Advertisement
Photo Details/zeeodisha/odisha1123504
photoDetails0hindi

ସାବଧାନ! ଭୁଲରେ ବି ଏପରି ଭାବେ ପିଅନ୍ତୁ ନାହିଁ ପାଣି, ନଚେତ ହୋଇପାରେ ଭୟଙ୍କର କ୍ଷତି

ଯଦି ସଠିକ ଢଙ୍ଗରେ ପାଣି ପିଆ ନଯାଏ ତ, ଶରୀରକୁ କ୍ଷତି ସହିବାକୁ ପଡ଼ିଥାଏ ।  ଆସନ୍ତୁ ଜାଣିବା ପାଣି ପିଇବାର ଭୁଲ୍ ଶୈଳୀ ବିଷୟରେ ଅଧିକ କଥା ।  ଅଧିକାଂଶ ଲୋକ ପାଣି ପିଇବା ବେଳେ ଏହି ବଡ଼ ଭୁଲ୍ କରିବସନ୍ତି । ଯଦି ଆପଣ ମଧ୍ୟ ଏହା ମଧ୍ୟରୁ କୌଣସି ଭୁଲ୍ ତରିକାରେ ପାଣି ପିଉଛନ୍ତି, ତ ତୁରନ୍ତ ଏପରି ଢଙ୍ଗରେ ପାଣି ପିଇବା ବନ୍ଦ କରି ଦିଅନ୍ତୁ । ନ ଚେତ୍ ଶରୀରକୁ ଭୟଙ୍କର କ୍ଷତି ପହଞ୍ଚିପାରେ ।

କଣ କୁହନ୍ତି ବିଶେଷଜ୍ଞ?

1/7
କଣ କୁହନ୍ତି ବିଶେଷଜ୍ଞ?

ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେ ସେମାନେ ପାଣି ପିଇ ନିଜ ଦିନ ଆରମ୍ଭ କରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା କଥା । କାରଣ ପାଣି ପିଇଲେ ଶରୀର ଭଲ ଭାବେ କାମ କରିଥାଏ ।  ଶରୀର ଜଳୀୟ ଅଂଶର ଅଭାବ ରହିନଥାଏ । ରକ୍ତ ବିଷୋଧନ ହୋଇଥାଏ । ନୂତନ କୋଷଗୁଡ଼ିକ ସୃଷ୍ଟି ହୁଏ, ମେଟାବୋଲିଜିମ୍ ସକ୍ରିୟ ହୁଏ ।  କୋଷ୍ଠକାଠିନ୍ୟ ସମସ୍ୟା ରହିନଥାଏ ।  କିନ୍ତୁ ଏହି ସମସ୍ତ ଉପକାରର ଲାଭ ଉଠାଇବା ପାଇଁ, ସଠିକ୍ ଉପାୟରେ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ କଣ କ୍ଷତି ହୁଏ ?

2/7
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ କଣ କ୍ଷତି ହୁଏ ?

ପ୍ଲାଷ୍ଟିକ୍ ପାଣି ବୋତଲ ତିଆରିରେ ବିପିଏ ରାସାୟନିକ ବିସଫେନଲ୍ ଏ ବ୍ୟବହୃତ ହୁଏ । ଗବେଷଣାରୁ ଜଣାପଡ଼ିଛି ଯେ, ଏହି ରାସାୟନିକ ପଦାର୍ଥ ସୃଷ୍ଟି ହୋଇପାରେ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ରାସାୟନିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଉଚ୍ଚ ରକ୍ତଚାପ, ହର୍ମୋନ୍ ଅସନ୍ତୁଳନ, ଟାଇପ୍ -2 ଡାଇବେଟିସ୍ ଓ ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ିଯାଏ ।  BPA ବୋତଲ ବଦଳରେ କାଚ କିମ୍ବା ଷ୍ଟିଲ ବୋତଲରେ ପାଣି ପିଅନ୍ତୁ ।

ଏକସଙ୍ଗେ ଅଧିକ ପାଣି ପିଇବା ଦ୍ୱାରା କଣ ହୁଏ ?

3/7
ଏକସଙ୍ଗେ ଅଧିକ ପାଣି ପିଇବା ଦ୍ୱାରା କଣ ହୁଏ ?

ଏକସଙ୍ଗେ ୧ କିମ୍ବା ଦୁଇ ଗ୍ଲାସ୍ ପାଣି ପିଇବା ଭଲ ।  କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଥରକରେ ଏକାଧିକ ଗ୍ଲାସ ପାଣି ପିଇବା ପରି ଭୁଲ୍ କରିବସନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏକ ସମୟରେ ଅଧିକ ପାଣି ପିଇବା ମେଟାବୋଲିଜିମ୍ ଉପରେକୁ ପ୍ରଭାବ ପକାଇପାରେ । ତେଣୁ, ଥରେ ଅଧିକ ପାଣି ପିଇବା ପରିବର୍ତ୍ତେ ଦିନସାରା ଟିକେ ଟିକେ କରି ପାଣି ପିଅନ୍ତୁ । ଘଣ୍ଟା ପ୍ରତି ୧ ଲିଟରରୁ ଅଧିକ ପାଣି ନ ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ କି ?

