Third Phase Election: ନିର୍ଣ୍ଣାୟକ ହେବ ତୃତୀୟ ପର୍ଯ୍ୟାୟ : ଭୋଟ ଦେବେ ୯୪ ଲକ୍ଷ ଭୋଟର
Advertisement
Article Detail0/zeeodisha/odisha2260009

Third Phase Election: ନିର୍ଣ୍ଣାୟକ ହେବ ତୃତୀୟ ପର୍ଯ୍ୟାୟ : ଭୋଟ ଦେବେ ୯୪ ଲକ୍ଷ ଭୋଟର

ସମ୍ବଲପୁରରେ-୧୨, ଦେବଗଡରେ-୨, ଅନୁଗୁଳରେ-୧୨ଳ ଢେଙ୍କାନାଳରେ-୮, ମୟୁରଭଞ୍ଜରେ ୨, କେନ୍ଦୁଝରରେ ୧୭, କଟକ ଗ୍ରାମାଞ୍ଚଳରେ ୧୧, ସହରାଞ୍ଚଳରେ ୮, ଭୁବନେଶ୍ୱର ଅର୍ବାନ-୧୩, ଖୋର୍ଦ୍ଧା ରୁରାଲ-୧୧, ପୁରୀରେ-୧୧, ନୟାଗଡ଼ରେ -୧୪ ସିଏପିଏଫ କମ୍ପାନୀ ନୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀ ଧଳ।

Third Phase Election: ନିର୍ଣ୍ଣାୟକ ହେବ ତୃତୀୟ ପର୍ଯ୍ୟାୟ : ଭୋଟ ଦେବେ ୯୪ ଲକ୍ଷ ଭୋଟର

Third Phase Election: ଭୁବନେଶ୍ୱର: ରାଜ୍ୟରେ ଆଜି ସନ୍ଧ୍ୟାରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ  ପ୍ରଚାର ଶେଷ ହେବ। ଏହି ନିର୍ବାଚନରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଲାଗି ମଦଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଯାଏଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଦୂର ଓ ଦୁର୍ଗମ ସ୍ଥାନ ମାନଙ୍କୁ ପୁଲିଂ ପାର୍ଟି ପଠାଇବା ମଧ୍ୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସର୍ବାଧିକ ସହରାଞ୍ଚଳ ଭୋଟର ଭୋଟ ଦେବେ। ଏହା ସହ ଏହା ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ଣ୍ଣାୟକ ଭୂମିକା ନେବ। 

ଏହି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ  ସମୁଦାୟ ୯୪ ଲକ୍ଷ ୪୮ ହଜାର ଭୋଟର ସେମାନଙ୍କ ମତଦାନ କରିବେ। ଏଥିଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ସମୁଦାୟ ଭୋଟରଙ୍କ ଭିତରେ  ୪୮ ଲକ୍ଷ ୩୦ ହଜାର ପୁରୁଷ ଭୋଟର ଥିବାବେଳେ  ମହିଳା ଭୋଟରଙ୍କ ସଂଖ୍ୟା  ହେଉଛି ୪୬ ଲକ୍ଷ ୧୮ ହଜାର ମହିଳା।  ୧୨୯୧ ଜଣ ହେଉଛନ୍ତି ତୃତୀୟଲିଙ୍ଗୀ ଭୋଟର। ପ୍ରଥମଥର ପାଇଁ ଭୋଟ ଦେଉଥିବା ଭୋଟର  ଅର୍ଥାତ୍ ୧୮-୧୯ ବର୍ଷୀୟ ଭୋଟର ହାର ହେଉଛି ୨.୫%। ୨୦ରୁ ୨୯ ବର୍ଷ ବୟସ୍କ ଯୁବା ଭୋଟରଙ୍କ ସଂଖ୍ୟା  ୨୧% ।   କେହି ଭୋଟର ଯେମିତି ନିଜର ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ନରହିବେ ସେଥିଲାଗି  ନିର୍ବାଚନ କମିଶନଙ୍କ ପକ୍ଷରୁ ହେମ୍‍ ଭୋଟିଂ ବ୍ୟବସ୍ଥା ଶେଷ ହୋଇଛି। ଏଥିରେ ସମୁଦାୟ ୩୧ହଜାର ୫୦୦ ବ୍ୟାଲଟ ପେପର ଭୋଟ ନିର୍ବାଚନ ଅଧିକାରୀ ଗ୍ରହଣ କରିଛନ୍ତି। ଏଥିରେ ୮୫ ବର୍ଷ ରୁ ଅଧିକ ଭୋଟରଙ୍କ ସଂଖ୍ୟା ହେଉଛି ୨୯୬୬। ଭିନ୍ନକ୍ଷମ ୧୮୦୪ ହୋଇଥିବା ବେଳେ ୧୫୨୭ ଜଣ  ଜରୁରୀ  କାର୍ଯ୍ୟରେ ନିୟୋଜିତ କର୍ମଚାରୀ। ୨୫୨୪୦ ଜଣ ପୁଲିଂ ଅଧିକାରୀ ଓ ପୁଲିସ ଅଧିକାରୀ ସାମିଲ୍ ରହିଛନ୍ତି। ଏଥିରେ ସାମରିକ ସେବା ଭୋଟରଙ୍କୁ ମିଶା ଯାଇ ନାହିଁ। 

