରକାରୀ, ଯିଏ ସେଲ କମ୍ପାନୀ ମାଧ୍ୟମରେ ସରକାରୀ ଅର୍ଥକୁ ବେସରକାରୀ ଅନୁଷ୍ଠାନକୁ ସ୍ଥାନାନ୍ତର କରିବାକୁ ଷଡଯନ୍ତ୍ର କରିଥିଲେ, ସେ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ସମୟରେ ସରକାରୀ ନିର୍ଦ୍ଦେଶ ଏବଂ ଏମଓୟୁ ପ୍ରଦାନ କରୁଥିବା କାରବାର ବିଷୟରେ ସୂଚନା ରହିଥିଲା। ଯାହା ତାଙ୍କୁ ଅନୁସନ୍ଧାନ ପରିସରଭୂକ୍ତ କରୁଛି। 

ଗିରଫଦାରୀ ସମୟରେ ଶୋଇଥିଲେ ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା 
ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତା ଚନ୍ଦ୍ରବାବୁ ନାଇଡୁ ଶନିବାର ସକାଳେ ତାଙ୍କ ବସ୍‌ ମଧ୍ୟରୁ ଗିରଫ କରାଯାଇଥିଲା। ଗିରଫଦାରୀ ସମୟରେ ସେ ତାଙ୍କ ବସ୍ ମଧ୍ୟରେ ଶୋଇଥିଲେ। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସିଆଇଡି ଟିମ୍ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସକାଳ ପ୍ରାୟ ୬:୩୦ ସମୟରେ ନନ୍ଦିୟାଲ ସହରର ଜାନାପୁରମ୍ ସ୍ଥିତ ଆର.କେ ଫଙ୍କସନ୍ ହଲ୍ ବାହାରେ ଗିରଫ କରିଥିଲା। ​​ଯେଉଁଠାରେ ତାଙ୍କ ବସ୍ ପାର୍କିଂ କରାଯାଇଥିଲା।