4/7
ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ କି ?

ଶରୀର ଅଧାରୁ ଅଧିକ ଜଳକୁ ନେଇ ଗଠିତ । ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବାକୁ ଜଳ ବ୍ୟବହାର କରେ ।  ଜଳ ହଜମ ପ୍ରକ୍ରିୟାକୁ ସଠିକ ରଖେ । କୋଷ୍ଠକାଠିନ୍ୟକୁ ଠିକ୍ ରଖିବା, ବିଷାକ୍ତ ପଦାର୍ଥ ବାହାର କରିବା, ପଥର ଷ୍ଟେନ୍ ବାହାର କରିବା ଓ ଚର୍ମକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ।  ବର୍ତ୍ତମାନ ଯଦି ଆପଣ ଏପରି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଉନାହାଁନ୍ତି, ତେବେ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ପର୍ଯ୍ୟାପ୍ତ ପରିମାଣର ପିଣି ପିଇବା ଜରୁରୀ ।

ପାଣିରେ କଟା ଫଳ ଓ ପନିପରିବା ପକାଇ ପାଣି ପିଇଲେ କଣ ହୁଏ ?

5/7
ପାଣିରେ କଟା ଫଳ ଓ ପନିପରିବା ପକାଇ ପାଣି ପିଇଲେ କଣ ହୁଏ ?

ଆପଣ ଦେଖିଥିବେ, ଅନେକ ଲୋକ କଟା ଫଳ ଓ ପନିପରିବା ପାଣିରେ ମିଶାଇ ପାଣି ପିଅନ୍ତି । ଯଦିଓ ଏହା କରିବା ଦ୍ୱାରା ପାଣିର ସ୍ୱାଦ ବଢ଼ିଯାଇଥାଏ । ହେଲେ ଯଦି ଫଳ କିମ୍ୱା କଟା ପନିପରିବା ପକାଇ ପାଣି ପାଇଛନ୍ତି, ତାହେଲେ ଭଲ ଭାବେ ଚୋପା ଛଡ଼ାଇ ଓ ଭଳ ଭାବେ ଧୋଇ ପାଣିରେ ପକାଇ ପାଣି ପିଅନ୍ତୁ ।  ଏହାଦ୍ୱାରା ପାଣିର ସ୍ୱାଦ ବଢ଼ିବା ସହ କୌଣସି କ୍ଷତିକାରଣ ଜିନିଷ ଶରୀର ମଧ୍ୟକୁ ଯିବନାହିଁ ।

କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇଲେ କଣ କ୍ଷତି ହୁଏ ?

6/7
କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇଲେ କଣ କ୍ଷତି ହୁଏ ?

ଅନେକ ଲୋକ ଅଛନ୍ତି କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇବା ଭଳି ଭୁଲ୍ କରିବସନ୍ତି ।  ଏହାଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।  ଏହି ତରଳ ଗରମ ପଦାର୍ଥ ପିଇବା ଦ୍ୱାରା ଶରୀରର ଜଳୀୟ ଅଂଶ ହ୍ରାସ ପାଇଥା । ଏହା ମଧ୍ୟ ଗରମ୍ ହୋଇଥାଏ । କଫି କିମ୍ୱା ଚା' ପିଇବାର ତୁରନ୍ତ ପରେ ପାଣି ପିଇଲେ ଭୟଙ୍କର ପେଟ ରୋଗରେ ପଡ଼ିବାର ସମ୍ଭାବନା ରହିଛି । କଫି କିମ୍ୱା ଚା' ପିଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ ।

ଶୋଷ ଲାଗୁଥିଲେ ମଧ୍ୟ ପାଣି ନ ପିଇଲେ ହୋଇଥାଏ ଏପରି କ୍ଷତି

7/7
ଶୋଷ ଲାଗୁଥିଲେ ମଧ୍ୟ ପାଣି ନ ପିଇଲେ ହୋଇଥାଏ ଏପରି କ୍ଷତି

ଅନେକ ଲୋକଙ୍କୁ ଶୋଷ ଲାଗୁଥିଲେ ମଧ୍ୟ ସେମାନେ ସେହି ସମୟରେ ପାଣି ପିଇ ନଥାନ୍ତି ।  ଯଦି କେହି କାମ କରୁଥିବେ, ଆଉ ସେହି ସମୟରେ ଶୋଷ ଲାଗିଲା, ସେମାନେ ପାଣି ପିଇ ନଥାନ୍ତି ।  ଯାହା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ଘଟିଥାଏ । ଏହାଦ୍ୱାରା ଆପଣ ଅଂଶୁଘାତ ପରି ସମସ୍ୟାରେ ପଡ଼ିପାରନ୍ତି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।  ଏବେ ଖରାଦିନ ଆଶିଥିବାରୁ ଗରମ କାରଣରୁ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେବ ।  ଆପଣ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ରହିଛି । ଯାହା ଦ୍ୱାରା ଶରୀର ସୁସ୍ଥ ରହିବ....