Advertisement
Photo Details/zeeodisha/odisha1609695
photoDetails0hindi

Haunted Places: ଭ୍ରମଣ ନାଁରେ ଭୁଲରେ ବି ଭାରତର ଏହି ୫ ଟି ସ୍ଥାନକୁ ଯାଆନ୍ତୁ ନାହିଁ, ନଚେତ୍...

Haunted Places: ଭୂତ, ପ୍ରେତ ଓ ଆତ୍ମା ବିଷୟରେ କହିଲେ ପ୍ରାୟ ସମସ୍ତେ ଭୟରେ ଥରି ଯାଆନ୍ତି(Haunted Places) । ତେବେ କିଛି ଲୋକ ଏହି କଥାକୁ ଅବିଶ୍ୱାସ କରନ୍ତି । ଏମିତି କି ଆଜିକା ଯୁଗରେ ଏ-ସବୁ କହିଲେ କେହି କେହି ହସରେ ଏକଥାକୁ ଉଡାଇ ଦିଅନ୍ତି । କେବଳ ମନୋରଞ୍ଜନ ପାଇଁ ଲୋକେ ଭୂତପ୍ରେତକୁ ନେଇ ତିଆରି ହେଉଥିବା ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ତେବେ ସତରେ କଣ ସେମିତି କିଛି ଜଗା ଅଛି ଯେଉଁଠି ଆତ୍ମାଙ୍କ ରାଜ୍ ଚାଲେ ।

1/5

ହିମାଳୟର ରୁପକୁଣ୍ଡ ହ୍ରଦକୁ (Roopkund Lake in the Himalaya)ଅଭିଶପ୍ତ ବୋଲି ବିବେଚନା କରାଯାଏ।  ଏ-ହି ହ୍ରଦ ଚାରିପାଖରେ ପୁରୁଷ କଙ୍କାଳ ପଡ଼ିଥିବାର ଅନେକ ଦାବି କରନ୍ତି । ଏଠାରେ ଆତ୍ମ ଘୁରିବୁଲେ ବୋଲି ଲୋକେ ବିଶ୍ବାସ କରନ୍ତି । ଉତ୍ତରାଖଣ୍ଡର ଏ-ହି ହ୍ରଦ ନିକଟକୁ କେହି ଯିବାକୁ ସାହସ କରନ୍ତି ନାହିଁ । ଆଉ କେହି କେହି ଭାବନ୍ତି ଯେ,ଏଠାରୁ ଯିଏ ଥରେ ଯାଏ ସେ ଆଉ ଫେରେ ନାହିଁ । ତେବେ, ଏହି ସ୍ଥାନଟି ବହୁତ ସୁନ୍ଦର ହୋଇଥିଲେ ମଧ୍ୟ କେହି ଏଠାକୁ ଯିବାକୁ ସାହାସ କରନ୍ତି ନାହିଁ ।

2/5

ସେହିପରି ଆଉ ଏକ ହଣ୍ଟେଡ୍ ହାଉସ୍ ହେଉଛି । ଝାଡଖଣ୍ତର ପିଥାଉରିଆ ଗାଁ (Pithauriya Village,Jharkhand)। ଏଠାରେ ଭୂତ ଓ ପ୍ରେତ ଘୁରି ବୁଲନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି । ଏହା ରାଞ୍ଚି ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁକୁ ଅଭିସପ୍ତ ଗାଁ ବୋଲି ବିବେଚନା କରାଯାଏ । ଲୋକେ କୁହନ୍ତି ଯେ,ବିଶ୍ୱନାଥ ନାମକ ଜଣେ ବ୍ୟକ୍ତି ଥିଲେ ଯିଏ ଏଠାରେ ମୃତ୍ୟୁଦଣ୍ଡ ପାଇଥିଲେ। ତା’ପରେ ସେ ଏହି ଗାଁକୁ ଅଭିଶାପ ଦେଇଥିଲେ ଯେ, ଏହି ଗାଁରେ ସର୍ବଦା ବଜ୍ରପାତ ହେବ । ସେବେଠାରୁ ଏହି ଗାଁରେ  ଏହି ଗାଁ ଜନଶୂନ୍ୟ ହୋଇଯାଇଥିଲା। ଅଭିଶାପ ଭୟରେ ଗାଁ ଛାଡିଥିଲେ ଗ୍ରାମବାସୀ । ସେବେଠାରୁ ଏହି ଗାଁରେ କୌଣସି ବି ଲୋକେ ରୁହନ୍ତି ନାହିଁ । କି ଏହି ଗାଁକୁ କୌଣସି ବ୍ୟକ୍ତି ଯାଆନ୍ତି ନାହିଁ । 

3/5

ସେହିପରି ଆଉ ଏକ ସ୍ଥାନ ହେଉଛି ,ରାଜସ୍ଥାନର ଜୈସଲମେର ଅଞ୍ଚଳରେ ଥିବା କୁଲଧର ଗାଁ (Rajasthan,Kuldhara village)। ଏହି ଗାଁ ଦେଖିବାକୁ ମଧ୍ୟ ଏକ ଶ୍ମସାନଘାଟ ପରି ଲାଗେ। ବିଶ୍ୱାସ କରାଯାଏ ଯେ ,ବ୍ରାହ୍ମଣମାନେ ଏଠାରେ ରହୁଥିଲେ। କିନ୍ତୁ ସେହି ଅଞ୍ଚଳର ଦିୱାନ୍ ଗାଁର ଝିଅ ମାନଙ୍କ ଉପରେ ଖରାପ ନଜର ରଖୁଥିଲେ। ଲୋକମାନେ କେବଳ ନିଜ ପରିବାରର ମହିଳାମାନଙ୍କୁ ବଞ୍ଚାଇବା ପାଇଁ ଏଠାରୁ ଚାଲିଗଲେ ଏବଂ ଏହି ଗାଁକୁ ଅଭିଶାପ ଦେଲେ ଯେ, ଏହି ଗାଁକୁ ମରୁଡି ଆସିବ ଓ ସବୁ ଲୋକେ ଏକା ସମୟରେ ଆଖି ବୁଝିବେ। ସେବେଠାରୁ ଏହି ଗାଁ ଜନଶୂନ୍ୟ ହୋଇ ଯାଇଛି । ତେବେ, ଏବେବି ଗାଁରେ ଭୂତପ୍ରେତଙ୍କ ରାଜ୍ ଚାଲେ ବୋଲି ବିଶ୍ବାସ ରହିଛି । 

4/5

ସେହିପରି ରାଜସ୍ଥାନର ଆଉ ଏକ ସ୍ଥାନ ହେଉଛି (Bhangarh Fort)ଭାଙ୍ଗରହ ଦୁର୍ଗ । ତେବେ, ଏହି ସ୍ଥାନକୁ ଭାରତର ସବୁଠାରୁ ଅଭିଶପ୍ତ ସ୍ଥାନ ବୋଲି ଗଣାଯାଏ ।  ଲୋକମାନେ ବିଶ୍ୱାସ କରନ୍ତି ଯେ ଏକ ତାନ୍ତ୍ରିକ ଏହି ଦୁର୍ଗକୁ ଅଭିଶାପ ଦେଇଥିଲା, ଯାହା ପରେ ଲୋକମାନେ ଏଠାରେ ଅଜବ ଘଟଣା ଅନୁଭବ କରିଥିବା କୁହନ୍ତି । ଅନେକ ଲୋକ କୁହନ୍ତି ଯେ, ଦୁର୍ଗରେ କାନ୍ଦିବା ଓ ଚିତ୍କାର କରିବାର ଶବ୍ଦ ଆଜିବି ସ୍ଥାନୀୟ ଲୋକଙ୍କୁ ଶୁଣାଯାଏ । ଏବଂ ସକାଳେ ଏଠାରେ ଲେମ୍ବୁ ଏବଂ ସିନ୍ଦୁର ଭଳି ଜିନିଷ ମଧ୍ୟ ଦେଖିବାକୁ ମିଳେ । 

5/5

ମଧ୍ୟପ୍ରଦେଶର ଗାନ୍ଧର୍ଭପୁରୀ ଗାଁ (Gandharvpuri Village,Madhya Pradesh) । ଖବର ଅନୁଯାୟୀ, ଏହି ଗ୍ରାମଟି ଯେଉଁ ଅଞ୍ଚଳରେ ଅବସ୍ଥିତ, ତାହା ଗାନ୍ଧର୍ଭାସେନ୍ ନାମକ ଜଣେ ରାଜାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ରାଜା ଗାଁକୁ ଅଭିଶାପ ଦେଇଥିଲେ, ଏହା ପରେ ସମଗ୍ର ଗାଁ ପଥରରେ  ପରିଣତ ହୋଇଥିଲା ବୋଲି ବିଶ୍ବାସ କରାଯାଏ । ସେବେଠାରୁ ସେହି ଗାଁକୁ କେହି ଯାଆନ୍ତି ନାହିଁ । ଭୁଲରେ ମଧ୍ୟ ଏହି ଗାଁରେ ବସବାସ କରିବାକୁ କେହି ଭାବନ୍ତି ନାହିଁ।