୬ ସଂସଦୀୟ,  ଏବଂ  ୪୨ ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ କରାଯିବ। ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ପୁରୀ, ଭୁବନେଶ୍ୱର, କଟକ, ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳ। ଏହି ୬ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୪ଜଣ ପ୍ରାର୍ଥୀ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ହୋଇଥିବା ବେଳେ ୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୪୨ ବିଧାନସଭା  ଆସନ ପାଇଁ ସମୁଦାୟ ୩୮୩ ଜଣ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ଜଣ  ମହିଳା ପ୍ରାର୍ଥୀ  ରହିଛନ୍ତି। 

ସମୁଦାୟ ୧୦ ହଜାର ୫୫୧  ବୁଥରେ ଭୋଟ ଗ୍ରହଣ କରାଯିବ। ସେଥିରୁ ପ୍ରାୟ ୨୦୦୦ ବୁଥ ହେଉଛି ହେଉଛି ମଡେଲ୍‍ ବୁଥ।  ୧୫୦୦ ବୁଥକୁ କେବଳ ମହିଳା ଚଳାଇବେ। ୩୦ଟି ବୁଥକୁ ଭିନ୍ନକ୍ଷମ ଚଳାଇବେ।  ପୁଣି ୨୦% ବୁଥ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି। 
ସବୁଠାରୁ ବେଶୀ ସୁରକ୍ଷା କର୍ମୀ ଏହି ପର୍ଯ୍ୟାୟରେ ନିୟୋଜିତ ହେଉଥିବା କହିଛନ୍ତି ଶ୍ରୀ ଧଳ। ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏହି ତୃତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ସମୟରେ ଶାନ୍ତି ଶୃଂଖଳା ରକ୍ଷା ଲାଗି ସମୁଦାୟ ୧୨୧ କମ୍ବାନୀ ସିଏପିଏଫ୍‍ ବଳ ନିୟୋଜିତ କରାଯାଇଛି। ଏଥିରୁ ସମ୍ବଲପୁରରେ-୧୨, ଦେବଗଡରେ-୨, ଅନୁଗୁଳରେ-୧୨ଳ ଢେଙ୍କାନାଳରେ-୮, ମୟୁରଭଞ୍ଜରେ ୨, କେନ୍ଦୁଝରରେ ୧୭, କଟକ ଗ୍ରାମାଞ୍ଚଳରେ ୧୧, ସହରାଞ୍ଚଳରେ ୮, ଭୁବନେଶ୍ୱର ଅର୍ବାନ-୧୩, ଖୋର୍ଦ୍ଧା ରୁରାଲ-୧୧, ପୁରୀରେ-୧୧, ନୟାଗଡ଼ରେ -୧୪ ସିଏପିଏଫ କମ୍ପାନୀ ନୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀ ଧଳ।